Odisha news

ଧାନ ମଲିର କାନ୍ଥ ଭୁଶୁଡି ଜଣେ ମୃତ,୧୪ ଜଣ ଆହାତ,ଛଅ ଜଣ ଗୁରୁତର

0
ମାଲକାନଗିରି !ତା:୨୮/୮ : ମାଲକାନଗିରି ସଦର ମହକୁମା ସ୍ଥିତ ତ୍ରିନାଥ ମଡର୍ଣ୍ଣ ରଇସ ମିଲରେ ୧୫ ଜଣ ଶ୍ରମିକ କୁଣ୍ଡା ବସ୍ତାରେ ଭର୍ତ୍ତି କରୁଥିବା ବେଳେ ଦିବ ୧୨ଟା ସମୟରେ କାନ୍ଥ ଭୁଶୁଡି ପଡି ପଡିଥିଲା !ଫଳରେ କୁଣ୍ଡା ଘରେ ଫଶି ରହିଥିବା ୧୫ ଜଣ ଶ୍ରମିକମାନଙ୍କ ଉପରେ କାନ୍ଥ ମାଡିବସି ଥିବା ବେଳେ ଜଣେ ଶ୍ରମିକର ପ୍ରାଣ ବାୟୁ ଛାଡି ଯାଇଛି ! ସମୁଦାୟ ୧୪ ଜଣ ଆହାତ ହୋଇଥିବା ବେଳେ ତନ୍ମଧ୍ଯରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି !ଗୁରୁତରମାନଙ୍କୁ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି !ତେବେ ନୂଆଗୁଡାର ସମସ୍ତ ଶ୍ରମିକ ହୋଇଥିବାରୁ ଆହାତଙ୍କ ପରିବାର ଲୋକମାନେ ହସପିଟାଲରେ ପହଞ୍ଚି କରୁଣ କ୍ରନ୍ଦନ କରୁଥିବା ଜଣା ପଡିଛି !
ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ସଦର ମହକୁମା ସ୍ଥିତ ତ୍ରିନାଥ ମଡର୍ଣ୍ଣ ରାଇସ ମାଲରେ ଦୈନନ୍ଦିନ ନୂଆଗୁଡାର ଶ୍ରମିକମାନେ କାମ କରୁଥିବା ବେଳେ ଆଜି ମଧ୍ଯ ସେହି ମିଲରେ ୧୫ ଜଣ ଶ୍ରମିକ କାର୍ଯ୍ଯରତ ଥିଲେ ! ଚିକଣ କୁଣ୍ଡା ରହିଥିବା ଘରୁ ୧୫ ଜଣ ଶ୍ରମିକ ବସ୍ତାଗୁଡିକରେ କୁଣ୍ଡା ଭର୍ତ୍ତି କରୁଥିବା ବେଳେ ହଠାତ କୁଣ୍ଡା ଘରର କାନ୍ଥ ଭୁଶୁଡି ପଡି ସେମାନଙ୍କ ଉପରେ ପଡିଯାଇଥିଲା !ଫଳରେ ବିଶାଳ ବାଗ(୨୦)ଏକ ଯୁବକର ଘଟଣା ସ୍ଥଳେ ପ୍ରାଣ ବାୟୁ ଉଡିଯାଇଥିଲା !ବାକି ୧୪ ଜଣ ଶ୍ରମିକ ଆହାତ ହୋଇଥିଲେ !ଗୁରୁତର ଆହାତ ୬ ଜଣ ଶ୍ରମିକ ହୋଇ ଥିଲା ବେଳେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି !
ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ସଦର ମହକୁମାରେ କୃପାସିନ୍ଧୁ(ବାବୁ)ପଡିଆରୀ ନାମରେ ତ୍ରିନାଥ ମଡର୍ଣ୍ଣରାଇସ ମିଲ ରହିଥିବା ବେଳେ ପ୍ରତି ଦିନ ପରି ଆଜି ମଧ୍ଯ ନୂଆଗୁଡାର ଶ୍ରମିକମାନେ
ଉକ୍ତ ମିଲକୁ କାମ କରିଯାଇଥିଲେ !ଆଜି ଦିନ ୧୨ଟା ସମୟରେ କୁଣ୍ଡା ଘରୁ ଚିକଣ କୁଣ୍ଡା ବସ୍ତାଗୁଡିକରେ ଭର୍ତ୍ତି କରୁଥିବା ସମୟରେ ଅଚାନକ କାନ୍ଥ ଭୁଶୁଡି  ୧୫ ଜଣ ଶ୍ରମିକମାନଙ୍କ ଉପରେ ପଡିଯାଇଥିଲା !ଘଟଣା ସ୍ଥଳରେ ଜନୈକ ଶ୍ରମିକ  ବିଶାଳ ବାଗ(୨୦) ବାପା ଚୈତନ୍ଯ ବାଗଙ୍କ ପ୍ରାଣବାୟୁ ଉଡି ଯାଇଥିଲା !ଆଉ ୬ ଜଣ ଶ୍ରମିକ ଗୁରୁତର ହୋଇ ଥିଲେ !ସେମାନେ ହେଲେ ରଞ୍ଜନ ବାଗ,ଗୁଡୁବାଗ,ବେସ୍ରମ କଚିମ,ଇଜରାଇଲ ବେସ୍ରା,ମୁନା ବାଗ,ଆକାଶ ହିଆଲ!ସାମାନ୍ଯ ଆହାତ ବ୍ଯକ୍ତିମାନେ ହେଲେ ପ୍ରଭାକର ବାଗ,ଭଗବାନ ଅନଗା,ସୁନିଲ ଅନଗା,ମୁନା ଗୋଲରୀ,ନିରଞ୍ଜନ ନାଗ,ବାବୁଲା ବେସ୍ରା,ଗୁଡୁ କଚିମ,ଅଭୟ ବେସ୍ରାଅନ୍ଯତମ! ତେବେ ସମସ୍ତ ଶ୍ରମିକମାନଙ୍କୁ ମାଲକାନଗିରି ମୁଖ୍ଯ ଚିକିତ୍ସାଳୟରେ ଚିକ୍ତ୍ସା କାରାଯାଉଛି !
ତେବେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାନଯୋଗୁଁ କାନ୍ଥ ଭୁଶୁଡି ପଡିଥିବା ଅବୁମାନ କରାଯାଉଛି !ଅନ୍ଯପକ୍ଷରେ ମିଲଟି ପୁରୁଣା ଥିବାରୁ କାନ୍ଥ ଭୁଡି ପଡିବାର ଅନ୍ଯ ଏକ କାରଣ ହୋଇ ପାରେ ବୋଲି ସନ୍ଦେହ କାରାଯାଉଛି !ଅନ୍ତତଃ ପକ୍ଷେ ମିଲଗୁଡିକ ଫିଜିବିଲିଟ୍ ଅଛି କି ନାହିଁ ଜିଲ୍ଲା ପ୍ରଶାସନ ଯାଞ୍ଚ କରିବାର ଆବଶ୍ଯକତା ରହିଛି !ତେବେ ଆହାତମାନଙ୍କୁ ଅଦ୍ଯବଧି କୌଣସି ଚିକିତ୍ସା ଖର୍ଚ୍ଚ ଯୋଗାଇ ଦିଆ ଯାଇ ନଥିବା ଜଣା ପଡିଛି !ଘଟଣା ସ୍ଥଳକୁ ପୋଲିସ ଯାଇ ତଦନ୍ତ ପ୍ରକ୍ରିୟା ଜାରି ରଖିଛି !ଆହାତ ଶ୍ରମିକମାନଙ୍କ ପରିବାର ଲୋକମାନେ ହସପିଟାଲରେ ପହଞ୍ଚି କ୍ରନ୍ଦନ କରୁଥିବା ଜଣା ପଡିଛି !

Leave A Reply