ମାଲକାନଗିରି : ଅଫିସ ପ୍ରକୋଷ୍ଠକୁ ନେଇ ଷ୍ଟାଫଙ୍କ ମଧ୍ୟରେ ବଚସାର କରୁଣା ପରିଣତି , ଦୁଇ ଜଣ କର୍ମଚାରୀଙ୍କୁ ଜିଲ୍ଲାପାଳ ନିଳମ୍ବିତ କରିଥିବା ବେଳେ , ଅନ୍ୟ ଦୁଇ ଜଣଙ୍କୁ ବଦଳି କଲେ
ମାଲକାନଗିରି : କଥାରେ ଅଛି ଝିମିଟି ଖେଳରୁ ମହାଭାରତ l ସାମାନ୍ୟ ପ୍ରକୋଷ୍ଠକୁ ନେଇ ଝଡର ସୃଷ୍ଟି l ଏମିତି ଏକ ଘଟଣା ଘଟିଛି ମାଲକାନଗିକି ବ୍ଲକରେ l ମାଲକାନଗିରି ବ୍ଲକରୁ ଦୁଇ ଜଣ କର୍ମଚାରୀଙ୍କୁ ଜିଲ୍ଲାପାଳ ନିଳମ୍ବିତ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ବଦଳି କରିଥିବା ଜଣା ପଡିଛି l ନିଳମ୍ବିତ କର୍ମଚାରୀ ଦୁଇ ଜଣ ହେଲେ ବରିଷ୍ଠ ରାଜସ୍ବ ସହାୟକ ରାମ ଚନ୍ଦ୍ର କାର୍ତ୍ତାମୀ ଏବଂ ଡ୍ରାଇଭର ମାଥୁର ସେନ୍ ସିଂ ସାହୁl ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପିଡି ଡିଆରଡିଏ ହିସାବ ଅଧିକାରୀ ପ୍ରଦୀପ କୁମାର ଅମାତ୍ ମାଲକାନଗିରି ବ୍ଲକରୁ ପଡିଆ ବ୍ଲକକୁ ବଦଳି ଆଦେଶ କରିଛନ୍ତି l ସେମାନଙ୍କୁ ମାଲକାନଗିରି ବ୍ଲକରୁ ବିଡିଓ ଅଜୟ କୁମାର ପ୍ରଧାନ ତୁରନ୍ତ ରିଲିଭ କରିଛନ୍ତି l
ସୂଚନା ଅନୁସାରେ ବରିଷ୍ଠ ରାଜସ୍ୱ ସହାୟକ ରାମ ଚନ୍ଦ୍ର କାର୍ତ୍ତାମୀ ମିସ ମ୍ୟାନେଜମେଣ୍ଟ ଏକାଉଣ୍ଟସ ଓ କର୍ତଵ୍ୟରେ ଅବହେଳା ପାଇଁ କାର୍ଯ୍ୟରୁ ନିଳମ୍ବନ କରାଯାଇ ମାଲକାନଗିରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି l ସେହିପରି ଅଶୋଭନୀୟ ଆଚରଣ ପାଇଁ ମାଲକାନଗିରି ବ୍ଲକର ବଡିଓଙ୍କ ଗାଡି ଚଳାଉଥିବା ଡ୍ରାଇଭର ମାଥୁର ସେନସିଂ ସାହୁଂକୁ ନିଳମ୍ବନ କରାଯାଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟlଳୟକୁ ସ୍ଥାନାନ୍ତର କରାଯାଇଛି l ଅନ୍ୟ ପକ୍ଷରେ ହିସାବ ଅଧିକାରୀ ପ୍ରଦୀପ କୁମାର ଅମାନତ କୁ ପ୍ରଶାସନିକ ଦୃଷ୍ଟି କୋଣରୁ ପଡିଆ ବ୍ଲକକୁ ବଦଳି କରାଯାଇଛି l ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଙ୍କୁ ବୈପାରୀଗୁଡା ବ୍ଲକକୁ ବଦଳି କରାଯାଇଥିବା ଜଣାପଡିଛି l
