Odisha news

ଭାରତର ସବୁଠୁ ମହଙ୍ଗା ଆମ୍ବ : ଯାହାର ମୂଲ୍ୟ ଉଡାଇ ଦେବ ହୋସ  

0

ବର୍ତମାନ ଗ୍ରୀଷ୍ମ ପ୍ରବାହ ରେ ସାରା ଭାରତ ଥରହର, ଏଥି ସହିତ ବଜାରରେ ମଧ୍ୟ ସୁସ୍ୱାଦୁ ଫଳର ସମ୍ଭାର l ଗରମ ଦିନ ଆସିବା ମାତ୍ରକେ ଆମେ ବିଶେଷ ଭାବରେ ବଜାରରେ ଭଳିକି ଭଳି ଆମ୍ବ  ଦେଖିବାକୁ ପାଇଥାଉ , ଯେପରିକି ବାଇଗଣ ପଲେଇ, ଆଖୁ ରସ, ଆମ୍ର ପଲି , ଦୋଷରୀ,ଗୁରୁଡ଼ି ଆମ୍ବ, ତୋତା ପଲେଇ ଇତ୍ୟାଦି l କିନ୍ତୁ ଏଇ ଆମ୍ବ ମାନଙ୍କର ବଜାର ମୂଲ୍ୟ ଅଧିକ ବୋଲି ଭାବୁଛନ୍ତି କି ? ଆଜ୍ଞା ନାଇଁ l କେବେ ଥରେ ଭାବି ଦେଖିଛନ୍ତି କି ଆମ୍ବର ମୂଲ୍ୟ ମଧ୍ୟ ଲକ୍ଷାଧିକ ଟଙ୍କାରୁ ଉର୍ଧ୍ଵ ହୋଇପାରେ l

ଫଳ ମାନଙ୍କର ରାଜା ଆମ୍ବ ର ପ୍ରାକୃତିକ ଫସଲ କେବଳ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶ ରେ ଦେଖିବାକୁ ମିଳିଥାଏ l ଦୁନିଆର ସବୁ ଠୁ ଦାମୀ ଆମ୍ବ ଜାପାନ ର ନାମ ହେଉଛି ତାଇୟୋ ନୋ ତାମାଗୋ ହେ ଅଟେ l ବର୍ତମାନ କିନ୍ତୁ ଏହି ବିଶ୍ୱ ପ୍ରସିଦ୍ଧ ଆମ୍ବ ମଧ୍ୟପ୍ରଦେଶ ର ଜବଲପୁର ରେ ଉତ୍ପାଦନ ହେଉଛି l ଜବଲପୁର ର ସଂକଳ୍ପ ପରିହାର ନାମକ ବ୍ୟକ୍ତି ନିଜ ବଗିଚାରେ ୧୨ ଏକର ବଗିଚାରେ ୧୪ ଟି ଅଲଗା ଅଲଗା ପ୍ରକାରର ଆମ୍ବ ଗଛ ଲଗାଯାଇଛି l ଏବଂ ସେଥି ମଧ୍ୟରେ ତାମାଗୋ ଆମ୍ବ ୫୪ ଟି ଲଗାଯାଇଛି l ଯାହାର ଅନ୍ତରାଷ୍ଟ୍ରୀୟ ବଜାରର ମୂଲ୍ୟ ୨ଲକ୍ଷ ୭୦ ହଜାର ଟଙ୍କା ଅଟେ l

ସୂଚନା ଯୋଗ୍ୟ ଯେ ଭାରତର ଜବଲପୁର ବ୍ୟତୀତ ଏହି ଆମ୍ବ ଅନ୍ୟ କୌଣସି ସ୍ଥାନରେ ଉତ୍ପାଦନ କରାଯିବ ନାହିଁ l ଏହି ଆମ୍ବ ଗୁଡିକର ରଙ୍ଗ ନାଲି ଅଟେ l ଏହି ଆମ୍ବ ର ପ୍ରତ୍ୟେକ ଗଛ ତଳେ ଜାଲି ବନ୍ଧା ଯାଇଥାଏ l ଯେଉଁ କାରଣରୁ ପାଚିବା ପରେ ଏହି ଜାଲି ଉପରେ ଖସି ପଡିଥାଏ l ଏହାପରେ ତାକୁ ବିକ୍ରୀ କରାଯାଇ ଥାଏ l ଏହି ଆମ୍ବ ଟି ଦେଖିବାକୁ ଯେତିକି ସୁନ୍ଦର  ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ l ଏହି ଆମ୍ବ ବଜାରରେ ମିଳି ନଥାଏ ଏହାକୁ ନିଲାମ କରାଯାଇ ଥାଏ l

Ad2
Leave A Reply