ମାଲକାନଗିରି !ତା:୧୫/୯ : ଆଜି ମଧ୍ଯାହ୍ନ ସମୟରେ ମାଲକାନଗିରି ଥାନା ଅନ୍ତର୍ଗତ ପାଣ୍ଡ୍ରିପାଣି ନିକଟସ୍ଥ ମାର୍କାପଲ୍ଲୀ ହାଟ ପାଖରେ ତିନି ଗୋଟି ବାଇକ୍ ପରସ୍ସର କ୍ଷୀପ୍ର ଗତିରେ ଧକ୍କା ହେବା ଫଳରେ ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟ ଘଟିଛି ! ବାଇକରେ ବସିଥିବା ଅନ୍ଯ ୫ ଜଣ ଯୁବକ ଗୁରୁତର ଆହାତ ହୋଇଥିବା ଜଣା ପଡିଛି !ଆହାତମାନଙ୍କୁ ଉଦ୍ଧାର କରାଯାଇ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି!ଦୁଇ ଜଣ ମୃତ୍ୟୁ ବ୍ୟକ୍ତିଙ୍କ ଶବକୁ ପାଣ୍ଡ୍ରିପାଣି ସ୍ବସ୍ଥ୍ୟ କେନ୍ଦ୍ରରେ ରଖା ଯାଇଛି!ଗୁରୁତର ଆହାତ ମଧ୍ଯରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି!
ଘଟଣାରୁ ପ୍ରକାଶ ଯେ ମାର୍କାପଲ୍ଲୀ ହାଟ ନିକଟରେ ଆଜି ମାଛିଆମ୍ବ ଗାଁରୁ ନରସିଂହ ଖରା କିଛି ସାଙ୍ଗକୁ ମଟର ସାଇକେଲରେ ବସାଇ କୌଣସି କାମରେ ମାଲକାନଗିରି ଅଭିମୁଖେ  ବାହାରିଥିବା ବେଳେ ହରିଖରା ଓ ଚନ୍ଦ୍ର କୁରୁମି ଅନ୍ଯ ଏକ ମଟର ସାଇକେଲରେ ସେହି ରାସ୍ତା ଦେଇ ଗୋଟିଯୋଡି ଗ୍ରାମରୁ ମାଛିଆମ୍ବକୁ ଗ୍ରାମକୁ ଫେରୁଥିଲେ ! ସେହପରି ସଦନ ହନ୍ତାଳ ଏବଂ ମଙ୍ଗଳା ଖିଲ ଅନ୍ଯ ଏକ ବାଇକରେ ମାର୍କାପଲ୍ଲୀ ରାସ୍ତା ଦେଇ ଅତିକ୍ରମ କରୁଥିଲା ବେଳେ ତିନି ଗୋଟି ମଟର ସାଇକେଲ ପରସ୍ପର ସହ କ୍ଷୀପ୍ର ଗତିରେ ଧକ୍କା ହୋଇଥିଲା !ଫଳରେ ଘଟଣା ସ୍ଥଳରେ ଗଙ୍ଗଲା ପଞ୍ଚାୟତ ଅନ୍ତର୍ଗତ ମାଛିଆମ୍ବ ଗାଁର ଚନ୍ଦ୍ର ଖିଲର ପ୍ରାଣ ବାୟୁ ଉଡି ଯାଇଥିଲା !
ସେହିପରି ମୁମୁର୍ଷୁ ଅବସ୍ଥାରେ କୁକୁଲିଗୁଡା ଗ୍ରାମର ପ୍ରଶାନ୍ତ ଖରାକୁ ନିରଟସ୍ଥ ପାଣ୍ଡ୍ରପାଣି ପ୍ରାଥମିକ ସ୍ବସ୍ଥ୍ଯ କେନ୍ଦ୍ରକୁ ଚିକିତ୍ସା ଲାଗି ଆଣିବା ରାସ୍ତାରେ ମୃତ୍ୟୁ ବରଣ କରିଥିଲା!ସୂଚନା ପାଇ ୧୦୮ ଆମ୍ବୁଲାନସ ୫ ଜଣ ଗୁରୁତର ଆହାତ ମାନଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯୀଇଛି !ସେମାନେ ହେଲେ ମାଛିଆମ୍ବ ଗାଁର ନରସିଂହ ଖରା,ଚନ୍ଦ୍ର କୁରୁମୀ,ହରି ଖରା!ସେହିପରି ମଙ୍ଗଳ ଯୋଡି ଗାଁର ସଦନ ହନ୍ତାଳ ଏବଂ ଗୁଣ୍ଠାବେଢା ପଞ୍ଚାୟତ ନିକଟସ୍ଥ ଆମ୍ ଝୋଲା ଗାଁର ମଙ୍ଗଳା ଖିଲ ବୋଲି ଜଣା ପଡିଛି !ଗୁରୁତର ୫ ଜଣଙ୍କ ମଧ୍ଯରୁ ନରସିଂହ ଖରା ଅତି ଗୁରୁତର ଥିବା ଜଣା ପଡିଛି !ତେବେ ମଦ୍ଯପାନ ଯୋଗୁଁ ଏହି ଭଳି ଭୟାବହ ଦୁର୍ଘଟଣା ଘଟିଥିବା କୁହାଯାଇଛି !ମାଲକାନଗିରି ଥାନା ପୋଲିସ ଦୁର୍ଘଟଣା ସଂପର୍କରେ ତଦନ୍ତ ଜାରି ରଖିଛି !

LEAVE A REPLY

Please enter your comment!
Please enter your name here