ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି : ମାଲକାନଗିରି ଏକଲବ୍ଯ ଆଦର୍ଶ ବିଦ୍ଯାଳୟ ଏବଂ ବିଇଡି କଲେଜ କୋଭିଡ୍ କେୟାର ସେଣ୍ଟରେ ପରିଚାଳଚାରେ ଚରମ ଅବହେଳା ଯୋଗୁଁ ଆଜି
କରୋନା ସଂକ୍ରମିତ ରୋଗୀଙ୍କ ମଧ୍ଯରେ ଘୋର ଅସନ୍ତୋଷ ଦେଖା ଦେଇଛି !ଏହି ଦୁଇଟି କୋଭିଡ୍ କେୟାର ସେଣ୍ଟରେ ଉତ୍ତମ ଖାଦ୍ଯ ଦିଆଯୀଉ ନଥିବା,ପାଇଖାନା ଓ ସ୍ନାନାର ଅପରିସ୍କାର ଥିବା,ଗାଧୋଇବା ପାଇ ପାଣିର ଅଭାବ,ପାନୀୟ ଜଳର ଅଭାବ,ରୋଗୀଙ୍କୁ ଗରମ ପାଣି ନଯୋଗାଇବା,ଠିକ ସମୟରେ ଜଳଖିଆ ନଯୋଗାଇବା,କାଶୁଥିବା ରୋଗୀଙ୍କୁ ଔଷଧ ନଦେବା,ଗୋଟିଏ ବାଲଟିକୁ ଅନେକ ରୋଗୀ ବ୍ଯବହାର କରିବା ଆଦି ଅଭିଯୋଗ ହୋଇଛି !
କେନ୍ଦ୍ର ଓ ରାଜ୍ଯ ସରକାର କରୋନା ସଂକ୍ରମିତ ରୋଗୀମାନଙ୍କ ଆରୋଗ୍ଯ ପାଇଁ କୋଟି କୋଟି ଟଙ୍କା ଖରଚ୍ଚ କରୁଥିବା ବେଳେ ମାଲକାନଗିରି ଜିଲ୍ଲରେ କରୋନା ରୋଗୀମାନଙ୍କୁ ଉପଯୁକ୍ତ ଯତ୍ନ ଜିଲ୍ଲା ପ୍ରଶାସନ ନେବାରେ ଚରମ ଅବହେଳା କରାଯାଇଉଥିବା ସଂକ୍ରମିତ ରୋଗୀମାନେ ଅଭିଯୋଗ କରିଛନ୍ତି !ମାଲକାନଗିରି ସଦର ମହକୁମାର
ଅନତିଦୂରରେ ଏକଲବ୍ଯ ଆଦର୍ଶ ବିଦ୍ଯାଳୟ ଏବଂ ବିଇଡି କଲେଜରେ
କରୋନା ସଂକ୍ରମିତ ରୋଗୀମାନଙ୍କୁ ନେଇ ଚିକିତ୍ସା କରାଯାଉଥିବା ବେଳେ ଏଠାରେ ରୋଗୀମାନଙ୍କ ମନରେ ଅଶାନ୍ତ ଦେଖା ଦେଇଛି !ପରିଚାଳନାଗତ ତ୍ରୁଟି ଏବଂ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କ ଦାୟିତ୍ବ ହୀନତା ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ସୂଚନା ଭଡିଓରେ ଭାଇରାଲ ହୋଇଛି !ରୋଗୀମାନଙ୍କ ଅଭିଯୋଗକ୍ରମେ ଏକଲବ୍ଯ କୋଭିଡ୍ କେୟାର ସେଣ୍ଟରରେ ନିମ୍ନମାନର ଖାଦ୍ଯ ପ୍ରଦାନ କରାଯାଉଛି ରୁଟି ପୋଡା ଓ ଟାଣ ହେତୁ ଖାଇବା ଅନୁପଯୁକ୍ତ ବୋଲି କୁହାଯାଇଛି !ବାଥ୍ ରୁମ୍ ଏବଂ ଲେଟିନ ସଫା ସୁତରା ନାହିଁ ! ପାଇଖାନା ଯିବାର ସୁବିଧା ନାହିଁ! ପୁରୁଷ ରୋଗୀଙ୍କ ପାଇଁ ଗୋଟୀଏ ବାଲଟି ଏବଂ ମହିଳା ରୋଗୀଙ୍କ ପାଇଁ ଗୋଟିଏ ବାଲଟିଥିବାର ଗାଧୋଇବା ଇବଂ ପାଇଖାନା ଯିବାରେ ଘୋର ସମସ୍ଯା ଦେଖା ଦେଇଛି !ଆବଶ୍ଯକ ମୁତାବ ପାଣି ଆସୁ ନାହିଁ !ଗାଧୋଇବା ପାଇଁ ପାଣିର ସଂକଟ ଦେଖାଦେଇଛି !କାଶ ହେଲେ କାଶ ଔଷଧ ଦିଆଯାଉନଥିବା ଅଭିଯୋ ହେଉଛି !
ସେହିପରି ବଇଡି କଲେଜ କୋଭିଡ୍ କେୟାର ସେଣ୍ଟରରେ ରୋଗୀମାବଙ୍କ ପ୍ରତି ଚରମ ଅବହେଳା କରାଯାଉଥିବା ରୋଗୀମାନେ ଭିଡିଓ ଭାଇରାଲ କରି ସେନାବଙ୍କ ଆପତି ଅଭିଯୋଗ ବ୍ଯକ୍ତ କରିଛନ୍ତି ! ସକାଳେ ଠିକ ସମୟରେ ଜଳଖିଆ ଦିଆ ଯାଉନି !ପିଇବା ପାଇଁ ଗରମ ପାଣି ଯୋଗାଇ ଦିଆଯାଉନି !ଡକ୍ତର ଏବଂ ନର୍ସମାନେ ରୋଗୀମାନଙ୍କୁ ପାଖକୁ ନଆସିବାକୁ ବାରଣ କରୁଛନ୍ତି !ସେଠାରେ ମଧ୍ଯ ମେନୁ ଅନୁସାରେ ଖାଦ୍ଯ ଯୋଗାଇ ନଦେବା ଅଭିଯୋଗ ହେଉଛି !
ତେବେ ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଠିକ ଦାୟିତ୍ବ ନିର୍ବାହ କରୁନଥିବା ଯୋଗୁଁ କରୋନା ରୋଗୀମାନଙ୍କ ମଧ୍ଯରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି !ଏଣୁ ଜିଲ୍ଲାପାଳ ପ୍ରତ୍ଯକ୍ଷ ଭାବରେ ଏହି କୋଭିଡ୍ କେୟାର ସେଣ୍ଟରକୁ ଗସ୍ତ କରି ସଂକ୍ରମିତ ରୋଗୀମାନଙ୍କ ସମସ୍ଯାର ସମାଧାନ କରିବାକୁ ଅନୁରୋଧ କରାଯାଇଛି !
