Odisha news

ପୋଲିସ ଯବାନଙ୍କୁ ବଡ ସଫଳତା ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

0
ମାଲକାନଗିରି !ତା:୨୪/୮ : ମାଲକାନଗିରି ଜିଲ୍ଲା ଭଲ୍ଯୁଣ୍ଟରୀ ଫୋର୍ସ ଏବଂ ୭୬ ବାଟାଲିୟନ ବିଏସଏଫ ଯବାନଙ୍କ ମିଳିତ ଅପରେସନ୍ କାଲିମେଳା ଥାନା ଅନ୍ତର୍ଗତ କୁରୁବ ସୁଧାକୋଣ୍ଡା,ଏଲକାନୁର୍ ଜଂଗଲରେ ଚାଲିଥିବା ବେଳେ ବିପୁଳ ପରିମାଣରେ ବିସ୍ଫୋରକ ଏବଂ ଅନ୍ଯାନ୍ଯ ଅସ୍ତ୍ରଶସ୍ତ୍ର ସାମଗ୍ରୀ ମିଳିଥିଲା !
ତନ୍ମଧ୍ଯରୁ ୧୨ଟି ବନ୍ଧୁକ ନଳି,ଗୁଳି ୪୮ ଗୋଟି,୯୩ଟି ଡିନୋନେଟର,୨ଟି ଗ୍ଯାସ ସିଲିଣ୍ଡର,ଗୋଟାଏ ଲେଥ୍ ମେସିନ,ଗୋଟିଏ କାରବିଟ ଗ୍ଯାସ ୱେଲତିଂ ସିଲିଣ୍ଡର,ଲିଥେ ମେସିନ ଆସେସର ଏବଂ କିଛି ମାଓ ପୁସ୍ତକ ହସ୍ତଗତ ହୋଇଛି !ଏସବୁ ମାଓବାଦୀମାନେ ଅସ୍ତ୍ର ଶସ୍ତ୍ର ନିର୍ମାଣ କରି ବ୍ଯବହାର କରୁଥିବା ପୋଲିସ ସୂଚନା ଦେଇଛି !
ଏହି ଘଞ୍ଚ ଜଂଗଲରେ ମାଓବାଦୀମାନେ ଅସ୍ତ୍ର ଶସ୍ତ୍ର କାରଖାନା ନିର୍ମାଣ କରୁଥିଲେ !ଯାହାକି ପରବର୍ତ୍ତି ସମୟରେ ବ୍ଯବହାର କରିଥାନ୍ତେ ବୋଲି ପୋଲିସ ସନ୍ଦେହ କରୁଛି !
Leave A Reply