ନୂଆଦିଲ୍ଲୀ : କରୋନା ସମୟରେ ବିବାହ କାର୍ଯ୍ୟକୁ ନେଇ ପ୍ରତେକ ରାଜ୍ୟର ଅଲଗା ଅଲଗା ଗାଇଡ଼ ଲାଇନ ଜାରି କରାଯାଇଛି l ସେହି ଭାଲୁଇ ଗୁଜୁରାଟର ମଧ୍ୟ ଗାଇଡଲାଇନ ଜାରି ହୋଇଛି l ଗୁଜୁରାଟର ରାଜକୋଟରେ ରହିଥିବା ଅନିଲ ଗୁଜୁରାଟି ବିବାହ କରିବା ପାଇଁ ଯାଉଥିଲେ l କିନ୍ତୁ ତାଙ୍କୁ ଓ ତାଙ୍କ ପରିବାରକୁ କରୋନା ସମୟରେ ଜାରି କରାଜିରେଥିବା ଗାଇଡଲାଇନ କୁ ଭାଙ୍ଗିବା କାରଣରୁ ପୋଲିସ ଷ୍ଟେସନର ଦ୍ୱାରସ୍ଥ ହେବାକୁ ପଡିଲା l ମିଳିଥିବା ସୂଚନା ଅନୁସାରେ ପୋଲିସକୁ ସୂଚନା ମିଳିଥିଲା ଯେ ଯେଉଁଠି ଏହି ବିବାହ କାର୍ଯ୍ୟ ହେଉଛି ସେଠାରେ ଅନେକ ଭିଡ ରହିଛି l
ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା l ପୋଲିସ ବର ସହିତ ୭ ଜଣଙ୍କୁ ଗିରଫ କରି ପୋଲିସ ଷ୍ଟେନ୍ସନ ନେଇ ଯାଇଥିଲା l ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ବର ଘର ଲୋକ ମାନଙ୍କୁ ଜଣା ନଥିଲା ଯେ ସେଠାରେ ୩୦୦ ବରଯାତ୍ରୀ ଉପସ୍ଥିତ ଅଛନ୍ତି l ତାସାହିତ ବରଯାତ୍ରୀ ମାନେ କେହିବି ମାସ୍କ ପିନ୍ଧି ନଥିଲେ ଏବଂ ଡିଜେ ନବାଜିଲେ ମଧ୍ୟ ବିଭିନ୍ନ ପ୍ରକାରର ମନରଞ୍ଜନ ଭିର୍ତ୍ତିକ କାର୍ଯ୍ୟକ୍ରମ କରି ବରକୁ ନେଉଥିଲେ l
ସରକାରଙ୍କ ପକ୍ଷରୁ ଗୋଟିଏ ବିବାହ କାର୍ଯ୍ୟକ୍ରମରେ ୫୦ ଜଣ ଲୋକଙ୍କୁ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି l କିନ୍ତୁ ସେମାନେ ସମ୍ପୂର୍ଣ୍ଣ ଭାବେ ତାହାକୁ ଉଲଂଘନ କରିଥିବା କାରଣରୁ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ କରାଯାଇଛି l ପୋଲିସ ବର ,ବରର ଭାଇ ,କନ୍ୟାପିତା ,ପୁରହିତ ,ଭିଡିଓ ଗ୍ରାଫର ,ଫୋଟୋ ଗ୍ରାଫର ଓ ରୋଷେୟାକୁ ଗିରଫ କରିଥିଲେ l ୪ ଘଣ୍ଟା ପରେ ସେମାନଙ୍କୁ ଛାଡିବା ପରେ ସେମାନେ ଗାଇଡଲାଇନକୁ ପାଳନ କରି ବିବାହ କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ l
