Odisha news

କଣ ମୁହଁ ରେ ଦୀର୍ଘ ସମୟ ଧରି ମାସ୍କ ପିନ୍ଧିବା ଅକ୍ସିଜେନ କମିବାର କାରଣ ଅଟେ କି ? ଆସନ୍ତୁ ଜାଣିବା ଭାଇରାଲ ପୋଷ୍ଟ ପଛରେ କଣ ରହିଛି କାରଣ

ନୂଆଦିଲ୍ଲୀ : ଦେଶରେ କରୋନା ର ଦ୍ଵିତୀୟ ଲହର ଭୟଙ୍କର ରୂପ ଗ୍ରହଣ କରିଥିବା ସମୟରେ ଇଣ୍ଟରନେଟ ରେ ଭୁଲ ତଥ୍ୟ ଓ ଭୁଲ ଖବର ବଢ଼ିବାରେ ଲାଗିଛି l ଯାହା ଦ୍ୱାରା ସାଧାରଣ ମଣିଷର ସମସ୍ୟା ବଢ଼ିବାରେ ଲାଗିଛି l ଏହିଭଳି ଗୋଟିଏ ତଥ୍ୟ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେବାକୁ ଲାଗିଛି l ଯେଉଁଥିରେ କୁହାଯାଇଛି ଦୀର୍ଘ ସମୟ ପର୍ଯ୍ୟନ୍ତ ଫେସ ମାସ୍କ ପିନ୍ଧିବା ଦ୍ୱାରା ଶରୀରରେ CO2 ଓ ଅକ୍ସିଜେନ ସ୍ତର କମି ଯାଇଥାଏ l ଭାଇରାଲ ଖବର ଅନୁସାରେ ବାରମ୍ବାର ନିଶ୍ୱାସ ନେବା ଦ୍ୱାରା ଏଭଳି ହୋଇଥାଏ l ଯାହା କାର୍ବନ ଡାଇଅକ୍ସାଇଡ ରେ ବଦଳି ଯାଇଥାଏ ଓ ଆମର ମୁଣ୍ଡ ବୁଲାଇ ଦେଇଥାଏ l କହିବାର ଆବଶ୍ୟକତା ନାହିଁ ଯେ ଭାଇରାଲ ପୋଷ୍ଟ କାରଣ ରୁ ଅଧିକାଂଶ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେଉଛି l

ବର୍ତମାନ ଜଣାପଡିଛି ଯେ ଇଣ୍ଟରନେଟ ରେ ଭାଇରାଲ ହୋଇଥିବା ପୋଷ୍ଟ କୌଣସି ସତ୍ୟତା ନାହିଁ l ଅଧିକ ସମୟ ପର୍ଯ୍ୟନ୍ତ ଫେସ ମାସ୍କ ପିନ୍ଧିବା ଦ୍ୱାରା ଶରୀରରେ ଅକ୍ସିଜେନ ସ୍ତର କମ ହୋଇ ନଥାଏ l ଏହାର କୌଣସି ପ୍ରମାଣ ନାହିଁ ଯେ ଗୋଟିଏ ମାସ୍କ ବ୍ୟକ୍ତିର ରକ୍ତରେ ଅକ୍ସିଜେନ ସ୍ତରକୁ କମ କରିଦେବ l

ଭ୍ରମ ତଥ୍ୟର ସତ୍ୟତାକୁ ଜଣାଇବାକୁ ଯାଇ ପିଆଇବି ଗୋଟିଏ ଟ୍ୱିଟ ରେ ଲେଖିଛି ” ଗୋଟିଏ ସନ୍ଦେଶରେ ଦାବୀ କରାଯାଇଛି ଯେ ମାସ୍କ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ୱାରା ଶରୀରରେ CO2 ଓ ଅକ୍ସିଜେନ ସ୍ତର କମି ଯାଇଥାଏ l #PIBFactCheck ;ଏହା #FAKE  ଅଟେ l ଠିକ ଭାବରେ ମାସ୍କ ପିନ୍ଧି ,ସାମାଜିକ ଦୂରତା ରଖି ଓ ନିୟମିତ ଭାବରେ ହାତ ଧୋଇ କରୋନା ମହାମାରୀକୁ ବ୍ୟାପିବାରୁ ଅଟକାନ୍ତୁ l ”

ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ , ଫେସ ମାସ୍କ COVID -19 ମହାମାରୀଙ୍କୁ ଅଟକାଇବାର ଗୋଟିଏ ମାଧ୍ୟମ l

ଗଣମାଧ୍ୟମ ସୂଚନା ବ୍ୟୁରୋ ଇଣ୍ଟରନେଟ ରେ ପ୍ରଚଳିତ ଭୁଲ ସୂଚନା ଓ ମିଥ୍ୟା ଖବର ଉପରେ ଅଙ୍କୁଶ ଲଗାଇବା ପାଇଁ ଡିସେମ୍ବର ୨୦୧୯ ରେ ଏହି ତଥ୍ୟ ଯାଞ୍ଚ ଶାଖାର ଶୁଭାରମ୍ଭ କରିଛି l ଏଥିରେ ଦାବି କରାଯାଇଛି ଯେ ଏହାର ଉଦେଶ୍ୟ “ସରକାର ଙ୍କ ନୀତିକୁ ଓ ବିଭିନ୍ନ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଯୋଜନା ଦ୍ୱାରା ସମ୍ବନ୍ଧିତ ଭୁଲ ସୂଚନା କୁ ଜାଣିପାରି ଥାଏ l “ସରକାର ସମୟ ଓ ପୁଣି ଲୋକଙ୍କ ଏହି ପ୍ରକାରର ଭୁଲ ସୂଚନା ବିଷୟରେ ଅବଗତ କରାଇ ଥାଆନ୍ତି ଓ କେବଳ ବିଶ୍ୱସନୀୟ ତଥ୍ୟକୁ ବିଶ୍ୱାସ କରିବାକୁ କୁହାଯାଇଛି l

Nalco

Comments are closed.