ମାଲକାନଗିରି (ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି ) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି -୭୯ ଗ୍ରାମର ଜନୈକ ଶିକ୍ଷକ ଦୁଇ ଜଣ ଛାତ୍ରଙ୍କୁ ନିଜ କୋଠା ମରାମତି କାର୍ଯ୍ଯରେ ନିୟୋଜନ କରିଥିବା ବେଳେ ଘଟଣାଟି ଜିଲ୍ଲା ଶ୍ରମ ବିଭାଗଂକ ଦୃଷ୍ଟିକୁ ଆସିଥିଲା ଫଳରେ ଘଟଣାସ୍ଥଳକୁ ଯାଇ ତଦନ୍ତ କଲାପରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ସଂପୃକ୍ତ ଶିକ୍ଷକଂକୁ ନୋଟିସ ପଠାଯାଇଛି l
ଗତ ତା ୨୦.୬.୨୦୨୦ ଶନିବାର ଦିନ ଏମଭି-୭୯ ଗ୍ରାମର ଜନୈକ ଶିକ୍ଷକ ମଙ୍ଗଲ ମଣ୍ଡଳ ନିଜ କୋଠା ଘର ଛାତ ମରାମତି ପାଇଁ ଦୁଇ ଜଣ ପିଲାଂକୁ କାର୍ଯ୍ୟରେ ନିୟୋଜନ କରିଥିଲେ l ତେବେ ପିଲା ଦୁଇଟି ସେହି ଦିନ ଏମଭି-୭୯ ହାଟକୁ ବୁଲି ଆସିଥିବା ବେଳେ ଶିକ୍ଷକ ମଙ୍ଗଲ ମଣ୍ଡଳ ସେ ଦିନ ନିଜ ଛାତ ମରାମତି କାମ କରୁଥିଲେ l ମିସ୍ତ୍ରୀ ପାଖରେ ଥିଲେ ମଧ୍ଯ ଶ୍ରମିକ ନଥିବାରୁ କାର୍ଯ୍ୟ କରିବା ଅସମ୍ଭ ହୋଇ ପଡୁଥିଲା l ଏହି ସମୟରେ ହାଟକୁ ଆସିଥିବା ଆଦିବାସୀ ବାଳକ ଦୁଇ ଜଣଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିଜ ଛାତ କାର୍ଯ୍ୟରେ ନିୟୋଜନ କରିଥିଲେ l
ଏ ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେଲା ପରେ ଘଟଣା ସଂପର୍କରେ ତଦନ୍ତ କରାଯାଇଥିଲା l ଦୁଇ ଜଣ ବାଳକକାଲିମେଳା ବ୍ଲକ ନିକଟସ୍ଥ ଲୁଗେଲ ପଂଚାୟତର ଲକ୍ଷ୍ମୀପୁର ଗ୍ରାମର ବୋଲି ଜଣାପଡିଛି l କମଳ ଲୋଚନ ହନ୍ତାଳଙ୍କ ୧୦ ବର୍ଷର ପୁଅ,ସେ ୫ମ ଶ୍ରେଣୀରେ ଭେଙ୍କଟପଲ୍ଲମ ଆଶ୍ରମ ସ୍କୁଲରେ ପାଠ ପଢୁଥିବା ବେଳେ କମଳୁ ପାଂଗୀଙ୍କ ୧୧ ବର୍ଷର ପୁଅ ୬ଷ୍ଠ ଶ୍ରେଣୀରେ କାଲିମେଳା ଆଶ୍ରମ ସ୍କୁଲରେ ପାଠ ପଢୁଛି l ବର୍ତ୍ତମାନ ଲକ୍ ଡାଉନ୍ ହେତୁ ସମସ୍ତ ବିଦ୍ଯାଳୟ ଛୁଟି ଥିବାରୁ ଛାତ୍ରମାନେ ନିଜ ନିଜ ଗ୍ରାମରେ ରହୁଛନ୍ତି l
ତେବେ ସେଇ ୨ ବାଳକ ୨୦ ତାରିଖ ଦିନ ଏମଭି -୭୯ ହାଟକୁ ବୁଲି ଆସି ଥିବା ବେଳେ ଶିକ୍ଷକ ମଂଗଲ ମଣ୍ଡଳ ଦୁଇ ଜଣ ଛାତ୍ରକୁ କୋଠା ବାଡି କାର୍ଯ୍ଯରେ ନିୟୋଜନ କରିଥିଲେ l ପ୍ରକାଶ ଥାଉ କି ଶିକ୍ଷକ ମଂଗଲ ମଣ୍ଡଳ ଏମପିଭି-୮୩ ପ୍ରାଥମିକ ବିଦ୍ଯାଳୟରେ ଶିକ୍ଷକ ଭାବେ କାର୍ଯ୍ଯରତ l ପିଲା ଦୁଇଟିକୁ ଉଦ୍ଧାର କରାଯାଇ ଶିଶୁ ମଂଗଳ ସମ୍ମିତିରେ ହାଜର କରାଯାଇ ତା :୨୨.୬.୨୦୨୦ରେ ତାଂକ ପରିବାର ଲୋକଂକୁ ହସ୍ତାନ୍ତର କରାଯାଇଥିଲା l ଆଉଟ୍ ରିଚ୍ ୱାର୍କର ଶିବ ନାଥ ନାୟକ, ଚାଇଲଡ୍ ଲାଇନ୍ ଟିମ ଲିଡର ମିଶାଇଲ ରାଜୁ ପିଲା ୨ଟିକୁ ଉଦ୍ଧାର କରିଥିଲେ l ସହକାରୀ ଶ୍ରମ ଆଧିକାରୀ ପ୍ରଶନ୍ନ କୁମାର ପ୍ରଧାନ ଘଟଣାର ତଦନ୍ତ ପରେ ଶିକ୍ଷକଂକ ବିରୁଦ୍ଧରେ ତା :୨୫.୬.୨୦୨୦ରେ ନୋଟିସ୍ ଜାରୀ କରିଛନ୍ତି l ପରବର୍ତ୍ତି ସମୟରେ ଶ୍ରମ ଆଇନ ଅନୁସାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ l