ବିବାହରେ ଯୋଗ ଦେବାପାଇଁ ଡାକିଲେ ତିନିଜଣ ବନ୍ଧୁଙ୍କୁ : ପଇସା ସଂଚୟ କରି କଲେ ଏଭଳି କାମ
ନୂଆଦିଲ୍ଲୀ :ଆମେ ପ୍ରାୟତଃ ଅଧିକାଂଶ କଞ୍ଜୁସ ଲୋକଙ୍କ କାହାଣୀ ଶୁଣିଛୁ ,ଏହିଭଳି କିଛି ଲୋକଙ୍କ ସହିତ ମଧ୍ୟ ଜୀବନରେ ଆମେ ମିସିଛୁ l ଯେଉଁ ମାନେ ନିଜର ଆବଶ୍ୟକତାକୁ ମେଣ୍ଟାଇବା ପାଇଁ କଞ୍ଜୁସୀ କରି ଥାନ୍ତି l ସେହିଭଳି ଗୋଟିଏ ଯୋଡି ଘର କିଣିବା ପାଇଁ ପଇସା ବଞ୍ଚିବାର ନିଷ୍ପତି ନେଲେ ଓ ନିଜ ବିବାହରେ ଖର୍ଚ କାଟ କଲେ l ଏହି ଖର୍ଚ କାଟ ଅଟେ କମ ଥିଲାଯେ ସେମାନେ ତାଙ୍କ ବିବାହରେ କେବଳ ତିନିଜଣ ଲୋକଙ୍କୁ ଡାକିଥିଲେ l ଗୋଟିଏ ପକ୍ଷରେ ଅଧିକାଂଶ ଲୋକ ନିଜର ବିବାହକୁ ଆଡମ୍ବର ସହକାରେ କରିବାକୁ ଚାହିଁଥାନ୍ତି l
କିନ୍ତୁ ଏହି ଦମ୍ପତି ନିଜ ବିବାହରେ ମାତ୍ର ତିନିଜଣ ଅତିଥିଙ୍କୁ ଡାକିଥିଲେ ଓ ଫଟୋ ଉଠାଇବା ପାଇଁ ଅଜଣା ଲୋକଙ୍କର ସାହାଯ୍ୟ ନେଇଥିଲେ l ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ,ଖାସ କରି ସେମାନେ ନିଜର ନୂଆ ଘର କିଣିବା ପାଇଁ ଏପରି କରିବାକୁ ବାଧ୍ୟ ହୋଇଥିଲେ l କେବଳ ଏତିକି ନୁହଁ କନ୍ୟା ଜଣଙ୍କ ନିଜ ବିବାହ ପୋଷାକ ମଧ୍ୟ ଶସ୍ତାରେ ତିଆରି କରାଇଥିଲେ l ଯେଉଁଠି ଗୋଟିଏ ବିବାହଘରେ ଲକ୍ଷ ଲକ୍ଷ ତାଙ୍କ ଖର୍ଚ ହୁଏ ସେଠାରେ ମାତ୍ର ୪୦ ହଜାର ଟଙ୍କା ଖର୍ଚ ହୋଇଥିଲା l ଏହି ଦମ୍ପତି ଜଣଙ୍କ ବ୍ରିଟେନରେ ରହୁଥିବା ବେଥ ଓ ଜ୍ୟାକ ଅଟନ୍ତି l
ବିବାହ କାର୍ଯ୍ୟକ୍ରମରୁ ଯେଉଁ ପଇସା ବଳିଲା ସେମାନେ ଗୋଟିଏ ଘର କିଣିନେଲେ l ବେଥ କହିଛନ୍ତି ବିବାହ ପୂର୍ବରୁ ତାଙ୍କର ଗୋଟିଏ ସନ୍ତାନ ଅଛି ଓ ଆଉ ଗୋଟିଏ ସନ୍ତାନ ୪ ମାସ ଭିତରେ ହେବାର ଅଛି ,ତେଣୁ ସେମାନେ ପ୍ରଥମେ ଘର କିଣିବା ପାଇଁ ଇଛା ପ୍ରକାଶ କରିଥିଲେ l ସେ ଆହୁରି ମଧ୍ୟ କହିଅଛନ୍ତି ତାଙ୍କ ସମ୍ପର୍କୀୟ ମାନଙ୍କୁ ଏଭଳି ବିବାହ ଦ୍ୱାରା ଝଟକା ଲାଗିଛି କିନ୍ତୁ ବେଥଙ୍କର ପିତାମାତା ଖୁସି ଅଛନ୍ତି l
Comments are closed.