Odisha news

ମମତାଙ୍କ ବଡ଼ ଘୋଷଣା : କଲିକତାରେ ଆରମ୍ଭ କରିବାକୁ ଯାଉଛନ୍ତି ୫ ଟଙ୍କାରେ “ମା କୀ ରସୋଈ “

ନୂଆଦିଲ୍ଲୀ :ପଶ୍ଚିମ ବଙ୍ଗରେ ଚଳିତ ବର୍ଷ ବିଧାନସଭା ମତଦାନ ହେବାକୁ ଯାଉଛି l ମତଦାନକୁ ଆଖି ଆଗରେ ରଖି ଗୋଟିଏ ଦଳ ଜନସାଧାରଣଙ୍କୁ ନିଜ ଆଡକୁ ଅକ୍ରୁସ୍ତ କରିବାକୁ କୌଣସି ପଦକ୍ଷେପକୁ ହାତଛଡା କରିବାକୁ ଚାହେଁ ନାହିଁ l ଏପରି ସ୍ଥଳେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ “ମା କୀ ରସୋଈ “ଆରମ୍ଭ କରିବାକୁ ଯାଉଛନ୍ତି l ଏହି ଯୋଜନା ଅନୁସାରେ ମାତ୍ର ୫ ଟଙ୍କାରେ ଗରିବଙ୍କୁ ପେଟପୁରା ଭୋଜନ ମିଳିବ l

ମାତ୍ର ୫ ଟଙ୍କାରେ ଗ୍ରାହକଙ୍କୁ ଭାତ -ଡାଲି ,ଗୋଟିଏ ତରକାରୀ ଓ ଗୋଟିଏ ଅଣ୍ଡା ଦିଆଯିବ l ଏହି “ମା କି ରସୋଈ “କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହେବାକୁ ଯାଉଛି l ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ସଚିବାଳୟରୁ ଭରଚୁଆଲି ଶୁଭାରମ୍ଭ କରିବେ l ବର୍ତମାନ ଏହି କାର୍ଯ୍ୟକ୍ରମ ୧୬ଟି ସ୍ଥାନରେ ଆରମ୍ଭ ହେବାକୁ ଯାଉଛି l ପ୍ରତେକ ସ୍ଥାନରେ ହଜାର ହଜାର ଲୋକଙ୍କୁ ପ୍ରତେକଦିନ ମଧ୍ୟାହ୍ନ ଭୋଜନ ଦିଆଯିବ l ସୂତ୍ରରୁ ଜଣା ପଡିଛି ଯେ ଧୀରେ ଧୀରେ ଏହି କାର୍ଯ୍ୟକ୍ରମ କଲିକତା ବାହାରେ ମଧ୍ୟ ଆରମ୍ଭ କରାଯିବ l

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ମଧ୍ୟ “ଆମ୍ମା କ୍ୟାଣ୍ଟିନ “ନାମକ ଯୋଜନା ଆରମ୍ଭ କରିଥିଲେ l ଯେଉଁଠାରେ ମାତ୍ର ୫ ଟଙ୍କାରେ ଗରିବଙ୍କୁ ଭୋଜନ ମିଳୁଥିଲା l ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମଧ୍ୟ ୫ ଟଙ୍କାରେ “ଆହାର “ଯୋଜନା ଆରମ୍ଭ କରିଥିଲେ l ବିପକ୍ଷ ଦଳ ଏହାକୁ ମତଦାନର “ଷ୍ଟଣ୍ଟ “ବୋଲି କହିଛନ୍ତି l ଚଳିତ ବର୍ଷ ପଶ୍ଚିମ ବଙ୍ଗର ମତଦାନରେ ବିଜେପି ,କଂଗ୍ରେସ -ଲେଫ୍ଟ ଓ ଟିଏମସି ମଧ୍ୟରେ ହେବ l

Nalco

Comments are closed.