Odisha news

ପୃଥିବୀ ପୃଷ୍ଠର ପ୍ରଥମ ବିବାହ କାହା ମଧ୍ୟରେ ହୋଇଥିଲା

0

ଆମେ ଏଭଳି ଅନେକ ପ୍ରଶ୍ନ ମଧ୍ୟରେ ଛନ୍ଦି ହୋଇ ଯାଇଥାଉ ଯାହାର ଉତର ନିଜେ ମଧ୍ୟ ଜାଣିବାକୁ ଇଛା କରିଥାଉ l ସେହିଭଳି କେବେ ଭାବିଛନ୍ତି ପୃଥିବୀର ପ୍ରଥମ ବିବାହ କାହା କାହା ମଧ୍ୟରେ ହୋଇଥିଲା ? ତେବେ ଆଜି ଆସନ୍ତୁ ଜାଣିବା l ହିନ୍ଦୁ ଧର୍ମ ରେ ବିବାହକୁ ଗୋଟିଏ ପବିତ୍ର ବନ୍ଧନ ବୋଲି କୁହାଯାଇ ଥାଏ, ଏବଂ ଏଥିପାଇଁ ଅନେକ ରୀତିନୀତି ର ମଧ୍ୟ ଆବଶ୍ୟକତା ରହିଥାଏ l

ପୌରାଣିକ ମାନ୍ୟତା ଅନୁସାରେ ବିବାହ ଭଳି ପରମ୍ପରା ର ସ୍ଥାପନା ଶ୍ୱେତ ଋଷି କରିଥିଲେ l ସେଥିପାଇଁ ମନୁ ଓ ଶତରୁପା ଙ୍କ ବିବାହ ନୀତି ସଂଗତ ନଥିଲା l କିଛି ଧର୍ମ ଗ୍ରନ୍ଥ ରେ କୁହାଯାଇଛି ଯେ ମନୁ ଓ ଶତରୁପା ଙ୍କ ବିବାହ ନୀତି ସଂଗତ ନଥିଲା , କିନ୍ତୁ ଧର୍ମ ଶାସ୍ତ୍ରର ମାନ୍ୟତା ଅନୁସାରେ ଉଭୟଙ୍କ ବିବାହ ପରେ ଉଭୟଙ୍କ ନିକଟରୁ ୭ଟି ପୁଅ ଓ ୩ଟି କନ୍ୟା ସନ୍ତାନ ଜନ୍ମ ନେଇଥିଲେ l ଶାସ୍ତ୍ର ରେ କୁହାଯାଇଛି ମନୁ ଓ ଶତରୁପା ପୃଥିବୀ ର ପ୍ରଥମ ବିବାହିତ ଦମ୍ପତି ଥିଲେ l ଏହାର ଅର୍ଥ ଏହା ଯେ ପୃଥିବୀ ପ୍ରୁଷ୍ଠାର ପ୍ରଥମ ବିବାହ ଏହି ଦୁହିଁଙ୍କ ମଧ୍ୟରେ ହୋଇଥିଲା l ଶାସ୍ତ୍ରଜ୍ଞ ଙ୍କ ମତରେ ଉଭୟଙ୍କ ମିଳନ ଯୋଗୁଁ ସାଂସାରିକ ଓ ପାରିବାରିକ ଜ୍ଞାନ ବିଷୟରେ ମଣିଷ ସମାଜ ଅବଗତ ହୋଇଛି l

ବ୍ରହ୍ମ ପୁରାଣ ଅନୁସାରେ ବ୍ରହ୍ମ ଦେବ ପୁରୁଷ ଙ୍କ ନାମ ମନୁ ରଖିଥିଲେ ଓ ସ୍ତ୍ରୀଙ୍କ ନାମ ଶତରୁପା ରଖା ଯାଇଥିଲା l ବ୍ରହ୍ମା ଏହି ଦୁହିଁଙ୍କୁ ପୃଥିବୀ ର ଜ୍ଞାନ ପ୍ରଦାନ କରିଥିଲେ ଓ ଏହାପରେ ପୃଥିବୀ ପୃଷ୍ଠକୁ ପଠାଇ ଦେଇଥିଲେ l ବ୍ରହ୍ମ ପୁରାଣ ଅନୁସାରେ ବ୍ରହ୍ମା ଙ୍କ ଶରୀରର ଗୋଟିଏ ଅଂଶ ‘କା’ ଥିଲା ଓ ଅନ୍ୟ ଗୋଟିଏ ଅଂଶ ‘ୟା’ ଥିଲା l ଏହାପରେ ଉଭୟ ମିଶି କାୟା ରେ ପରିଣତ ହେଲେ l ଏବଂ ଏହି କାୟା ରୁ ପୁରୁଷ ତତ୍ୱ ଓ ସ୍ତ୍ରୀ ତତ୍ୱ ର ଜନ୍ମ ହୋଇଥିଲା l ବ୍ରହ୍ମ ପୁରାଣ ରେ ଏହା ମଧ୍ୟ ଉଲେଖ ରହିଛି ଯେ ବ୍ରହ୍ମ ଦେବ ନିଜ ଶରୀରକୁ ୨ଭାଗ କରିଦେଇ ଥିଲେ ଏବଂ ଏହି ୨ଭାଗ ରୁ ମଣିଷ ର ଉତ୍ପତି ହୋଇଥିଲା l

Ad2
Leave A Reply