Odisha news

ବିନା ମାସ୍କ୍ ରେ ବ୍ୟକ୍ତି ଯାଇଥିଲେ ବ୍ୟାଙ୍କକୁ : ଗାର୍ଡ ଙ୍କ ଗୁଳିର ଶିକାର ହେଲେ

ନୂଆଦିଲ୍ଲୀ : କରୋନା ମହାମାରୀର ସ୍ଥିତିକୁ ଦେଖି ସରକାର ସାର୍ବଜନୀକ ସ୍ଥାନରେ ମାସ୍କ ପିନ୍ଧିବା ଅନୀର୍ବାଜ୍ୟ ବୋଲି ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ବାରେଲି ଏହି ମାସ୍କ ପିନ୍ଧାକୁ ନେଇ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବ୍ୟାଙ୍କ କୁ ମାସ୍କ ପିନ୍ଧି ଆସିନଥିବା କାରଣରୁ ଜଣେ ସରକାରୀ କର୍ମଚାରୀ ଗର୍ଡଙ୍କ ଗୁଳିର ଶିକାର ହୋଇଛନ୍ତି ।

ବାରେଲିର ବ୍ୟାଙ୍କ୍ ଅଫ ବରୋଦା କୁ ରାଜେଶ୍ ନାମକ ରେଳବାଇ କର୍ମଚାରୀ କୌଣସି କାମକୁ ନେଇ ଯାଇଥିଲେ ଓ ସେ ମାସ୍କ ପିନ୍ଧି ନଥିଲେ । ଏହି କଥାକୁ ନେଇ ତାଙ୍କର ବ୍ୟାଙ୍କର ସୁରକ୍ଷା ଗାର୍ଡ ସହିତ ପାଟିତୁଣ୍ଡ ହୋଇଥିଲା । ଯେଉଁ କାରଣରୁ ଗାର୍ଡ ଜଣଙ୍କ ତାଙ୍କୁ ଗୁଳି ମାରି ଦେଇଥିଲେ । ଅଭିଯୁକ୍ତ ଗାର୍ଡ ଙ୍କ ନାମ ହେଉଛି କେଶବ ।

ଗାର୍ଡ ଜଣଙ୍କ ତାଙ୍କ ପାଦକୁ ଗୁଳି ମାରିବା ପରେ ବ୍ୟାଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ଏହାପରେ ବ୍ୟାଙ୍କ୍ କର୍ମଚାରୀ ମାନେ ନିଜ ସ୍ଥାନରୁ ଉଠି ଆସିଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାର୍ଡ କୁ ଗିରଫ କରିଥିଲେ । ପଚରା ଉଚୁରା ପରେ ଜଣା ପଡିଲା ଯେ ଗାର୍ଡ ଜଣଙ୍କ ଜାଣିଶୁଣି ଗୁଳି ଚଳାଇ ନାହାନ୍ତି ବୋଲି କହିଛନ୍ତି ।

Nalco

Comments are closed.