ଦୀର୍ଘ ମାସେ ହେଲା ମାଲକାନଗିରି ବ୍ଲକରେ ବିଡିଓ ଅଜୟ କୁମାର ପ୍ରଧାନ ଓ ହିସାବ ଅଧିକାରୀ ପ୍ରଦୀପ କୁମାର ଅମାନତ୍ଯଂକ ମଧ୍ଯରେ ଏକ ପ୍ରକୋଷ୍ଠକୁ ନେଇ ଶୀତଳ ଯୁଦ୍ଧ ଚାଲିଛି l ଶ୍ରୀ ଅମାନତ୍ଯ ହିସାବ ଅଧିକାରୀ ଭାବେ ଦୀର୍ଘ ୨ ବର୍ଷ ହେଲା ମାଲକାନଗିରି ବ୍ଲକ କାର୍ଯ୍ଯାଳୟର ଗୋଟିଏ ପ୍ରକୋଷ୍ଠରେ ବସି ଦାୟିତ୍ବ ନିର୍ବାହ କରି ଆସୁଥିଲା ବେଳେ ଇତି ମଧ୍ଯରେ ଅର୍ଥାତ ୨୩.୩.୨୦୨୦ ତାରିଖରେ କୋରୁକୋଣ୍ଡା ବ୍ଲକରେ ଜିପିଓ ଭାବେ କାର୍ଯ୍ୟରତ ସନ୍ତୋଷ କୁମାର ଭୌମିକ ଏବିଡିଓ ପଦବୀକୁ ପଦୋନ୍ନତି ପାଇ ମାଲକାନଗିରି ବ୍ଲକରେ ଯୋଗ ଦାନ ଦେଇଥିଲେ l ସେ ବସି କାର୍ଯ୍ୟ କରିବା ପାଇଁ କୌଣସି ପ୍ରକୋଷ୍ଠ ନଥିବା ଯୋଗୁଁ କାର୍ଯ୍ୟ କରିବାରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା l
ବିଡିଓ ଅଜୟ କୁମାରପ୍ରଧାନଗତ୧୭.୧୨.୨୦୧୯ରେ ମାଲକାନଗିରି ବ୍ଲକରେ ଯୋଗଦେଇଥିବା ବେଳେ ତା ପୂର୍ବରୁ ମାଲକାନଗିରି ତହସିଲଦାର ଡଃ ଗୁଣନିଧି ନାଏକ ଭାରପ୍ରାପ୍ତ ବିଡିଓ ଦାୟିତ୍ବ ନିର୍ବାହ କରି ଆସୁଥିଲେ l ହିସାବ ଅଧିକାରୀ ପ୍ରଦୀପ କୁମାର ଅମାନତ୍ଯ ଗତ ତା :୨୩.୩.୨୦୧୬ ତାରିଖରେ ମାଲକାନଗିରି ବ୍ଲକରେ ଯୋଗଦାନ ଦେଇଥିଲେ l ଦୁଇ ବର୍ଷ ହେଲା ମାଲକାନଗିରି ଏବିଡିଓ ଏସକେ ପ୍ରଧାନ ମାଥିଲି ବ୍ଲକକୁ ବଦଳି ହୋଇ ଚାଲିଗଲା ପରେ ତାଙ୍କ ପ୍ରକୋଷ୍ଠରେ ହିସାବ ଅଧିକାରୀ ପ୍ରଦୀପ କୁମାର ଅମାନତ୍ଯ ବସି କାର୍ଯ୍ଯ ଚଳାଇ ଆସୁଥିଲେ l ଏହି ପ୍ରକୋଷ୍ଠରେ ନୂତନ ଭାବେ ବଦଳି ହୋଇ ଆସିଥିବା ଏବିଡିଓ ସନ୍ତୋଷ କୁମାର ଭୌମିକ ବସିବା ପାଇଁ ବିଡିଓ ଶ୍ରୀ ପ୍ରଧାନକୁ କହିଲା ପରେ ସେ ହିସାବ ଅଧିକାରୀକୁ ନଂ-୪ ପ୍ରକୋଷ୍ଠକୁ ଛାଡି ନଂ-୬ ପ୍ରକୋଷ୍ଠକୁ ଫାଇଲ ପତ୍ର ଧରି ଯିବା ପାଇଁ ଲିଖିତ ଆଦେଶ ଦେଲେ l କିନ୍ତୁ ଶ୍ରୀ ଅମାନତ୍ ବିଡିଓଂକ କଥାରେ ସହମତ ନଥିଲେ l
