ମାର୍ଶାଘାଇ ୮/୭ (ଶୁଭେନ୍ଦ ପ୍ରକାଶ ଦାସ , ମାର୍ଶାଘାଇ ) : ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ତାଳସଙ୍ଗା ଗ୍ରାମ ନକଟବର୍ତ୍ତୀ ଚିତ୍ରୋତ୍ପଳା ନଦୀରେ ଭସୁଥିବା ଜଣେ ଅଚିହ୍ନା ମହିଳାଙ୍କ ମୃତ ଦେହକୁ ବୁଧବାର ପାଟକୁରା ପୋଲିସ ଉଦ୍ଧାର କରିଛି । ତେବେ ରିପୋଟ୍ ଲେଖା ହେବା ପର୍ଯ୍ୟନ୍ତ ଉକ୍ତ ମହିଳାଙ୍କ ପରିଚୟ ମିଳି ପାରି ନାହିଁ । ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟ ହେବ ବୋଲି ଅନୁମାନ କରାଯାଉଛି । ଘଟଣାରୁ ପ୍ରକାଶ ବୁଧବାର ସକାଳ ସମୟରେ ତାଳସଙ୍ଗା ଗ୍ରାମ ନିକଟରେ ଚିତ୍ରେତ୍ପଳା ନଦୀରେ ଜଣେ ମହିଳାଙ୍କ ମୃତ ଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପାଟକୁରା ପୋଲିସ ଓ ତାଳସଙ୍ଗା ସରପଞ୍ଚ କବିନ୍ଦ୍ରନାଥ ଜେନା ଘଟଣାସ୍ଥଳରେ ପହଞ୍ଚô ଥିଲେ ।
ଅପରାହ୍ନ ୧ସମୟରେ ମହିଳାଙ୍କ ମୃତ ଦେହକୁ ନଦୀରୁ ଉଦ୍ଧାର କରାଯାଇ ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡା ପଠାଯାଇଥିଲା । ଏନେଇ ପାଟକୁରା ଥାନାରେ ଏକ ଅପମୃତୁ୍ୟ ମାମଲା ୧୬/୨୦୨୦ ରୁଜ ହେବା ସହ ଶବ ବ୍ୟବଛେଦ ରିପୋଟ୍ ମିଳିବା ପରେ ମୃତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଏଏସଆଇ ରବିନ୍ଦ୍ର କୁମାର ବେଉରିଆ ପ୍ରକାଶ କରିଛନ୍ତି । ତେବେ ଉକ୍ତ ମହିଳା ଜଣକ କିଏ ? ତାଙ୍କର ପରିଚୟ କଣ ? , ତାଙ୍କ ଘର ? ତାଙ୍କର ମୃତ୍ୟୁ ହେଲା କିପରି ? ଏହା ଆତ୍ମ ହତ୍ୟା ଜନିତ ମୃତ୍ୟୁ ନା ହତ୍ୟା ଘଟଣା ! ନା ଏହା ପଛରେ ଅନ୍ୟ କିଛି ଘଟଣା ଲୁଛି ରହିଛି ତାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି ।
ଶୁଭେନ୍ଦ ପ୍ରକାଶ ଦାସ , ମାର୍ଶାଘାଇ
