ପିପିଲି : ପିପିଲି ଥାନା ଅଧିନସ୍ଥ କଣ୍ଟି ପଂଚାୟତ ପାତ୍ରସାହୀରେ ବିବାହ ଉତ୍ସବ ପାଳନରେ କୋଭିଡ୍-୧୯ ନିୟମ ଉଲଘଂନ ହେଉଥିବା ଖବର ପାଇ ପିପିଲି ତହସିଲଦାର ଓ ପୁଲିସ ମିଳିତ ଚଢାଉ କରିଥିଲେ । ସେଠାରୁ ବିବାହ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତୀ ରନ୍ଧା ଖାଦ୍ୟକୁ ତହସିଲଦାରଙ୍କ ନିଦେ୍ର୍ଦଶରେ ପୁଲିସ ଜବତ କରିଛି । ମିଳିଥିବା ସୁଚନାନୁଯାଇ କରୋନା ସଂକ୍ରମିତ ସମୟରେ କୋଭିଡ୍-୧୯ର ନିୟମ ଉଲଘଂନ କରି କଣ୍ଟି ପଂଚାୟତ ପାତ୍ରସାହୀର ଗଣେଶ ପାତ୍ର ତାଙ୍କ ପୁଅର ବିବାହ ଉତ୍ସବ ପାଳନ କାର୍ଯ୍ୟ କରୁଥିବା ପିପିଲି ତହସିଲଦାରଙ୍କ ନିକଟକୁ ସୁଚନା ମିଳିଥିଲା ।
ଖବର ପାଇ ପିପିଲି ତହସିଲଦାର ସପନ କୁମାର ନନ୍ଦ ଓ ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୁଷ୍ଟି ସଦଳବଳ ଘଟଣାସ୍ଥଳେରେ ପହଂଚିଥିଲେ । ସେଠାରୁ ୫ଶହ ରୁ ଅଧିକ ଲୋକଙ୍କ ବିବାହ ଭୋଜି ପାଇଁ ରନ୍ଧା ଖାଦ୍ୟକୁ ଜବତ କରିଥିଲେ । ତତ୍ ସହିତ ଗଣେଶ ପାତ୍ରଙ୍କ ନାମରେ ପିପିଲି ଥାନାରେ କୋଭିଡ-୧୯ର ନିୟମ ଉଲ୍ଲଘଂନ ଆଇନିରେ ଏକ କେଶ ୧୯୨/୨୦ରେ ରୁଜୁ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ପୁଷ୍ଟିଙ୍କ ଠାରୁ ପ୍ରକାଶ । କରୋନା ନିୟମ ଉଲଘଂନ କାରୀ ଙ୍କ ବିରୁଧର ଫାଇନି କଟାଯିବା ସହିତ ତାଙ୍କ ବିରୁଧରେ ଆଇନିଗତ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ସପନ କୁମାର ନନ୍ଦ ସୁଚନା ଦେଇଛନ୍ତି । ଅନ୍ୟପଟେ ଜବତ ରନ୍ଧା ଖାଦ୍ୟକୁ ପିପିଲି ତହସିଲ କାର୍ଯ୍ୟାଳୟ ନିକଟ ବସ୍ତିରେ ରହୁଥିବା ଗରିବ ଲୋକଙ୍କୁ ବଣ୍ଟ କରାଯାଇଥିବା ଜଣାପଡିଛି ।