ସେ କହିଲେ ଯେ ଏବିଡିଓଙ୍କ ଅବସର ସମୟ ମାତ୍ର ୨ ମାସ ଆଗକୁ ଥିବାରୁ କାହିଁକି ୨ ବର୍ଷ ହେଲା ଦାୟିତ୍ବ ନିର୍ବାହ କରି ଆସୁଥିବା ଅମାନତ୍ଯ ଉକ୍ତ ପ୍ରକୋଷ୍ଠରୁ ସ୍ଥାନାନ୍ତରିତ ହୋଇ ଅନ୍ଯତ୍ର ଯିବେ ? ସେ ନଂ-୬ ପ୍ରକୋଷ୍ଠରେ ବସି କାର୍ଯ୍ଯ କଲେ କଣ ହେବ ନି କି ?ଫଳରେ ବିଡିଓଂକ ସେଣ୍ଟିମେଣ୍ଟକୁ କଥାଟି ହଟ୍ କରିଥିଲା l ତାପରେ ବ୍ଲକରେ ଥିବା ସମସ୍ତ ପ୍ରକୋଷ୍ଠକୁ ନଂମ୍ବରିଂ କରିବାରେ ଲାଗିଲେ !ଦୁଇ ବର୍ଷ ହେଲା ଯେଉଁ ପ୍ରକୋଷ୍ଠରେ କାର୍ଯ୍ଯକରି ଆସୁଥିବା ହିସାବ ଅଧିକାରୀଂକ ପ୍ରକୋଷ୍ଠରେ ନଂମ୍ବର ନଥିଲା ତତକ୍ଷଣାତ ସମସ୍ତ ପ୍ରକୋଷ୍ଠକୁ ନଂମ୍ବରିଂ କରାଗଲା l ହିସାବ ଅଧିକାରୀଂକ ପ୍ରକୋଷ୍ଠ ନଂ-୪ ସଂଖ୍ଯା l ତାପରେ
ସେ ନଂ-୪ ପ୍ରକୋଷ୍ଠଟି ଖାଲି କରିବା ପାଇଁ ବିଡିଓ ଲିଖିତ ଆଦେଶ ଦେଲେ l ସେହି ପ୍ରକୋଷ୍ଠଟି ଏବିଡି ବସିବା ପାଇଁ ବିଡିଓ ଚିଠିରେ ନିର୍ଦ୍ଦେଶ ଦେଲେ lଏବଂ ତାଂକ ଫାଇଲ ପତ୍ରକୁ ଅନ୍ଯପ୍ରକୋଷ୍ଠକୁ ସ୍ଥାନାନ୍ତର କରାଗଲା ଏବଂ ସହି ପ୍ରକୋଷ୍ଠରେ ଏବିଓ ବସିଲେ l କିନ୍ତୁ ସେହି ପ୍ରକୋଷ୍ଠ ଛାଡିବା ପାଇଁ ହିସାବ ଅଧିକାରୀଂକୁ ବିଡିଓ ବାଧ୍ଯ କରିବା ଫଳରେ ତାଂକ ସମ୍ମାନ ଉପରେ ପ୍ରଶ୍ନବାଚୀ ହୋଇଥିଲା l
ଏହା ଛଡା ଅମାନ୍ଯଂକ ନାଁରେ ଆଲଟମେଣ୍ଟ ହୋଇଥିବା କ୍ବର୍ଟ ନଂ-ବି ୨୧କୁ ବିଡିଓ କ୍ବାର୍ଟର ଦର୍ଶାୟୀ ତୁରନ୍ତ ଖାଲି କରିବାକୁ ଲିଖିତ ଆଦେଶ ଦେଲେ l ବିବାଦଟି ତିବ୍ର ରୂପ ଧାରଣ କରିବା ଯୋଗୁଁ ଶ୍ରୀ ଅମାନତ୍ଯ ନାରାଜ ଥିବାରୁ ସେ ଜିଲ୍ଲାପାଳଂକ ଦୃଷ୍ଟି ଆକର୍ଷଣ କରିଥିଲେ l ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପିଡି ଡିଆରଡିଏ ଙ୍କୁ ଏହି ସମସ୍ଯାର ସମାଧାନ ଲାଗି ନିର୍ଦ୍ଦେଶ ଦେଇଥିଲେ l
ଇତିମଧ୍ୟରେ ମାଲକାନଗିରି ବ୍ଲକରେ କାମ କରୁଥିବା ଠିକାଦାରମାନ ଙ୍କୁ ବିଲ ପାଶ କରିବାରେ ବଡ ସମସ୍ଯା ଉପୁଜି ଥିଲା l ମାଲକାନଗିରି ବ୍ଲକରେ ଧୀରେ ଧୀରେ ଜନ ଅସନ୍ତୋଷ ବ୍ୟାପକ ଭାବେ ବୃଦ୍ଧି ପାଉଥିଲା ,ହିସାବ ଅଧିକାରୀ ମାସେ ହେଲା ପ୍ରକୋଷ୍ଠ ସମସ୍ଯାର