Odisha news

ଆଜି ସଂନ୍ଧ୍ୟା ୮ଟା ଠାରୁ ମାଲକାନଗିରି ପୌରପରିଷଦରେ ସଟ୍ ଡାଉନ୍ : ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ

0
ମାଲକାନଗିରି !ତା:୩.୭.୨୦୨୦ : ଆଜି ସଂନ୍ଧ୍ୟା ୮ ଘଟିକା ଠାରୁ ଆସନ୍ତା ୫.୭.୨୦୨୦ ତାରିଖ ରାତ୍ର ୧୧ ଘଟିକା ୫୯  ମିନିଟ ସମୟ ପର୍ଯ୍ଯନ୍ତ ମାଲକାନଗିରି ପୌରପରିଷଦରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସଟ୍ ଡାଉନ୍ ଘୋଷଣା କରିଛନ୍ତି !
ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ଯା ପୂର୍ବାପେକ୍ଷା ବୃଦ୍ଧି ପାଇଛି,ଯାହାକି ଜିଲ୍ଲା ପ୍ରଶାସନ ଏବଂ ଜନ ସାଧାରଣଙ୍କ ପାଇଁ ଚିନ୍ତା ଜନକ ବିଷୟ ! ପ୍ରାପ୍ତ ସୂଚନା ଅନୁସାରେ
ବର୍ତ୍ତାମାନ ମାଲକାନଗିରି କୋଭିଡ-୧୯ ହସପିଟାଲରେ ୫୪ କରୋନା ଚିହ୍ନଟ ରୋଗୀ ଚିକିତ୍ସାଧିନ ରହିଥିବା ବେଳେ ମୋଟ ୧୦୬ କରୋନା ରୋଗୀ ଚିହ୍ନଟଙ୍କ ମଧ୍ଯରୁ ୫୨ ଦଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ! ବିଶେଷ କରି ବିଏସଏଫ ଯବାନମାନଙ୍କୁ ମାଲକାନଗିରି ପୌରାଞ୍ଚଳର ସରକାରୀ କନିଷ୍ଠ ବିଜ୍ଞାନ ମହା ବିଦ୍ଯାଳୟ,ମାଲ୍ଯବନ୍ତ ହଷ୍ଟେଲ,ସରକାରା ବାଳିକ ଉଚ୍ଚ ବିଦ୍ଯାଳୟରେ ରଖା ଗଲା ପରେ ସେମାନଙ୍କ ଠାରେ ଅଧିକାଂଶ କରୋନା ରୋଗ ଚିହ୍ନଟ ହୋଇଥିଲା ! ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରାଞ୍ଚଳକୁ ସଟ ଡାଉନ କରାଯାଇଛି !ଏହିନପୌରାଞ୍ଚଳରେ ୧୯ ଗୋଟି ୱାର୍ଡ ରହିଥିବା ବେଳେ ୧୯ ଜଣ ନୋଡାଲ ଅଧିକାରୀଂକୁ
ସୁପରିଚାଳନା କରିବା ପାଇଁ ଜିଲାପାଳ ଦାୟିତ୍ଯ ନ୍ଯସ୍ତ କରିଛନ୍ତି !ଆବଶ୍ଯକ ସ୍ଥଳେ କୌଣସି ଅସୁବିଧା ସମୟରେ ସିଧା ଶଳଖ ଯୋଗାଯୋଗ କରି ପାରିବ !ଏହା ବ୍ଯତୀତ ୪ ଗୋଟି ମେଡିକାଲ ଷ୍ଚୋର ଖୋଲା ଯାଇ ଔଷଧ ବିକ୍ରୟ ଲାଗି ଅନୁମତି ପ୍ରଦାନ କରାଯାଇଛି !ସେଗୁଡିକ ହେଲା ପଦ୍ମାବତୀ ମେଡିକାଲ ଷ୍ଟୋର ବାଲିମେଳା ଛକ,ଭେଙ୍କେଟେଶ୍ବର ମେଡିକାଲ ଷ୍ଟୋର ସୁଭାଷ ବୋଷ ଛକ,ଅନ୍ନପୂର୍ଣ୍ଣା ମେଡିକାଲ ଷ୍ଟୋର ଡିଏନକେ ଛକ ଏବଂ କ୍ରିଷ୍ଣା ମେଡିକାଲ ଷ୍ଟୋର ପୁରୁଣା ମେଡିକାଲ ଛକ !ବାକି ଔଷଧ ଦୋକାନଗୁଡିକ ସଟ୍ ଡୀଉନ ସମୟରେ ବନ୍ଦ ରହିବ !ଏହା ଛଡା ସଟ୍ ଡାଉନ ପିରୟଡରେ ନିଜ ନିଜ ଘରେ ନିରାପଦରେ ରହି ବାହାରକୁ ନବୁଲିବାକୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଜନସାଧାରଂକୁ ନିବେଦନ କରିଛନ୍ତି !
Leave A Reply

Your email address will not be published.