Odisha news

ଦକ୍ଷିଣ ଆସାମରେ ବଡ଼ ଧରଣର ଭୂ-ସ୍ଖଳନ : ୨୦ ଜଣ ମୃତ୍ୟୁ

0

ଦିସପୁର: ଦକ୍ଷିଣ ଆସାମରେ ବଡ଼ ଧରଣର ଭୂ-ସ୍ଖଳନ ହୋଇଛି। ଆସାମର ୩ଟି ଜିଲ୍ଲାରେ ଅଲଗା ଅଲଗା ଭୂ-ସ୍ଖଳନରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଚାଚର, ହାଏଲାକାଣ୍ଡି, କରିମଗଞ୍ଜର ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି।

କରିମଗଞ୍ଜ ଜିଲ୍ଲାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଚର ଓ ହାଏଲାକାଣ୍ଡି ଜିଲ୍ଲାରେ ମାଟିତଳେ ଚାପି ହୋଇ ୭ ଜଣ ଲୋକଙ୍କ ଜୀବନ ଯାଇଛି। ଏହାସହ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କର ସ୍ଥାନୀୟ ମେଡିକାଲରେ ଚିକିତ୍ସା ଜାରି ରହିଛି।

ଅନ୍ୟପଟେ ଏବେବି ଅନେକ ଲୋକ ମାଟି ତଳ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି। ଭୂ-ସ୍ଖଳନ ହୋଇଥିବା ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହ ଜିଲ୍ଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ପ୍ରବଳ ବର୍ଷା ଯୋଗୁଁ ବକାର ଉପତ୍ୟକା ଅଞ୍ଚଳରେ ଆସିଥିବା ବନ୍ୟା ପାଇଁ  ଭୂ-ସ୍ଖଳନ ହୋଇଥିଲା। ବନ୍ୟାରେ ଆସାମର ୭ଟି ଜିଲ୍ଲାର ପ୍ରାୟ ୪ଶହ ଗାଁ ପ୍ରଭାବିତ ହୋଇଛି।

Leave A Reply