ସମାଧାନ ନ ହେବା ଯାଏଁ କୌଣସି ବିଲକୁ ପାଶ କରି ନଥିଲେ l ଫଳରେ ମାଲକାନଗିରି ବ୍ଲକରେ କାମ କରି ଠିକାଦାରମାନେ ନାହିଁ ନଥିବା ହଇରାଣ ହରକତ ହେଉଥିଲେ l ଅନ୍ଯପକ୍ଷରେ ବଡିଓ ହିସାବ ଅଧିକାରୀ ଯେଉଁ କ୍ବାର୍ଟରରେ ରହି ଆସୁଥିଲେ ତାହା ବିଡିଓଂକ କ୍ବାର୍ଚର କହି ତୁରନିତ କ୍ବାର୍ଟର ଛାଡିବାକୁ ବିଜ୍ଞପ୍ତି ଜାରି କରିଥିଲେ l
ଏ ଭଳି ଶୀତଳ ଯୁଦ୍ଧର ଅବସାନ ଘଟିଲା,ଯେତେବେଳେ ହିସାବ ଅଧିକାରୀଂକୁ ପିଡି ଡିଆରଡିଏ ସମସ୍ଯାର ସମାଧନ କରିବାରେ ବିଫଳ ହେଲେ l ଶ୍ରୀ ଅମାନତ୍ଯ ସେହି ପ୍ରକୋଷ୍ଠ ଛାଡିବାକୁ ନାରାଜ ହେବା ଫଳରେ ପଡିଆ ବ୍ଲକକୁ ବଦଳି କରାଯାଇଛି ବୋଲି ସେ ଗଣମାଧ୍ଯମରେ ପ୍ରକାଶ କରିଛନ୍ତି l
କୁହାଯାଉଛି ଯେ ବରିଷ୍ଠ ରଜସ୍ବ ସହାୟକ ହିସାବ ଅଧିକାରୀଙ୍କୁ ଭିତିରିଆ ସମର୍ଥନ କରିବା ଫଳରେ ତାଙ୍କୁ ଜାଣିଶୁଣି ନିଳମ୍ବିତ କରାଯାଇଛି l ତେବେ ଡ୍ରାଇଭର ମାଥୁର କାହାକୁ କେବେ ଅଶୋଭନୀୟ ଆଚରଣ କରି ନଥିବା ସତ୍ବେ ଆକ୍ରୋଶ ମୂଳକ ଭାବେ କାର୍ଯ୍ଯରୁ ନିଳମ୍ବିତ କରାଯାଇଥିବା କୁହାଯାଇଛି l
ଇତି ମଧ୍ଯରେ ସହକାରୀ ଯନ୍ତ କରୁଣାର ବେହେରାଙ୍କୁ ମଧ୍ଯ ବଦଳି କରାଯାଇଛି l ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନ କାର୍ଯ୍ଯରେ ଯୋଗଦେଲା ପର ଠାରୁ ବ୍ଲକରେ ଝଡ ଦେଖା ଦେଇଛି l ନିଜର ଗର୍ବ ଅହଂକାର ଏବଂ ପଦବୀର ଅହମିକା ତାଙ୍କୁ ଅନ୍ଧ କରିଦେଇଛି ଯେ ସେ ନିଜକୁ ସର୍ବେ ସର୍ବା ମନେ କରନ୍ତି l ତାଙ୍କ ଅହମିକା ଯୋଗୁଁ ଯିଏ ତେଲ ମାରୁଛି ଓ ଖୋସାମତ କରୁଛି ସେ ଗୋଟା ପଣେ ଭଲ!ଯିଏ ଏଥିରୁ ବ୍ଯତୀକ୍ରମ ହେଲା ସେ ବ୍ଲକରୁ ତଡା ଖାଉଛି l ଏଠାରେ ବ୍ଲକ୍ ଅଧ୍ଯକ୍ଷ ନିରବ l ବ୍ଲକର ସରପଞ୍ଚ,ସମିତି ସଭ୍ଯ ମାନେ ବିଡିଓଂକ ବେଖାତିର ଭାବ ଯୋଗୁଁ ଅଶାନ୍ତ l ବର୍ତ୍ତମାନ ବିଡିଓଙ୍କ ଏକଛତ୍ରବାଦ ଶାସନ ବିରୁଧରେ ଜନ ଅସନ୍ତୋଷ ଦାନା ବାନ୍ଧୁଥିବା ବେଳେ କେତେ ବେଳେ ଏହା ଘନିଭୂତର ରୁପ ନେବ ବୋଲି କଳ୍ପନା ଜଳ୍ପନା ଚାଲିଛି l