୪୪ ବର୍ଷରେ ପହଞ୍ଚିଲା ଲାଲବାଗ ଛକ ଲକ୍ଷ୍ମୀନାରାୟଣ ପୂଜା
ମଙ୍ଗଳପୁର : ଦଶରଥପୁର ବ୍ଲକ ଅଧିନସ୍ଥ ଖାନନଗର ପଂଚାୟତ ଅନ୍ତର୍ଗତ ଲାଲବାଗ ଛକ ଠାରେ ଅନୁଷ୍ଠିତ ଲକ୍ଷ୍ମୀନାରାୟଣ ପୂଜା ଚଳିତ ବର୍ଷ ୪୪ତମ ବର୍ଷରେ ପଦାର୍ପଣ କରିଛି | ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୂଜାଉତତ୍ସବ ରାସପୂର୍ଣ୍ଣମା ଦିନ ସମାପ୍ତ ହୋଇଥାଏ | ଅନୁଷ୍ଠାନର କର୍ତ୍ତା ଦାଇତ୍ୱରେ ଘନଶ୍ୟାମ ଦାସ ଓ ମାଳତୀ ଦାସ ସମ୍ପାଦନା କରୁଥିବା ବେଳେ ପୂଜକ ଭାବରେ ପୁରୋହିତ ଧୀରେନ୍ଦ୍ର ପଣ୍ଡା ଓ ପୁସ୍ତକ ଆଚାର୍ଯ୍ୟ ଭାବେ ଭୀମସେନ ପଣ୍ଡା କାର୍ଯ୍ୟ ତୁଲାଇଥାନ୍ତି | ଏହି ପୂଜାକାର୍ଯ୍ୟରେ ଲାଲବାଗ ଛକ କମିଟି,ଲାଲବାଗ ଗ୍ରାମ,ନୂଆପାଟଣା,କୁଳସାହି,ଖାନନଗର ଆଦି ଗ୍ରାମବାସୀ ଓ ସମସ୍ତ ଯୁବ ଗୋଷ୍ଠୀ ମାନେ ସହଯୋଗ କରିଥାନ୍ତି | ଏହି ଅବସରରେ ପାଞ୍ଚ ଦିନ ଯଜ୍ଞ ହେବାସହ ୩ ଦିନ ଧରି ପାଲା ଅନୁଷ୍ଠିତ ହୋଇଥାଏ |