ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କରୋନା ରୋଗୀ ସଂଖ୍ଯା ଦିନକୁ ଦିନ ବୃଦ୍ଧି ପାଉଛି !ଫଳରେ ଲୋକମାନଂକ ମଧ୍ଯରେ ଭୟର ବାତାବରଣ ସୃଷ୍ଟି ହେଉଛି ! ଗତ କାଲି ସର୍ବାଧିକ ୩୬ କରୋନା ରୋଗୀ ଚିହ୍ନଟ ହେଲା ପରେ ଲୋକମାନଂକ ମଧ୍ଯରେ ସର୍ବତ୍ର ବଡ ଧରଣର ଚର୍ଚ୍ଚା ଚାଲିଛି !
ଆଜି ୧୦ଟି କରୋନା ସଂକ୍ରମଣ ମାମଲା ଲୋକ ଲୋଚନକୁ ଆସିଲା ପରେ ସମସ୍ତଂକ ମନରେ ଛନକା ପଶିଛି !ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ କରୋନା ରୋଗୀଂକ ସମଖ୍ଯା ବୃଦ୍ଧିକୁ ଆଖି ଆଗରେ ରଖି ଆଗାମୀ ୩ ଜୁଲାଇରୁ ୫ ଜୁଲାଇ ପର୍ଯ୍ଯନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି !
ସୂଚନାରୁ ପ୍ରକାଶ ଯେ ଆଜି ମାଲକାନଗିରି ଜିଲ୍ଲାରେ ୧୦ଟି କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୯ଟି ଏମଭି-୭ ଗ୍ରାମର ସଂଗରୋଧ କେନ୍ଦ୍ରର ବ୍ଯକ୍ତି !ଅନ୍ଯ ଜଣେ ହେଲା ମାଲକାନଗିରି ପୌରପରିଷଦର
ବ୍ଯକ୍ତି !ଗତ କାଲି ୨୯ଟି କରୋନା ରୋଗୀ ବିଏସଏଫ ଯବାନ ବୋଲି ଚିହ୍ନଟ ହେଲା ପରେ ମାଲକାନଗିରି ସରକାରୀ ଉଚ୍ଚ ବିଦ୍ଯାଳୟ ଠାରୁ ଡିଆରଡିଏ କାର୍ଯ୍ଯାଳୟ ପର୍ଯ୍ଯନ୍ତ ଅଂଚଳକୁ ନିଷେଧାଂଚଳ ଭାବେ ଘୋଷଣା କରାଯାଇ ସାଧାରଣ ଯାତାୟତ ଉପରେ ପ୍ରତିବନ୍ଧକ ଲଗାଯାଇଛି !ଆଜି ୧୦ଟି କରୋନା ରୋଗୀ ଚିହ୍ନଟ ପରେ ୩ ଦିନ ପାଇଁ ମାଲକାନଗିରି ଜିଲ୍ଲକୁ ସଟ୍ ଡାଉନ ଘୋଷଣା କରାଯାଇଛି !
ସକାଳ ୬ଟା ଠାରୁ ୨ଟା ପର୍ଯ୍ଯନ୍ତ ଦୋକାନ ଖୋଲା ରହିବ !
ସହରାଞ୍ଚଳରେ ସଂଧ୍ଯା ୭ ଟା ଠାରୁ ସକାଳ ୫ଟା ପର୍ଯ୍ଯନ୍ତ ଏବଂ ଗ୍ରାଞ୍ଚଳରେ ସଂଧ୍ଯ ୯ଟା ଠାରୁ ସକାଳ ୫ଟା ପର୍ଯ୍ଯନ୍ତ ନାଇଟ କର୍ଫ୍ଯୁ ଜାରି ରହିବ !ଆବଶ୍ଯକ ନଥିଲେ ବାହାରେ ଭ୍ରଣ କରିବାକୁ ବାରଣ କରାଯାଇଛି !ସମସ୍ତ ଜନସାଧାରାଣଂକୁ ମାସ୍କ ମୁହଁରେ ଢାଙ୍କିବା,ସାମାଜିକ ଦୂରତ୍ବ ରକ୍ଷା କରିବା,ସର୍ବସାଧାରଣ ସ୍ଥାନରେ ଛେକ କଫ ନପକାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି !
ତେବେ ଏହି ସଟ୍ ଡାଉନ ସମୟରେ ସମସ୍ତ ମେଡିକଲ,କ୍ଲନିକ୍,ନର୍ସିଂ ହୋମ୍,ମେଡିକାଲ ଷ୍ଟୋର ଖୋଲା ରହିବ! ଆମ୍ବୁଲାନ୍ସ ଚଳାଚଳ ହେବ ! ମେଡିକାଲ କର୍ମଚାରୀମାନେ ଯାତାୟତକୁ ଅନୁମତି ଦିଆଯାଇଛି ! ଜିଲ୍ଲା ପ୍ରଶାସନ,ପୌରପରିଷଦ କର୍ମଚାରୀ,ପୋଲିସ,ଅଗ୍ନିଶମ କର୍ମଚାରୀମାନେ ସେବାରେ ନିୟୋଜବ ହୋଇପାରିବେ ! କେନ୍ଦ୍ର ଓ ରାଜ୍ଯ କର୍ମଚାରୀମାନେ ଜରୁରୀକାଳିନ ସେବା ଯୋଗାଇପାରିବେ !ଟେଲିକମ ସେବା,ପେଟ୍ରୋଲ ପମ୍ପ ଖୋଲା ରହିବ,ବିଦ୍ଯୁତ ସେବା,ପାନୀୟ ଜଳ ଯୋଗାଣ,ପରିମଳ ସେବା,ଗଣମାଧ୍ଯମ ପ୍ରତିନିଧିମାନେ ସେବା ଯୋଗାଇ ପାରିବେ,ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ
ପରିବହନ ଗାଡି ଯାତାୟତ କରି ପାରିବ!ଦୁଗ୍ଧ ଦୋକାନ ଖୋଲା ରହିବ ! ବିବାହ ବା କୌଣସି ଉତ୍ସବ ଲାଗି ଜିଲ୍ଲ ପ୍ରଶାସନ ଠାରୁ ଅନୁମତି ନোବାକୁ ପଡିବ,ସକାଳ ୫ ରୁ ୮ଟା ମଧ୍ଯରେ ଖବର କାଗଜ ହକର ବିତରଣ କରି ପାରିବ !