Odisha news

କେବେଳ ସ୍ୱାଦ ପାଇଁ ନୁହେଁ : ଆପଣଙ୍କ ରୋଷେଇଘରେ ଥିବା ଏହିସବୁ ମସଲା ସ୍ୱାସ୍ଥ୍ୟରେ ମଧ୍ୟ ଭରପୁର

0

ଖାଦ୍ୟର ସ୍ବାଦକୁ ବଢ଼ାଇଥାଏ ମସଲା l ଏହି ପ୍ରାକୃତିକ ଗୁଣଯୁକ୍ତ ମସଲା ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ l ଆମର ଖାଦ୍ୟରେ ବ୍ୟବହାର ହେଉଥିବା ଏହି ସବୁ ପ୍ରାକୃତିକ ମସଲାରେ ଏପରି କିଛି ଗୁଣ ଥାଏ ଯାହା ବିଷୟରେ ଆମେ ଜାଣି ନଥାଉ l କିନ୍ତୁ ସେହି ମସଲା ସମ୍ପୂର୍ଣ ଶୁଦ୍ଧ ହୋଇଥିବା ଆବଶ୍ୟକ ,ଅର୍ଥାତ ତାହା ଅନ୍ୟ କୌଣସି ଅପ୍ରାକୃତିକ ରଙ୍ଗ କିମ୍ବା ସୁଗନ୍ଧ ମିଶ୍ରିତ ନହୋଇଥିବା ଉଚିତ l ଆଗକାଳରେ ଆମ ପୂର୍ବ ପୁରୁଷ ଏହିଭଳି ପ୍ରାକୃତିକ ମସଲାକୁ ବ୍ୟବହାର କରି ନିଜକୁ ସୁସ୍ଥ ରଖି ପାରୁଥିଲେ ,ଆସନ୍ତୁ ସେ ଗୁଡିକ ବିଷୟରେ ଜାଣିବା l

* ହଳଦୀ -ଆମେ ସମସ୍ତେ ପ୍ରାୟ ଭାବିଥାଉ ଖାଦ୍ୟରେ ହଳଦୀର ପ୍ରୟୋଗ ରଙ୍ଗ ପାଇଁ କରାଯାଇଥାଏ ,କିନ୍ତୁ ହଳଦୀ ଔଷଧୀୟ ଗୁଣର ଭଣ୍ଡାର ଅଟେ l ହଳଦୀରେ କରକ୍ୟୁମିନ ନାମକ ପ୍ରାକୃତିକ ତତ୍ୱ ମିଳିଥାଏ ,ଯାହା ଆଣ୍ଟି ଅକ୍ସିଡେଣ୍ଟ ଭଳି କାମ କରିଥାଏ ଓ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ l ହଳଦୀରେ ଆଣ୍ଟି ବାକ୍ଟେରିଆ ଗୁଣ ମଧ୍ୟ ରହିଛି ଯାହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷାକରେ l ହଳଦୀ ଗୋଟିଏ ଉନ୍ନତ ଇମ୍ୟୁନ ବୁଷ୍ଟର ଅଟେ l

* ଲଙ୍କାଗୁଣ୍ଡ – ଶୁଖିଲା ଲଙ୍କା ଗୁଣ୍ଡକୁ ଲୋକମାନେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କହିଥାନ୍ତି l କିନ୍ତୁ ଏହାକୁ ସୀମିତ ମାତ୍ରାରେ ପ୍ରୟୋଗ କରିବା କ୍ଷତିକାରକ ନୁହେଁ l ଲଙ୍କା ଗୁଣ୍ଡ ସୀମିତ ମାତ୍ରାରେ ପ୍ରୟୋଗ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରିତ କରିଥାଏ l ନାଲି ଲଙ୍କା ଗୁଣ୍ଡ ଶରୀରର କ୍ୟାଲୋରୀ ବର୍ନ କରିବାରେ ସାହାଯ୍ୟ କରେ l

* ଜୀରା – ଜୀରା ଗୋଟିଏ ଉନ୍ନତ ମାନର ଆଣ୍ଟି ଅକ୍ସିଡେଣ୍ଟ ,ଏଥିରେ ଫାଇବର ,ଆଇରନ ,କପର ,କ୍ୟାଲସିୟମ ,ପୋଟାସିୟମ ,ଜିଙ୍କ ,ମାଙ୍ଗାନିଜ ଓ ଭିଟାମିନ – ଇ ,ଏ ,ସି ଓ ବି ରହିଥାଏ l ଏହି ତତ୍ୱ ଗୁଡିକ ମାଂସ ପେଶୀକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ l

* ହେଙ୍ଗୁ – ତାରକାରୀର ସୁଗନ୍ଧକୁ ବଢାଇବା ସହିତ ଗ୍ୟାସ ,ବଦହଜମି ଓ ପେଟର ସମସ୍ତ ସମସ୍ୟା ପାଇଁ ହେଙ୍ଗୁ ରାମବାଣ l

* ଧନିଆ ଗୁଣ୍ଡ – ଧନିଆ ଗୁଣ୍ଡ ପେଟକୁ ସଂକ୍ରମଣ ,ଏସିଡ଼ିଟି ଓ ଶରୀରର ଜ୍ବଳନ ଭଳି ସମସ୍ୟାକୁ କମ କରିଥାଏ ଓ ପାଚନ ତନ୍ତ୍ରକୁ ମଝବୁତ କରିଥାଏ ତା ସହିତ ଶରୀରକୁ ଏଲର୍ଜୀ ରୁ ରକ୍ଷା କରେ l

* ଗରମ ମସଲା – ଏହା ପାରମ୍ପରିକ ମସଲାର ଗୋଟିଏ ମିଶ୍ରଣ l ଏହା ଖାଇବାର ସ୍ୱାଦ ବଢାଇବା ସହିତ ମେଟାବୋଲିଯିମ ସ୍ତରକୁ ମଧ୍ୟ ବଢ଼ିବାରେ ସାହାଯ୍ୟ କରେ ଓ ପାଚନ କ୍ରିୟାକୁ ଉନ୍ନତ କରିଥାଏ l

* ଲୁଣ – ଲୁଣ ଖାଦ୍ୟର ସ୍ବାଦକୁ ବଢାଇବା ସହିତ ଖାଦ୍ୟକୁ ସମ୍ପୂର୍ଣ ରୁଚିପୂର୍ଣ କରିବାରେ ଲୁଣର ମୁଖ୍ୟ ଭୂମିକା ରହିଛି l ଲୁଣ ବିନା ଖାଦ୍ୟ ସ୍ଵାଦହୀନ ,ଲୁଣରେ ଆୟୋଡିନ ରହିଛି l ଲୁଣ କମିବା ଦ୍ୱାରା ଶରୀରରେ ଥାଇରଏଡ ଗ୍ରନ୍ଥି ଠିକରେ କାମ କରି ନଥାଏ ଓ ସମସ୍ତ ସମସ୍ୟାର କାରଣ ହୋଇଥାଏ l ସୀମିତ ମାତ୍ରାରେ ଲୁଣର ସେବନ ଭଲ କୋଲେଷ୍ଟ୍ରଲକୁ ମଧ୍ୟ ବଢ଼ାଇଥାଏ l

 

 

 

 

Leave A Reply