Odisha news

ବାସ୍ତୁଶାସ୍ତ୍ର : ଘରେ ଯଦି ମନିପ୍ଲାଣ୍ଟ ଲଗାଇଛନ୍ତି ତେବେ ଏହିସବୁ କଥାକୁ ଧ୍ୟାନ ଦିଅନ୍ତୁ, ନଚେତ ଆର୍ଥିକ ଲାଭ ବଦଳରେ କ୍ଷତି ହୋଇପାରେ

0
ବାସ୍ତୁଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ଘରେ ମନି ପ୍ଲାଣ୍ଟ ଲଗାଇବା ଖୁବ ଶୁଭ ଅଟେ l  ଏହି ଗଛଟିକୁ ଲଗାଇବା ଦ୍ୱାରା ଘରକୁ ସୁଖସମୃଦ୍ଧିର ଆଗମନ ହୋଇଥାଏ l ବାସ୍ତୁଶାସ୍ତ୍ର ରେ ମନିପ୍ଲାଣ୍ଟ  ବିଶେଷ କିଛିଟା ନିୟମ ରହିଛି l ମନିପ୍ଲାଣ୍ଟ ଲଗାଇବା ସମୟରେ କିଛିଟା ନିୟମ ନିହାତି ମାନିବା ଜରୁରୀ ନଚେତ ଆର୍ଥିକ ଅନାଟନ ଦେଖାଯିବାର ଅନେକ ସମ୍ଭାବନା ରହିଥାଏ l ଆସନ୍ତୁ ଜାଣିବା ମନିପ୍ଲାଣ୍ଟ  ଲଗାଇବାର ପ୍ରକୃତ ନିୟମ କଣ ରହିଛି l

– ବାସ୍ତୁଶାସ୍ତ୍ର ଅନୁସାରେ କୁହାଯାଇଛି ଯେ ମନିପ୍ଲାଣ୍ଟ  ଘରେ ରୋପଣ କରିବା ଦ୍ୱାରା ମା ଲକ୍ଷ୍ମୀ ଙ୍କ କୃପା ମିଳିଥାଏ l  ତେଣୁ ମନିପ୍ଲାଣ୍ଟ ଲଗାଇବା ସମୟରେ ସର୍ବଦା ଧ୍ୟାନ ରଖନ୍ତୁ ଯେ ଏହାକୁ କଦାପି ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ ନୁହେଁ l  ଏପରି କରିବା ଦ୍ୱାରା ଘରର ସଦସ୍ୟଙ୍କ ଧନ ବୃଦ୍ଧି ପରିବର୍ତେ ହ୍ରାସ ହେବାର ସମ୍ଭାବନା ରହିଥାଏ l ମନିପ୍ଲାଣ୍ଟ ସର୍ବଦା ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଆବଶ୍ୟକ l

– ମନିପ୍ଲାଣ୍ଟ  କିଛି ବାଟ ବଢିବା ପରେ ତାର ଲଟା ଗୁଡିକ ତଳ ଆଡକୁ ଖସି ପଡିଥାଏ l ତେଣୁ ଏହାକୁ କୌଣସି ସହର ଦେଇ ଉପରକୁ ଟେକିବା ଆବଶ୍ୟକ l ଏହି ଲତା ଯଦି ତଳ ଆଡକୁ ଝୁଙ୍କି ରୁହେ ତେବେ ଉନ୍ନତିରେ ବାଧା ଆସିଥାଏ l

– କଦାପି ମନିପ୍ଲାଣ୍ଟ ଗଛରେ ପାଚିଲା ପତ୍ର ରଖିବା ଉଚିତ ନୁହେଁ l  ଯଦି ପତ୍ର ପାଚି ଯାଉଛି ତେବେ ତାହାକୁ ତୁରନ୍ତ ଛିଡ଼ାଇ ଫିଙ୍ଗି ଦିଅନ୍ତୁ l  ନଚେତ ଏହା ସମୃଧିରେ ବାଧକ ସାଜିଥାଏ ଓ ଏହା ଦୁର୍ଭାଗ୍ୟକୁ ଡାକି ଆଣିଥାଏ l

– ମନିପ୍ଲାଣ୍ଟ  ସର୍ବଦା ଘର ଭିତରେ ଲଗାଇବା ଆବଶ୍ୟକ l ଏହାଦ୍ୱାରା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ l ଯଦି ଘର ଭିତରେ ମନିପ୍ଲାଣ୍ଟ  ଲଗାଉଛନ୍ତି ଏହାକୁ କାଚ ପାତ୍ର ରେ ଲଗାଇବା ଆବଶ୍ୟକ l

– ଘରର ମୁଖ୍ୟ ଦ୍ୱାରରେ ମନିପ୍ଲାଣ୍ଟ କୁ ମାଟି କୁଣ୍ଡରେ ଦକ୍ଷିଣ ପାର୍ଶ୍ୱରେ ଲଗାଇବା ଜରୁରୀ l  ଏହାଦ୍ୱାରା ବାଧାବିଘ୍ନ ଦୂର ହୋଇଥାଏ ଓ ଘରୁ ବାହାରକୁ ଯାଉଥିବା ସମୟରେ କାର୍ଯ୍ୟରେ ସଫଳତା ଲାଭ କରିବେ l

Nalco
Leave A Reply