Odisha news

ମା ମଙ୍ଗଳା ମନ୍ଦିରରେ ଜନ୍ମlଷ୍ଟମୀ ପାଳିତ

0
କାକଟପୁର 18/8 ଆଜି କୃଷ୍ଣପକ୍ଷ୍ୟ ଅଷ୍ଟମୀ ତିଥି ପ୍ରଭୂ ଶ୍ରୀକୃଷ୍ଣ ଙ୍କ ଜନ୍ମଦିବସ ରେ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିରରେ ଜନ୍ମଷ୍ଟମୀ ନିତୀ ମହା ସମାରୋହ ରେ ପାଳିତ ହୋଇଯାଇଛି, ଏହି ଦିନ ମା ମଙ୍ଗଳା ଙ୍କୁ ଚନ୍ଦନ ବେଶ ରେ ସୁ ସଜିତ କରାଯିବା ପରେ ନିତୀ କାନ୍ତି କରାଯାଇ ଥାଏ,ମା ଙ୍କ ରାତ୍ର ଧୂପ ସାରିବା ପରେ ବେଢା ଭିତରେ ଥିବା ଦଧିବାମନ ମନ୍ଦିରରେ ପାଳିଆ ସେବକ ଓ ପୂଜା ପଣ୍ଡା ଶ୍ରୀକୃଷ୍ଣ ଙ୍କ ଚଳନ୍ତି ପ୍ରତିମା ଙ୍କୁ ରଖି ସୋତନ୍ତ୍ର ନିତୀ କରିଥାନ୍ତି , ସେବାୟତ ମାନେ ପ୍ରତେକ ଘରୁ ଫଳ ମୂଳ ସହିତ ନଡ଼ିଆ, ଗୁଡ଼,ରାଶି ରେ ତିଆରି ରାଶି ଲଡ଼ୁ ପ୍ରସ୍ତୁତି କରି ଶ୍ରୀକୃଷ୍ଣ ଙ୍କୁ ଭୋଗ ଲାଗି କରି ଥାନ୍ତି, ପୁରାଣ ବର୍ଣିତ କୃଷ୍ଣ ଜନ୍ମ ଯମୁନା ନଦୀ ପାର ଓ ବସୁଦେବ ଉଗ୍ରେସେନ ଙ୍କ ଭେଟ ମନ୍ଦିରରେ କାଇଁ କେତେକାଳରୁ ପ୍ରଚଳିତ ହୋଇ ଆସୁଛି ମନ୍ଦିର ପ୍ରଶାସନ ପକ୍ଷରୁ ପାଳିଆ ସେବକଙ୍କୁ ଉଗ୍ରସେନ ବେଶରେ ସଜିତ କରାଯାଇ କଂସ ରାଜାଙ୍କ ଆଦେଶରେ ଯମୁନା କୂଳରେ ପହରା ଦିଆଯାଇଥିବା କଥା ଚିତ୍ରଣ କରାଯାଇଥାଏ, ଉଗ୍ରେସେନ ଧାରୀ ସେବାୟତ ବସୁଦେବ ଓ କୃଷଙ୍କୁ ଅଟକେଇଟିବା ପରେ ପ୍ରଭୁ ଶ୍ରୀକୃଷ୍ଣ ଉଗ୍ରେସେଙ୍କୁ ତାଙ୍କ ନିଜ ସୋରୂପ ଦେଖାଇବା ପରେ ରାଜା ଉଗ୍ରସେନ କ୍ଷମା ପ୍ରାର୍ଥନା କରନ୍ତି, ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପାଟ ବସ୍ତ୍ର ଉଗେସେନ ଙ୍କ ମୁଣ୍ଡରେ ବାନ୍ଧି ଦିଆଯାଇଥାଏ, ପରେ କୃଷ୍ଣ ଙ୍କ ଚଳନ୍ତି ପ୍ରତିମାଙ୍କୁ ଯମୁନା ନଦୀରେ ସ୍ନାନ କରାଯାଇ ମନ୍ଦିରରେ ନୈବେଦ୍ୟ ଓ ଆଳତୀ କରାଯାଇଥାଏ, ଆଳତୀ କରାଯିବା ପରେ ନିତୀ ସମାପନ କରାଯଏ l
Leave A Reply