ମାଲକାନଗିରି!୨୩ /୮ ୨୦୨୦ : ମାଲକାନଗିରି ଜିଲ୍ଲା ପୋଲିସ ଆରକ୍ଷୀ ଅଧ୍ଯକ୍ଷକଙ୍କ ନିକଟରେ ଆଜି ଜଣେ ହାର୍ଡକର ମାଓବାଦୀ ମହାଦେବ ମାଡକାମୀ(ମନୁ) ଆତ୍ମ ସମର୍ପଣ କରିଛି ।ସେ ୨୦୧୫ମସାହାରେ ଦରଭା ମାଓ ସଂଗଠରେ ଯୋଗ ଦେଇ କାମ କରୁଥିବା ସ୍ବୀକାର କରିଛି !ସେ ଜଣେ କ୍ଯାଡର ମାଓବାଦୀ ଭାବେ ବିଭିନ୍ନ ମାଓ କାର୍ଯ୍ଯ କଳାପରେ ଜଡିତ ଥିଲା !
ତା ନିଜ ଘର ଦନ୍ତେୱାଡା ଜିଲ୍ଲା ଅନ୍ତର୍ଗତ କୁଆକୋଣ୍ଡା ଥାନା ନିକଟସ୍ଥ କାଙ୍କେର ପଡା ଗ୍ରାମରେ ! ସେ ଦୀର୍ଘ ଦିନ ହେଲା ଓଡିଶ ଛତିଶଗଡ ବୋଡର୍ ମାଓ ସଂଗଠନର ସଦସ୍ଯ ଭାବରେ ଦାୟିତ୍ବ ନିର୍ବାହ କରି ଆସୁଥିଲା ।
ମାଓ ସଂଗଠନ ନିଜର ସତ୍ତା ହରାଉଥିବା ବେଳେ ମାଓ ନେତାମାନେ ଆଦିବାସୀ କୋୟା କ୍ୟାଡ଼ରଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି ।ଓଡ଼ିଶା ସରକାରଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ କାର୍ଯ୍ୟକଳାପ କରାଯାଉଥିବା ଦେଖି ନକ୍ସଲ ମନୁ ହିଂସାତ୍ମକ ମାର୍ଗକୁ ବର୍ଜ୍ଜନ କରି ମୁଖ୍ୟ ସ୍ରୋତରେ ଯୋଗଦେବାକୁ ସ୍ଥିର କରିଛି ବୋଲି ପୋଲିସ ନିକଟରେ ସ୍ବୀକର କରିଛି , ଓଡିଶା-ଛତିଶଗଡ ସୀମାରେ ଥିବା ତୁଲସୀ ପାହାଡ଼ ଅଞ୍ଚଳରେ ଥିବା ଟେମୁରୁପାଲ୍ଲୀ, କର୍ତ୍ତନପାଲ୍ଲୀ, ତେନ୍ତୁଲିଗୁମା ଏବଂ ମହୁପଦରରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ଦ୍ୱାରା ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ ହୋଇପାରିଛି ତେଣୁ ସେମାନେ ମାଓବାଦୀ ଧମକ ପ୍ରତି ଧ୍ୟାନ ଦେବା ବନ୍ଦ କରି ଦେଇଛନ୍ତି ।
ବର୍ତ୍ତମାନ ସ୍ଥାନୀୟ ଲୋକମାନେ ନକ୍ସଲଙ୍କୁ ସମର୍ଥନ କରୁନାହାଁନ୍ତି, ଯାହା ପୂର୍ବରୁ ସେମାନେ ବନ୍ଧୁକମୁନରେ ଧମକ ଦେଇ ବଳପୂର୍ବକ ଅପହରଣ,ଲୁଣ୍ଠନ, ହତ୍ୟା କରୁଥିଲେ, ତେଣୁ ଲୋକମାନେ ବାଧ୍ୟ ହୋଇ ମାଓବାଦୀମାନ ସମର୍ଥନ କରୁଥିଲେ । କିନ୍ତୁ ବର୍ତ୍ତମାନ ଏହି ଅଞ୍ଚଳରେ ପୋଲିସର କାର୍ଯ୍ୟକଳାପ ବୃଦ୍ଧି ଏବଂ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ସଫଳତା ଏବଂ ପୋଲିସର କାର୍ଯ୍ୟକଳାପର କ୍ରମାଗତ ଭୟ ମଧ୍ୟ ମାଓବାଦୀଙ୍କ ଆତ୍ମସମର୍ପଣରେ ସହାୟକ ହୋଇଛି ମନୁ ଅନେକ ହିଂସାକାଣ୍ଡରେ ଜଡିତ ଥିବା ବେଳେ ମନୁର ଆତ୍ମସମର୍ପଣ ମାଓ ସଙ୍ଗଠନ କୁ ବଡ଼ ଝଟକା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।ରାଜ୍ଯ ସରକାରଙ୍କ ମାଓ ଥଇଥାନ ଅନୁସାରେ ଆତ୍ମ ସମର୍ପଣ କରିଥିବା ମନୁଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି ମାଲକାନଗିରି ଏସପି ଋଷିକେଶ ଡି ଖିଲାରୀ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି !