Odisha news

ନଦୀ ଗର୍ଭକୁ ଖସି ଯୁବକ ଗରୁତର

0

ମାର୍ଶାଘାଇ-୨୧/୮ :  ମାର୍ଶାଘାଇ ଥାନା ଅନ୍ତର୍ଗତ ଲୁଣା ବ୍ରିଜ ଉପରୁ ଜଣେ ଯୁବକ ନଦୀ ଗର୍ଭକୁ ଖସିପଡି ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଯୁବକ ଜଣଙ୍କ ଯାଜପୁର ଜିଲ୍ଲା ବଡଚଣା ଥାନା ଅଞ୍ଚଳର ଅମୂଲ୍ୟ ନାୟକ (୩୨) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଅମୂଲ୍ୟ ବି୍ରଜର ଫୁଟପାଥରେ ଚାଲିଚାଲି ଯାଉଥିବା ସମୟରେ ଫୁଟପାଥ୍ର ସ୍ଲାବ ଭାଙ୍ଗି ପଡିବାରୁ ସେ ନଦୀ ଘର୍ଭକୁ ଖସି ପଡି ନଦୀରେ ସୋ୍ରତରେ ଭାସି ଯାଉଥିଲେ ।

ଯୁବକ ଜଣଙ୍କ ଭାସିଯାଉଥିବାର ଦେଖି ସ୍ଥାନୀୟ ଅଞ୍ଚଳର ସୁବୋଧ ବହୋରା , ପବିତ୍ର ବେହେରା , ଅରକ୍ଷିତ ପରିଡା , ମନୋଜ ବେହେରା , ସିଲୁଆ ମଲ୍ଲିକ ପ୍ରମୁଖ ମଟର ବୋଟ ସାହାର୍ଯ୍ୟରେ ଆଇତିପୁର ଗ୍ରାମ ନିକଟରୁ ଉଦ୍ଧାର କରିଥିଲେ । ସେ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି ଖବର ପାଇ ମାର୍ଶାଘାଇ ଅଗ୍ୱଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚôଥିଲା ଅମୂଳ୍ୟଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କର ଚିକିତ୍ସା ପାଇଁ ପ୍ରଥମେ ମାର୍ଶାଘାଇ ଓ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

Leave A Reply