Odisha news

ତାଳସଙ୍ଗା ପଞ୍ଚାୟତରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

0

ମାର୍ଶାଘାଇ-୨୧/୮ : ମାର୍ଶାଘାଇ ବ୍ଲକ ତାଳସଙ୍ଗା ପଞ୍ଚାୟତରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଥିବା ଜଣାପଡିଛି । ତାଳସଙ୍ଗା ପଞ୍ଚାୟତର ୧୫ ନମ୍ବର ଓ ୍ୱାଡରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଜଣେ ୨୨ ବର୍ଷିୟ ଯୁବକ । ତାଙ୍କୁ ଜିଲ୍ଲାର ଛତାସ୍ଥିତ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଛି ।

ପଞ୍ଚାୟତର ଏହି ୧୫ ନମ୍ବର ଓ ୍ୱାଡ ଏକ ଅଂଶକୁ ୧ ସପ୍ତାହ ପାଇଁ କଣ୍ଟନେମେଣ୍ଟ ଜୋନ ଭାବେ ସରପଞ୍ଚ କବିନ୍ଦ୍ରନାଥ ଜେନା ଘୋଷଣା କରିଛନ୍ତି ।

ଗୁରୁବାର ଅଗ୍ନିଶମ ବିଭାଗ ତରଫରୁ ଏହି କୁ ସାନିଟାଇଜ କରାଯିବା ସହ ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ୩୭ ଜଣଙ୍କ ସ୍ୱାବ ପରିକ୍ଷା ପାଇଁ ନିଆଯାଇଥିବା ସରପଞ୍ଚ କବିନ୍ଦ୍ରନାଥ ଜେନା ପ୍ରକାଶ କରିଛନ୍ତି । ମାର୍ଶାଘାଇ ତହସିଲଦାର ନିରଞ୍ଜନ ସାହୁ ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ କଣ୍ଟନେମେଣ୍ଟ ଜୋନ ଅଞ୍ଚଳରେ ପହଞ୍ଚô ଅନୁଧ୍ୟାନ କରିଥିଲେ ।

Leave A Reply