Odisha news

ବୁଲିଲା ମାଣ୍ଡିଆ ସଚେତନତା ରଥ

0
ଠାକୁରମୁଣ୍ଡା – 26/5 : ମାଣ୍ଡିଆ ମିଶନ ତରଫରୁ ମାଣ୍ଡିଆକୁ ଲୋକପ୍ରିୟ ଓ ଚାଷୀଙ୍କୁ ମାଣ୍ଡିଆ ଚାଷ ପ୍ରତି ଆକୃଷ୍ଟ କରିବା ପାଇଁ 26 ତାରିଖରେ ବିଶ୍ୱ ପରିବେଶ ଦିବସ ଅବସରରେ ମାଣ୍ଡିଆ ସଚେତନତା ରଥ ପରିକ୍ରମା  ଶୁଭାରମ୍ଭ ହୋଇଛି l ସକାଳ 10 ଟା ସମୟରେ ଠାକୁରମୁଣ୍ଡା ବ୍ଲକ ପରିସରରେ ବ୍ଲକ ସହକାରୀ କୃଷି ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତ ପତାକା ଦେଖାଇ 4 ଦିନିଆ ପରିକ୍ରମାର ଶୁଭାରମ୍ଭ କରିଥିଲେ l ଏହି ଅବସରରେ ସମ୍ମାନିତ ଅତିଥି ଭାବେ କରଞ୍ଜିଆ ସହକାରୀ କୃଷି ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମାରାଣ୍ଡି, ସହକାରୀ କୃଷି ଯନ୍ତ୍ରୀ ମମତା ମହାଳିକ, ଓଏଲଏମ ବିପିଏମ ରମଣୀ ରଞ୍ଜନ ଓଝା ପ୍ରମୁଖ ଯୋଗଦେଇ ରଥକୁ ପତାକା ଦେଖାଇ ସବୁଜ ସଂକେତ ଦେଇଥିଲେ l ସିୱାଇଏସଡି କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ରଥ ଠାକୁରମୁଣ୍ଡାର 18 ଟି ପଞ୍ଚାୟତ 4 ଦିନରେ ପରିକ୍ରମା କରିବ ବୋଲି ସହକାରୀ କୃଷି ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତ କହିଛନ୍ତି l
Nalco
Leave A Reply