Odisha news

ପନିପରିବାରେ ମାରି ହେଉ ନି ହାତ,ଖାଉଟି ହନ୍ତସନ୍ତ

0
ମାଲକାନଗିରି ( କେଶବ ଚନ୍ଦ୍ର ନାୟକ,ମାଲକାନଗିରି) : ମାଲକାନଗିରି ପୌରାଞ୍ଚଳରେ କରୋନା ସଂକ୍ରମଣ ପାଇଁ  କ୍ତେବେଳେ ଲକ୍ ଡାଉନ୍ ,ସଟଡାଉନ୍ ଏବଂ କଣ୍ଟନମେଣ୍ଟ ଜୋନ୍ ଜିଲ୍ଲା ପ୍ରଶାସନ କ୍ରମାଗତ ଘୋଷଣା କରୁଥିବା ବେଳେ ଲୋକମାନଙ୍କ ଆର୍ଥିକ ମାନଦଣ୍ଡ କ୍ରମଶ ଭୁଶୂଡି ପଡିଲାଣି !ଜିଲ୍ଲା ପ୍ରଶାସନ ଦ୍ବାରା ଘୋଷଣା କରାଯାଇଥିବା କିଛି ନିର୍ଦ୍ଦିଷ୍ଟ ଔଷଧ ଏବଂ ତେଜରାତି ଦୋକାନକୁ ଛାଡି ଦେଲେ ୯୫  ପ୍ରତିଶତ ଦୋକାନ ମାସ ମାସ ଧରି ବନ୍ଦ ପଡିଛି !ଶ୍ରମଜୀବୀ,ଦିନ ମଜୁରିଆମାନଂକ,ଅଟୋଚାଳକ,ଚା ଜଳଖିଆ ଦୋକାନ,ଫୁଟପାଥ ଦୋକାନୀମାନେ ରୋଜଗାର ନଥିବାରୁ ପରିବାର ଭରଣ ପୋଷଣ ଦିନକୁ ଦିନ ଦୁର୍ବିସହ ହେଲାଣି !ରୋଜଗାର ନଥିବାରୁ କେତେକ ଲୋକ ମାଲକାନଗିରି  ପୌରାଞ୍ଚଳ ଛାଡି ଗ୍ରାମାଭିମୁଖୀ ହେଲେଣି !ଗାଁ ମାଟିରେ କରୋନା କଟକଣା ନଥିବାରୁ ସେଠାରେ ଶାଗ ପେଜ ପିଇ ବଞ୍ଚିଯିବାର ଏକ ଭିନ୍ନ ସଂଘର୍ଷରେ ସହରୀ ମାନବ !ପେଟପାଟଣା ପାଇଁ ଲୋକେ ନିଜ ନିଜର ମର୍ଯ୍ଯଦା ପୂର୍ଣ୍ଣ ଜୀବୀକାକୁ ଛାଡି କିଏ ପରିବା ବିକି ପେଟ ପୋଷିଲାଣି ତ  କିଏ ମାଛ ବିକି ପରିବାର ପ୍ରତିପୋଷଣ କଲାଣି !
ଅନ୍ଯପକ୍ଷରେ କେତେକ ପରିବା ବେପାରୀ ଏହାର ସୁଯୋଗ ନେଇ ମନ ଇଛା ପରିବା ଦର ବୃଦ୍ଧି କରି ଖାଉଟିମାନଙ୍କୁ ଶୋଷଣ କରୁଥିବା ଜଣା ପଡିଛି !ଆଳୁ କିଗ୍ରା ୩୫ ଟଂକା !କିଛି ଦିନ ତଳେ ଆଳୁ କିଗ୍ରା ୨୮ ଟଂକାରେ ବିକ୍ରି ହେଉଥିବା ବେଳେ ହଠା କିଲୋ ପିଛା ୭ ଟଂକା ବୃଦ୍ଧି ପାଇଛି !ସିଭିଲ୍ ସପ୍ଲାଇ ଅଧିକାରୀମାନେ ଏ ଦିଗରେ କାହିଁକି ପଦକ୍ଷେପ ନେଉ ନାହାଁନ୍ତି ବୋଲି ସାଧାରଣରେ ଦାବୀ ହେଉଛି !
ବର୍ତ୍ତମାନ ପନିପରିବାରେ ହାତ ମାରି ହେଉ ନି !ଫୁଲ କୋବି କିଗ୍ରା ୮୦ ଟଂକା,ଝୁଡୁଙ୍ଗ କିଗ୍ରା ୬୦ ଟଂକା,ଟମାଟ କିଗ୍ରାା ୬୦ ଟଂକା,ବାଏଗଣ କିଗ୍ରା ୫୦ ଟଂକା,ପୋଟଳ ୪୦ ରୁ ୫୦ ଟଂକା,କଞ୍ଚା କଦଳୀ କିଗ୍ରା ୫୦ ଟଂକା,କଲରା କିଗ୍ରା ୫୦ ଟଂକା,ଭେଣ୍ଡି କିଗ୍ରା ୪୦ ଟଂକା,ବିନସ କିଗ୍ରା ୬୦ରୁ ୮୦ ଟଂକା,ବନ୍ଧା କୋବି କିଗ୍ରା ୪୦ ଟଂକା,କାଙ୍କଡ କିଗ୍ରା ୬୦ ଟଂକା,କୁନ୍ଦୁରା କିଗ୍ରା ୪୦ ଟଂକା,ଜହ୍ନି କିଗ୍ରା ୫୦ ଟଂକା,ପିଆଜ କିଗ୍ରା ୨୦ ଟଂକାରେ ବିକ୍ରି ହେଉଛି !
ପନି ପରିବା ଦରଦାମ ନିୟନ୍ତ୍ରଣ କରିବାରେ ପୌରପରିଷଦ ଅଧିକାରୀ ଗୁରୁତ୍ବ ଦେଉ ନଥିବା ବେଳେ ଦିନକୁ ଦିନ ପରିବା ଦର ଆକାଶ ଛୁଇଁଲାଣି !ଏଣେ ସାଧାରଣ ଲୋକମାନଙ୍କର ଜୀବୀକା ବିପନ୍ନ ହେଲା ବେଳେ ତେଣେ ପନି ପରିବା ଦୋକାନୀମାନେ ଲଗାମ ଛଡା ହୋଇ ଖାଉଟିମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି !
Nalco
Leave A Reply