Odisha news

ମନିଷ ସିଶୋଡ଼ିଆ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ରହିବେ ତିହାଡ ଜେଲରେ

0
ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟିର ନେତା ଓ ଦିଲ୍ଲୀ ର ପୂର୍ବ ଉପ – ମୁଖ୍ୟମନ୍ତ୍ରୀ ମନିଷ ସିଶୋଡିଆ ଙ୍କୁ ରାଉଜ୍ ଅଭେନ୍ୟୁ କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ଜେଲ କୁ ପଠାଇ ଦେଇଥିଲେ , ଏହାପରେ ତାଙ୍କୁ ତିହାଦ ଜେଲ୍ ପଠାଇ ଦିଆ ଯାଇଥିଲା । ଅଧିକାରୀ ମାନଙ୍କ ସୂଚନା ଅନୁସାରେ ମନିଷ ଶିଶୋଡ଼ିଆ ଙ୍କୁ ତିହଡ ଜେଲ ର ସେଣ୍ଟ୍ରାଲ ଜେଲ ନମ୍ବର ୧ରେ ରଖାଯିବ । ଗଣ ମାଧ୍ୟମ ରିପୋର୍ଟ ଅନୁସାରେ ଜେଲ ଭିତରେ ଶିଶୋଡିଆ ଚଷମା , ଭାଗବତ ଗୀତା , ଗୋଟିଏ ଡାଏରୀ ଓ ଗୋଟିଏ କଲମ ଦେବା ପାଇଁ ଅନୁରୋଧ କରିଛନ୍ତି । ଯାହାକୁ ଅଦାଲତ ମଧ୍ୟ ଅନୁମତି ଦେଇଛନ୍ତି ।
ଫେବୃଆରୀ ୨୮ ତାରିଖ ଦିନ ସିବିଆଇ ପକ୍ଷରୁ ଦୀର୍ଘ ୮ଘଣ୍ଟା ଧରି ଜେରା କରାଯିବା ପରେ ଗିରଫ କରାଯାଇ ଥିଲା । ଏହାପରେ ଫେବୃଆରୀ ୨୭ ତାରିଖ ଦିନ ସିସୋଡ଼ିଆ ଙ୍କୁ ରଉଜ୍ ଆଭେନ୍ୟୁ କୋର୍ଟ ରେ ହାଜର କରାଯାଇ ଥିଲା । କୋର୍ଟ ପକ୍ଷରୁ ତାଙ୍କୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡ କୁ ପଠାଇ ଦିଆ ଯାଇଥିଲା । ଏହାପରେ ମାର୍ଚ୍ଚ ୪ ତାରିଖ ଦିନ ରାଉଜ ଅଭେନିୟୁ କୋର୍ଟ ସିବିଆଇ ରିମାଣ୍ଡ ମାର୍ଚ୍ଚ ୬ପର୍ଯ୍ୟନ୍ତ ବଢାଇ ଦେଇଥିଲେ । ବର୍ତମାନ କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ଜେଲ କୁ ପଠାଇ ଦେଇଛନ୍ତି । ଅଦାଲତ ଙ୍କ ପକ୍ଷରୁ କୁହାଯାଇଛି ଯେ ଶବ୍ ମିଶନ କୁ ଆଖି ଆଗରେ ରଖି ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଜେଲ ପଠା ଯାଇଛି । ସିବିଆଇ ଓକିଲ ଦଲିଲ୍ ଦେଇ ଥିଲେ ଯେ ଆପ୍ ନେତା ଏହି ମାମଲା କୁ ରାଜନୀତି କରଣ କରୁଛନ୍ତି ଯେଉଁ କାରଣରୁ ସାକ୍ଷୀ ମାନେ ଭୟଭୀତ ହୋଇ ଯାଉଛନ୍ତି ।
Nalco
Leave A Reply