ବିହାର : ଲକ୍ଡାଉନ୍ ଭିତରେ ବିହାରର ମୁଜାଫର ନଗରରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି । ବରର ଉଚ୍ଚତା ତିନି ଫୁଟ୍ ବର, କନ୍ୟା ଅଢ଼େଇ ଫୁଟ୍ । ବରର ନାଁ ଫୁଲ ବାବୁ, କନ୍ୟା ସରବରୀ ବେଗମ୍ । ଏମାନଙ୍କ ବାହାଘର ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି । ଗାଁ ଲୋକଙ୍କ ଆର୍ଥିକ ସହଯୋଗରେ ଏ ବାହାଘର ସମ୍ପନ୍ନ ହୋଇଛି । ୪୫ ବର୍ଷୀୟ ଫୁଲ ବାବୁ ଓ ସରବରୀ ମାସ୍କ ପିନ୍ଧି, ସାମାଜିକ ଦୂରତ୍ୱ ରକ୍ଷା କରି ବାହା ହୋଇଛନ୍ତି । ଲୋକମାନେ ଏମାନଙ୍କୁ ଆର୍ଥକ ସାହାଯ୍ୟ କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।