Odisha news

ମଠସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପାଇଁ ପ୍ରଶାସନର ପ୍ରସ୍ତୁତି

0

ଦଶରଥପୁର, ତା୨୧/୮ : ଦଶରଥପୁର ବ୍ଲକ୍ର ଆଜି ମୃତୁ୍ୟବରଣ କରିଥିବା ଏକ ସ୍କୁଲର କାର୍ଯ୍ୟ କରୁଥିବା କିରାଣୀ ନିରୋଦଙ୍କ ମୃତୁ୍ୟ ପରେ ବ୍ଲକ୍ ପ୍ରଶାସନ ପକ୍ଷରୁ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି । ଏଥିସହ ମୃତ ନିରୋଦ କେଉଁ କେଉଁ ସ୍ଥାନରେ କାହା ସହ ମିଶିଥିଲେ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି । ବିଡ଼ିଓ ନାରାୟଣ ଚନ୍ଦ୍ର ନାୟକ, ତହସିଲଦାର ସୌଭାଗ୍ୟ ବେହେରା, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଉମାକାନ୍ତ ମଲ୍ଲିକ, ମଙ୍ଗଳପୁର ଥାନାଧିକାରୀ ଅସିତ ରଞ୍ଜନ ମହାନ୍ତି, ଝୁମ୍ପୁରୀ ବିଟ୍ ହାଉସ୍ ଅଧିକାରୀ ବିଜୟ କୁମାର ସ୍ୱାଇଁ ପ୍ରମୁଖ ମୃତ ନିରୋଦଙ୍କ ଘରକୁ ଯାଇ ପରିବାରର ସମସ୍ତ ସଦସ୍ୟଙ୍କୁ ହୋମ୍ କଣ୍ଟେନମେଣ୍ଟରେ ରହିବାକୁ ପରାମର୍ଶ ଦେବାସହ ପରିବାର ସଦସ୍ୟମାନଙ୍କର ସ୍ୱାବ ଟେଷ୍ଟ ହେବ ବୋଲି କହିଛନ୍ତି । ଏଥିସହ ଏହି ମଠସାହି ଗ୍ରାମକୁ ବ୍ଲକ୍ ପ୍ରଶାସନ ପକ୍ଷରୁ ୧୪ ଦିନ ପାଇଁ କଣ୍ଟେନମେଣ୍ଟ ଜୋନଭାବେ ଘୋଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇ ଜିଲ୍ଲାପାଳଙ୍କ ନିକଟକୁ ଅନୁମତି ପାଇଁ ପଠାଯାଇଛି ।

Leave A Reply