Odisha news

ଗୁଣି ସନ୍ଦେହରେ ହତ୍ୟା , ତିନି ଆସାମୀ ଗିରଫ

0
ମାଲକାନାଗିରି!ତା:୫.୧.୨୦୨୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଥାନା ଅନ୍ତର୍ଗତ ଘାର୍ଷାପଲ୍ଲୀ ଗ୍ରାମରେ ଗତ ଶନିବାର ରାତିରେ ଘରେ ଶୋଇଥିବା ସମୟରେ ଜନୈକ ବାକ୍ସୀ
ଚିନାଙ୍କୁ ଗୁଣି ସନ୍ଦେହରେ ହତ୍ୟା କରାଯାଇଥିଲା !
ଏହି ହତ୍ଯାକାଣ୍ଡା କିଏ ଘଟାଇଥିଲା ପୋଲିସ ପାଇଁ  ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା ବେଳ ସାଧାକଣରେ ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ତେବେ ମୋଟୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ହତ୍ଯା ମାମଲାରେ ଜଡିତ ୩ ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି !
ଘଟଣାରୁ ପ୍ରକାଶ ଯେ ମୋଟୁ ଥାନା ନିକଟସ୍ଥ ଘାର୍ଷା ପଲ୍ଲୀ ଗ୍ରାମରେ ଗତ ୨ ତାରିଖ ରାତ୍ର ୨ଟା ୩୦ ମିନିଟରେ ସେହି ଗ୍ରାମର ୱାର୍ଡମେମ୍ବର
ବାକ୍ସୀ ଚିନା ନିଜ ଘରେ ଶୋଇଥିବା ବେଳେ ସେହି ଗ୍ରାମର ୩ ଜଣ ବ୍ଯକ୍ତି ଘରେ ଚୁପଚାପ ପଶି ଏକ ଧୁଆ ଅସ୍ତ୍ରରେ ହତ୍ଯା କରିଥିଲେ ! ସେହି ହତ୍ଯାକାରୀମାନେ ହେଲେ ଉଇକା ବୋଜି, ରାମା ମୋର୍କୁ ଏବଂ ଗଙ୍ଗା ମୋର୍କୁ!ସେହି ଗ୍ରାମରେ ଦୀର୍ଘ ଦିନ ହେଲା ଛୋଟ ଛୋଟ ପିଲାମାନେ ଅଜଣା ରୋଗରେ ମରୁଥିଲେ !ତେବେ ବାକ୍ସୀ ଚିନା ଦୀର୍ଘ ଦିନ ଧରି ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଏଭଳି ହତ୍ୟାକାଣ୍ଡ ଭିଆଇଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ଏଥିସହ ପୋଲିସ ଘଟଣା ସ୍ଥଳରୁ ଚୀନା କୁ ମାଡ ମରାଯାଇଥିବା ଖଟର ଗୋଡ ଓ ରାମାର ରୋଷେଇ ଘରୁ ହତ୍ୟାରେ ବ୍ୟବହୃତ ଏକ ଇଲା କାତି ଜବତ କରାଯାଇଛି।
ଗତ ଶୁକ୍ରବାର ରାତିରେ ଘରେ ଶୋଇଥିବା ବେଳେ ହତ୍ୟାକାରୀ ମାନେ ଚୀନା ଵାକ୍ସୀକୁ ହତ୍ୟା କରିଥିବା ବେଳେ ଏ ନେଇ ପରିବାର ଲୋକ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମୋଟୁ ପୋଲିସ ଥାନା କେଶ ନଂ ୧ ତା:୨/୦୧/୨୧ ରେ ଧାରା ୩୦୨/୩୪ ଅନୁସାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ୩ ଜଣ ହତ୍ଯକାରୀଙ୍କୁ ଆଜି ମାଲକାନଗିରି କୋର୍ଟକୁ ଚାଲାଣ କରାଯାଇଛି।
Nalco
Leave A Reply