ବ୍ରିଟେନ : କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ଉପରେ ଜୋର୍ ଦିଆଯାଉଛି । କିଛି ଲୋକ ମାସ୍କ ପିନ୍ଧିବାକୁ ବିରୋଧ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ୍ର ଡାକ୍ତର ଟମ୍ ଲାଟନ୍ ମାସ୍କ ପିନ୍ଧି ୩୫ କିମି ଦୌଡ଼ିଛନ୍ତି । ଲୋକଙ୍କୁ ଜବାବ୍ ଦେବା ପାଇଁ ସେ ଏଭଳି କରିଥିବା କହିଛନ୍ତି । ଦୌଡ଼ିବା ସମୟରେ ସେ ଏକ ଡିଭାଇସ୍ ଜରିଆରେ ଶରୀରର ଅକ୍ସିଜେନ୍ ମାତ୍ରା ଚେକ୍ କରୁଥିଲେ । ମାସ୍କ ପିନ୍ଧି ଦୌଡ଼ିବା ସତ୍ତେ୍ୱ ଅକ୍ସିଜେନ୍ ଲେବଲ୍ ତାଙ୍କର ଠିକ୍ ଥିଲା । ଦୌଡ଼ିବା ବେଳେ ଟମ୍ ତିନି ଲେୟାର୍ କପଡ଼ା ମାସ୍କ ପିନ୍ଧିଥିଲେ । ମାସ୍କ ପିନ୍ଧିବା ସୁରକ୍ଷିତ ଓ କରୋନା ଭାଇରସ୍ରୁ ରକ୍ଷା କରିବାରେ ସାହାଯ୍ୟ କରିବ ବୋଲି ଲୋକଙ୍କୁ ବୁଝାଇଛନ୍ତ ଟମ୍ ।
