ନୂଆଦିଲ୍ଲୀ : ଗୋଟିଏ ଝିଅ ସହିତ ବିବାହ କରିବାକୁ ପହଞ୍ଚିଲେ ଦୁଇଟି ବର l ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ଘଟଣାଟି ସତ୍ୟ ଅଟେ ,ଉତ୍ତରପ୍ରଦେଶର କାନୋଜରେ ଗୋଟିଏ କନ୍ୟାଙ୍କ ସହିତ ବିବାହ କରିବା ପାଇଁ ଦୁଇଟି ବର ବିବାହ ମଣ୍ଡପରେ ପହଞ୍ଚିଥିଲେ l ସେଥିରୁ ଜଣେ ଥିଲା ଯୁବତୀଙ୍କର ପ୍ରେମିକ ଓ ଅନ୍ୟଜଣେ ଥିଲା ଯୁବତୀଙ୍କ ଘର ଲୋକଙ୍କ ଦ୍ୱାରା ବଛା ଯାଇଥିବା ବର l ମଣ୍ଡପରେ ଦୁଇଟି ବରକୁ ଦେଖି କନ୍ୟାପକ୍ଷ ଆଶ୍ଚର୍ଯ୍ୟ ହୋଇଯାଇଥିଲେ l ପ୍ରଥମେ ବଛା ଯାଇଥିବା ବରଟି ବରଯାତ୍ରୀଙ୍କ ନେଇ ପହଂଚିବା ପରେ ତାଙ୍କର ସ୍ୱାଗତ କରାଯାଇ ବିବାହ କାର୍ଯ୍ୟ ଚାଲିଥିଲା l ଏହି ସମୟରେ କନ୍ୟାଙ୍କ ପ୍ରେମିକ ବରଯାତ୍ରୀଙ୍କୁ ନେଇ ପହଂଚିଗଲେ l
ପ୍ରେମିକାଙ୍କୁ ଦେଖି କନ୍ୟାଙ୍କ ଘରଲୋକ ଆଶ୍ଚର୍ଯ୍ୟ ହୋଇଗଲେ କିନ୍ତୁ କନ୍ୟା ଜଣଙ୍କ ବେଶ ଖୁସି ହୋଇଯାଇଥିଲେ l ନିଜ ପ୍ରମିକାଙ୍କ ବରଯାତ୍ରୀ ମାନଙ୍କୁ ଦେଖି କନ୍ୟା ଜଣଙ୍କ ପିତାମାତାଙ୍କ ଦ୍ୱାରା ବଛା ଯାଇଥିବା ବରଙ୍କୁ ବିବାହ କରିବାକୁ ମନା କରିଦେଲେ l କିଛି ଘଟିବ ପୂର୍ବରୁ ଲୋକମାନେ ପୋଲିସକୁ ସୂଚନା ଦେଇଦେଲେ l ଘଟଣା ସ୍ଥଳରେ ପୋଲିସ ପହଂଚି ପ୍ରେମିକ ଓ କନ୍ୟାକୁ ଗିରଫ କରିଥିଲା l ଏହା ପରେ ଉଭୟ ପକ୍ଷର ସମାଧାନ ପାଇଁ କଥାବାର୍ତା ଆରମ୍ଭ ହେଲା l ପ୍ରେମିକ ଜଣଙ୍କର ବିବାହ ଜୁନ ୨୩ ତାରିଖରେ ସ୍ତିର ହୋଇଥିଲା ,କିନ୍ତୁ ସେ କନ୍ୟାଙ୍କ ଘରେ ବରଯାତ୍ରୀଙ୍କ ସହିତ ପହଞ୍ଚିଯାଇଥିଲେ l ଥାନାରେ ପ୍ରେମିକ ମହାଶୟ ,କନ୍ୟାପକ୍ଷ ଓ ବର ପକ୍ଷଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା l
ତିନି ପକ୍ଷର ଚାଲିଥିବା ଘଣ୍ଟା ଘଣ୍ଟା ଆଲୋଚନା ପରେ ଯୁବତୀଙ୍କ ପରିଜନ ମାନେ ବରଙ୍କୁ ସମସ୍ତ ଜିନିଷ ଫେରାଇ ଦେଇଥିଲେ ଓ ବର ମଧ୍ୟ କନ୍ୟା ପକ୍ଷରୁ ମିଳିଥିବା ମୋଟର ସାଇକେଲ ସହିତ ସମସ୍ତ ଜିନିଷ ଫେରାଇଥିଲେ l ଅନ୍ୟ ପକ୍ଷରେ ଯୁବତୀଙ୍କ ପ୍ରେମୀଙ୍କଙ୍କ ବିବାହ ଯେଉଁଠି ସ୍ଥିର ହୋଇଥିଲା ସେଠାରେ କନ୍ୟା ପକ୍ଷକୁ ସମସ୍ତ ଧନ ରାଶି ଫେରାଇ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଧାର୍ଯ୍ୟ କଲେ l ପୋଲିସର ଉପସ୍ଥିତିରେ କନ୍ୟା ଜଣଙ୍କ ନିଜ ପ୍ରେମିକାଙ୍କୁ ବିବାହ କଲେ l ଯୁବତୀଙ୍କୁ ବିବାହ କରିବାକୁ ଆସିଥିବା ବରଟି ମନଦୁଃଖରେ ବସିଥିଲା ଓ ଏହି ସମୟରେ ଗାଁର ଜଣେ ବ୍ୟକ୍ତି ନିଜର ବିବାହ ପ୍ରସ୍ତାବ ସେହି ବର ସହିତ ରଖିବା ପରେ ବର ପକ୍ଷ ରାଜି ହୋଇଥିଲେ l ଏହା ପରେ ତୁରନ୍ତ ରାତାରାତି ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା l

Comments are closed.