ମାର୍ଶାଘାଇ ୧୫/୯ : ସ୍ପଷ୍ଟ ଦିବା ଲୋକରେ, ଜାତୀୟ ରାଜପଥ ଉପରେ ଜଣେ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ଗାଡି ଅଟକାଇ ତାଙ୍କଠାରୁ ଲୁଟ ଉଦ୍ୟମ କରିଛନ୍ତି ଦୁଇ ଦୁର୍ବୁତ୍ତ l ଗୁରୁବାର ମାଧ୍ୟ୍ୟହ୍ନ ସମୟରେ ଏକ ଘରୋଇ ବ୍ୟାଙ୍କର ଅଧିକାରୀ ରଘୁନାଥ ବେହେରା ଜାତୀୟ ରାଜପଥରେ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବା ସମୟରେ ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଛକରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ଅଟକାଇ ତାଙ୍କ ଗାଡି ଡ଼ିକି, ପକେଟ ଖୋଜି ଥିଲେ l ଏପରିକ ଫାଙ୍କା ଗୁଳି ବି ଚଳାଇ ଥିଲେ l ବ୍ୟାଙ୍କ କର୍ମଚାରୀଙ୍କ ପାଖରୁ କିଛି ପାଇ ନଥିଲେ, କେବଳ ତାଙ୍କ ମୋବାଇଲ ଟି ନେଇ ଘଟଣା ସ୍ଥଳରୁ ଫେରାର ହେଇଯାଇଥଲେ l ଏସମ୍ପକରେ ଖବର ପାଇବା ମାତ୍ରେ ମାର୍ଶାଘାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି l
