Odisha news

ଚିତ୍ରକୋଣ୍ଡା ପୋଲିସ ଦ୍ବାରା ୩୨୦ କିଗ୍ରା ଗଞ୍ଜେଇ ଜବତ ,ଦୁଇ ଆସାମୀ ଗିରଫ

0
ମାଲକାନଗିରି !ତା:୨୧.୮.୨୦୨ : ଚିତ୍ରକୋଣ୍ଡା ପୋଲସ ଦ୍ବାରା ଆଜି ୩୨୦ କିଗ୍ରା ଗଞ୍ଜେଇ ଜବତ କରାଯାଇଥିବା ବେଳେ ୨ ଜଣ ଆସାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି !
ପ୍ରାପ୍ତ ସୂଚନା ଅନୁସାରେ ଚିତ୍ରକୋଣ୍ଡା ପୋଲିସ ଥାନା ଏସ ଆଇ ନିଳାଦ୍ରୀ ଚରଣ ବିଶ୍ବାଳ ସଦଳ ବଳେ ରାତ୍ର ପେଟ୍ରୋଲିଂ କରୁଥିବା ବେଳେ ଏସଆର କଂପାନୀ ଛକ ନିକଟସ୍ଥ  ଗୋଜୁଆଗୁଡା ଠାରେ ଯାତାୟତ କରୁଥିବା ଯାନବାହାନଗୁଡିକୁ ପୋଲିସ ତଦନ୍ତ କରୁଥିଲା !ରାତ୍ର ୨ଟା ସମୟରେ ଚିତ୍ରକୋଣ୍ଡା ଆଡୁ ଏକ ମହେନ୍ଦ୍ରା ବଲୋର ପିକ୍ ଆପ୍ ଭ୍ଯାନ୍ ଦ୍ରୁତ ଗତିରେ ଆସୁଥିବା ବେଳେ ପୋଲିସ ଗାଡିଟିକୁ ଅଟକାଇ ତଦନ୍ତ କରିଥିଲା !ଗାଡି ମଧ୍ଯରୁ  ୧୨ଟି ପଲିଥିନ ବ୍ଯାଗରେ ୩୨୦ କିଗ୍ରା ଗଞ୍ଜେଇ ଭର୍ତ୍ତି ରହିଥିବା ପୋଲିସ ଜାଣିବା ପରେ ଗାଡିକୁ ଜବତ କରିବା ସହ ୨ ଜଣ ଆସାମୀଙ୍କୁ ଗିରଫ କରିଛି !
ଗିରଫ ଆସାମୀମାନେ ହେଲେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦତନୁ ଗୁଡା ଗ୍ରାମର ହରିବନ୍ଧୁ ହନ୍ତାଳ ଏବଂ ସିଲେରୁ ଥାନା ଅନ୍ତର୍ଗତ ଜି ନରାଜୁ ପଲ୍ଲୀ ଗ୍ରାମର କିମୁଡୁ ସୋନାଦର !ଚିତ୍ରକୋଣ୍ଡା ପୋଲିସ କେଶ ନଂ:୭୭/୨୧.୮.୨୦୨୦ ଏକ ମାମଲା ରୁଜୁ କରି ଆଜି ମାଲକାନଗିରି  କୋର୍ଟକୁ ଚାଲାଣ କରିଥିବା ବେଳେ ଆସାମୀଙ୍କ ଠାରୁ ୨ଟି ମୋବାଇଲ ଏବଂ ନଗଦ ୧୮୬୦ ଟଙ୍କା ଜବତ କରିଛି !
ଚିତ୍ରକୋଣ୍ଡା ପୋଲିସ ୨୦୨୦ ଆଜି ସୁଦ୍ଧା ୫୬ଟି ଗଞ୍ଜେଇ ମାମଲା ରୁଜୁ କରିଥିବା ବେଳେ ୧୫୮୬୦.୧୫୦ କିଗ୍ରା ଗଞ୍ଜେଇ ଜବତ କରିଛି !ଏହି ମାମଲାରେ ୧୧୨ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି !ଏହା ସହ ୫୨ଟି ଗାଡିକୁ ପୋଲିସ ଜବତ କରିଛି !
Leave A Reply