Odisha news

ଗବେଷଣା ରୁ ଖୁଲାସା : ଭାରତୀୟ ମାନଙ୍କର ବିବାହ ପୂର୍ବରୁ ଓ ବିବାହ ପରେ ଶାରୀରିକ ସମ୍ବନ୍ଧକୁ ନେଇ ଆସିଲା ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ

0
ନୂଆଦିଲ୍ଲୀ : ନେସନାଲ ଫାମିଲି ହେଲ୍ଥ ସର୍ଭେର ନିକଟରେ ମିଳିଥିବା ତଥ୍ୟ ଆଜିକାଲି ଖୁବ ଚର୍ଚାର ବିଷୟ ହୋଇଛି l ଏହି ସର୍ଭେରେ ଭାରତୀୟ ମାନଙ୍କର ବିବାହ, ସେକ୍ସ ଓ ପାର୍ଟନର ସହିତ ଯୋଡି ହୋଇଥିବା ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା l ଏହି ସର୍ଭେ ରେ ଜାଣିବାକୁ ବିଶେଷଜ୍ଞ ମାନେ ଇଛା ରଖି ଥାଆନ୍ତି ଯେ ବିବାହ ପୂର୍ବରୁ ପ୍ରଥମଥର ସେକ୍ସ କରିଛନ୍ତି କି l ରିସର୍ଚ୍ଚ ରୁ ଜଣା ପଡିଥିଲା ଯେ ବିବାହ ପୂର୍ବରୁ ଅଧିକାଂଶ ଭାରତୀୟ ସମ୍ବନ୍ଧ ରଖି ଥାଆନ୍ତି, କିନ୍ତୁ ତାହା ଅଲଗା ଅଲଗା ଆୟୁ ବର୍ଗରେ l
ବିବାହ ପୂର୍ବରୁ ହାରାହାରି ୭.୪ ପ୍ରତିଶତ ପୁରୁଷ ସମ୍ବନ୍ଧ ରଖିଥିବା ବେଳେ ୧.୫ ପ୍ରତିଶତ ମହିଳା ବିବାହ ପୂର୍ବରୁ ସମ୍ବନ୍ଧ ରଖି ଥାଆନ୍ତି l ଏହି ସର୍ଭେ ଅନୁଯାୟୀ ପାଖାପାଖି ୧୨ ପ୍ରତିଶତ ଶିଖ ପୁରୁଷ କହିଥିଲେ ବିବାହ ପୂର୍ବରୁ ସେକ୍ସ କରିଥିବା ମାନିଥିଲେ ଓ ୦.୫ ପ୍ରତିଶତ ମହିଳା ଥିଲେ l ହିନ୍ଦୁ ପୁରୁଷ ମାନଙ୍କ ମଧ୍ୟରେ ୭.୯ ଓ ହିନ୍ଦୁ ମହିଳା ୧.୫ ପ୍ରତିଶତ l ସେହି ସ୍ଥାନରେ ମୁସଲମାନ ପୁରୁଷ ୫. ୪ ପ୍ରତିଶତ ଥିବା ବେଳେ ମୁସଲମାନ ମହିଳା ୧. ୪ ପ୍ରତିଶତ ସ୍ୱୀକାର କରିଥିଲେ , ଈସାଈ ଧର୍ମର ପୁରୁଷ ୫.୯ ପ୍ରତିଶତ ଥିବାବେଳେ ୧.୫ ପ୍ରତିଶତ ଈସାଈ ମହିଳା ସମ୍ବନ୍ଧ ରଖିବାର ତଥ୍ୟ ମିଳିଥିଲା l
ଏହି ସର୍ଭେରେ ଆର୍ଥିକ ସ୍ଥିତିକୁ ମଧ୍ୟ ଯୋଡି ଦେଖା ଯାଇଥିଲା l ସବୁଠୁ ଧନୀକ ଗୋଷ୍ଠୀର ପୁରୁଷ ଓ ଆର୍ଥିକ ଦୁର୍ବଳ ମହିଳା ମାନେ ଅଧିକ ବିବାହ ପୂର୍ବରୁ ସମ୍ବନ୍ଧ ରଖି ଥାଆନ୍ତି l ଏହି ସର୍ଭେରେ ବିବାହ ପରେ ଅନ୍ୟ ପୁରୁଷ ଓ ଅନ୍ୟ ମହିଳା ସହିତ ଶାରୀରିକ ସମ୍ପର୍କ ରଖିବାକୁ ନେଇ ମଧ୍ୟ ତଥ୍ୟ ସାମ୍ନା କୁ ଆସିଛି l
ବୈବାହିକ ଜୀବନରେ ସେକ୍ସ ସମ୍ପୂର୍ଣ ଭାବରେ ପୁରୁଷ ପ୍ରଧାନ ସମାଜ ସହିତ ଯୋଡ଼ା ହୋଇଛି l ଅଧିକାଂଶ ରାଜ୍ୟରେ ପୁରୁଷମାନେ କହିଥିଲେ ଯଦି ସ୍ତ୍ରୀର ଇଛା ବିରୁଦ୍ଧରେ ସ୍ୱାମୀ ସମ୍ବନ୍ଧ ରଖିବାକୁ ଚାହୁଁଛି ତେବେ ସିଏ ମନାକରି ପାରିବ , ସେହି ସ୍ଥାନରେ ଅରୁଣାଚଳ ପ୍ରଦେଶର ପାଖାପାଖି ୩୦ ପ୍ରତିଶତ ମହିଳା କହିଥିଲେ ଯଦି ସ୍ୱାମୀ ସେକ୍ସ କରିବାକୁ ଚାହୁଁଛି କରିପାରିବ ତାକୁ ମନା କରିବା ଉଚିତ ନୁହେଁ l
Leave A Reply

Your email address will not be published.