ବିବାହ ପୂର୍ବରୁ ଉଭୟ ପୁରୁଷ ଓ ମହିଳା ଙ୍କ ଜୀବନ କିଛି ଅଲଗା ପ୍ରକାରର ଥାଏ, ଉଭୟ ନିଜ ନିଜ ଜୀବନ ରେ କିଛି ଅଲଗା ଅଲଗା ଅନୁଭୂତି କୁ ସାଉଁଟି ଜୀବନ ବଂଚି ଥାଆନ୍ତି L କିନ୍ତୁ ବିବାହ ପରେ ଜୀବନ ର ବାସ୍ତବିକତା କିଛି ଅଲଗା ଥାଏ l ତେଣୁ ବିବାହ ର ଅନୁଭୂତି ସମ୍ପୂର୍ଣ ଅଲଗା ଥାଏ l
ଆସିଥାଏ ଏହିସବୁ ପରିବର୍ତ୍ତନ –
– ବିବାହ ପରେ ପୁରୁଷ ହୁଅନ୍ତୁ କିମ୍ବା ମହିଳା ସ୍ୱାଧୀନ ଭାବରେ ଜୀବନ ଅତିବାହିତ କରିଥାଆନ୍ତି, କିନ୍ତୁ ବିବାହ ପରେ ପ୍ରତ୍ୟେକ କ୍ଷେତ୍ରରେ ଉଭୟଙ୍କ ଦାୟିତ୍ୱ ବଢ଼ିଯାଇ ଥାଏ, ଉଭୟ ଦାୟିତ୍ୱବାନ ହେଲେ ହିଁ ସୁଖମୟ ଜୀବନ ଅତିବାହିତ କରିବା ସମ୍ଭବ ହୋଇଥାଏ l
– ବିବାହ ପରେ ଝିଅମାନେ ଜୀବନରେ ବିଶେଷ ଭାବରେ ସ୍ୱାଧୀନତା ସମ୍ପୂର୍ଣ ସମାପ୍ତ ହୋଇଯାଇ ଥାଏ l ସେମାନେ ଗୋଟିଏ ନିଶ୍ଚିନ୍ତ ଜୀବନ ବଂଚିବା ଭୁଲି ଯାଇ ଥାଆନ୍ତି, ଏହାକୁ ଯିଏ ମାନି ରହିଥାଏ ସେ ସମସ୍ତ କ୍ଷେତ୍ରରେ ସଫଳତା ପାଇଥାଏ l
– ବିବାହ ପୂର୍ବରୁ ଆପଣ କାହା ସହିତ ସମ୍ପର୍କ ରଖିବେ ତାହା ତୁମ ଇଚ୍ଛା ଉପରେ ନିର୍ଭର କରିଥାଏ, କିନ୍ତୁ ବିବାହ ପରେ କିଛିଟା ସମ୍ପର୍କ ରଖିବା ଖୁବ ଜରୁରୀ ହୋଇଯାଇ ଥାଏ l ଉଭୟ ପୁରୁଷ ଓ ମହିଳା ଏହାକୁ ସମ୍ଭାଳିବାକୁ ବାଧ୍ୟ ହୋଇ ଥାଆନ୍ତି l
– ବିବାହ ପରେ ଆପଣଙ୍କ ପ୍ରାଥମିକତା ବଦଳୀ ଯାଇଥାଏ, ମହିଳା ମାନେ ନିଜ ପୂର୍ବରୁ ନିଜ ଶ୍ୱଶୁର ଘରର ଲୋକଙ୍କୁ ପ୍ରାଧାନ୍ୟ ଦେଇଥାଆନ୍ତି l ଯାହାକି ଖୁବ ଜରୁରୀ ହୋଇଥାଏ l
– ବିବାହ ପରେ ସାଧାରଣ ଭାବରେ ଲୋକେ ଜୀବନ ର ସତ୍ୟତା କୁ ଜାଣିବାକୁ ବାଧ୍ୟ ହୋଇ ଥାଆନ୍ତି, ଦୂରରୁ ସବୁକିଛି ଯେତିକି ରଙ୍ଗୀନ ହୋଇଥାଏ ବାସ୍ତବରେ ତାହା ସତ୍ୟତା ହୋଇ ନଥାଏ l
– ବିବାହ ପରେ ଉଭୟ ପୁରୁଷ ଓ ମହିଳାଙ୍କ ଜୀବନ ରୁଟିନ ଚେଞ୍ଜ ହୋଇଯାଇଥାଏ, ଯେଉଁଥିରେ ଅନେକ ନୀତିନିୟମ ମଧ୍ୟ ରହିଥାଏ l
– ବିବାହ ପରେ ଅନେକ ଛୋଟ ଛୋଟ କଥାକୁ ଗୁରୁତ୍ୱ ଦେବା ପାଇଁ ଆମେ ବାଧ୍ୟ ହୋଇଯାଇ ଥାଉ, ଯାହାକି ଗୋଟିଏ ସୁଖୀ ବୈବାହିକ ଜୀବନ ପାଇଁ ଗୁରୁତ୍ୱପୂର୍ଣ ହୋଇଯାଏ l ଭୁଲ ନଥାଇ ମଧ୍ୟ କ୍ଷମା ମାଗିବାକୁ ପଡିଥାଏ l
– ଯଦି ଆପଣ ଜଣେ କର୍ମଜୀବି ମହିଳା ଅଟନ୍ତି ତେବେ ବିବାହ ପରେ ନିଜ ଅଫିସ କାମ ଓ ଘର କାମ ମଧ୍ୟରେ ଅନେକ କିଛି ଠିକ ରଖିବାକୁ ପଡିଥାଏ l ଯାହାକି ଖୁବ ଗୁରୁତ୍ୱପୂର୍ଣ ହୋଇଥାଏ l