ବ୍ରହ୍ମପୁର ୨୦/୩- ଜନୈକା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ପିତବାସ ବେହେରା(୩୨) । ଉଭୟ ପିଡ଼ିତା ଓ ଅଭିଯୁକ୍ତଙ୍କ ପୃଥକ ପୃଥକ ଭାବେ ଏମ୍କେସିଜିରେ ଡାକ୍ତରୀ ମଇନା କରାଯାଇଛି । ମାମଲା ନମ୍ବର ୧୩୩/୨୩ରେ ସୋମବାର ପୋଲିସ ପିତବାସଙ୍କୁ କୋର୍ଟ ଚାଲାଣ କରିଛି । କୋର୍ଟ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସେହିପରି କୋର୍ଟରେ ଧାରା ୧୬୪ ଅନୁସାରେ ପିଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଯେ ଗତ କିଛି ମାସ ପୂର୍ବେ ପିତବାସ ବେହେରା ତାଙ୍କରି ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ହାଇଦ୍ରାବାଦ ନେଇ ପଳାଇଥିଲେ। ସେଠାରେ ସେ ଯୁବତୀଙ୍କ ଘର ଭଡା ନେଇ ରଖିଥିଲେ। ଯୁବତୀଙ୍କୁ ଅସ୍ୱାଶନ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । କିଛିଦିନ ତଳେ ପୀତବାସ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବାକୁ ମନା କରିଦେଇ ନିଜ ଗାଁ ‘ ଆଣି ତାଙ୍କୁ ଛାଡି ଦେଇଥିଲେ। ପରେ ଯୁବତୀ ଜଣଙ୍କ ପିତାବସଙ୍କୁ ବିବାହ କରିବାକୁ ଜିଦ କରିବାରୁ ସେ ତାଙ୍କୁ ଜୀବନରେ ମାରିଦେବାକୁ ଧମକଚମକ ଦେଇଥିଲେ । ପରେ ପିଡ଼ିତା ଜଣଙ୍କ ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ।
