ଖୋର୍ଦ୍ଧା : ବେଗୁନିଆ ଥାନା ମାଣିବନ୍ଧ ପଂଚାୟତ ଅନ୍ତର୍ଗତ ବଡନୟାପଲ୍ଲୀ (ବାଙ୍କାପଲ୍ଲୀ)ଆଦିବାସୀ ସାହିର ୧୦ ଜଣ ବ୍ୟକ୍ତି ଗତ ୨୪ ତାରିଖ ରାତିରେ ବେଗୁନିଆ ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାରୁ ପ୍ରକାଶ ଯେ ଗତ ୩ ମାସ ତଳେ ବଡ ନୟାପଲ୍ଲୀ ଗ୍ରାମର ଜଣେ ସବର୍ଣ୍ଣ ଜାତିର ନାବାଳିକା ଝିଅକୁ ସେହି ଗ୍ରାମରେ ଥିବା ଆଦିବାସୀ ସାହିର ନାବାଳକ ପୁଅ ଅପହରଣ କରି ନେଇ ଯାଇଥିଲା ।
ଏ ନେଇ ବେଗୁନିଆ ପୋଲିସ ଝିଅର ପିତା ଲିଖିତ ଅଭିଯୋଗ କରିଥିଲେ । ଗତ ୨୪ ତାରିଖ ଦିନ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବରେ ଅପହରଣ କରିଥିବା ବାଙ୍କାପଲ୍ଲୀ ଆଦିବାସୀ ସାହିର ନାବାଳକଙ୍କ ଘରେ ଚଢାଉ କରିଥିଲେ । ଏହି ସମୟରେ ସାହିର ୩୦ /୪୦ ଜଣ ମହିଳା ଓ ପୁରୁଷ ସଂଘବଦ୍ଧ ଭାବରେ ବାଉଁଶ ଠେଙ୍ଗା ଓ ପଥର ଢେଲା ମାରି ପୋଲିସକୁ ମାଡମାରି ଆହତ କରିଥିଲେ । ଏଥିରେ ଚାରିଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏ ସଂକ୍ରାନ୍ତରେ ଆହତ ବେଗୁନିଆ ଥାନା ସବଇନିସପେକ୍ଟର ଶ୍ରୀକାନ୍ତ କୁମାର ପଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସୋମବାର ବିଳମ୍ବିତ ରାତିରେ ଉକ୍ତ ଗ୍ରାମରେ ଚଢାଉ କରି ପ୍ରକାଶ ଦେହୁରୀ,ପ୍ରଶାନ୍ତ ନାଏକ,ପ୍ରମୋଦ ନାଏକ,ସୁଶାନ୍ତ ନାଏକ,ସପନା ଦେଉରୀ ,ପହଲୀ ନାଏକ,ଅକ୍ଷୟ ନାଏକ,ପ୍ରତାପ ନାଏକ ,ପବନା ଦେହୁରୀ ଓ ଗଣେଶ କୁମାର ନାଏକଙ୍କୁ ଗିରଫ କରି ୧୦୪/୨୦ରେ କେସ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।