Odisha news

ମାଲକାନଗିରି ଜିଲ୍ଲାରେ ୯ କରୋନା ସଂକ୍ରମିତ ଙ୍କୁ ମିଶାଇ ମୋଟ ସଂଖ୍ଯା ୩୮୧କୁ ଟପିଲା

0
ମାଲକାନଗିରି ! ତା:୨୪.୭.୨୦୨୦ : ମାଲକାନଗିରି ଜିଲ୍ଲାରେ ୯ ଜଣ କରୋନା ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ କରୋନା ରୋଗଂକ ସଂଖ୍ଯା ୩୮୧କୁ ଟପିଛି !
ଆଜିତ ୯ ଜଣ କରୋନା ସଂକ୍ରମିତଙ୍କ ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୬ ଜଣ ଏବଂ ବାଲିମେଳା ଏନଏସିରେ ୩ ଜଣ କରୋନା ଦ୍ବାରା ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଛି !ମାଲକାନଗିରି ପୌରାଞ୍ଚଳରେ ୬ ଜଣଙ୍କ ମଧ୍ଯରୁ ୫ ଜଣ କରୋନା ସଂକ୍ରମିତ ରୋଗୀଙ୍କ ନିକଟ ସଂସ୍ପର୍ଶରେ ଆସି ସଂକ୍ରମିତ !ଅନ୍ଯ ଜଣଙ୍କୁ ଜ୍ବର ଏବଂ କାଶ ଲକ୍ଷଣ ପ୍ରକାଶ ପାଇଥିଲା !ସେହିପରି ବାଲିମେଲା ଏନଏସିରେ ୩ ଜଣ ଭୁବନେଶ୍ବର ଏମସ୍ ହସପିଟାଲରେ ଗତ ୨୭ ତାରିଖରୁ ଚିକିତ୍ସାଧିନ ଥିବା ବେଳେ ସେମାନେ କରୋନା ଦ୍ବାରା ଆକ୍ରାନ୍ତ ବୋଲି ଜଣା ପଡିଛି !
ବର୍ତ୍ତମାନ ୧୯୬ ଜଣ ଜିଲ୍ଲାରେ କରୋନା ସଂକ୍ରମିତ ଆରୋଗ୍ଯ ଲାଭ କରିଥିବା ବେଳେ ୧୮୫ ଜଣ କରୋନା ସଂକ୍ରମିତ ରୋଗୀ ମାଲକାନଗିରି କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ମନୀଷ ଅଗ୍ରୱାଲ ସୂଚନା ପ୍ରଦାନ କରିଛନ୍ତି !ଅନ୍ଯପକ୍ଷରେ ଗତ ୧୬.୭.୨୦୨୦ ରୁ ଆଜି ପର୍ଯ୍ଯନ୍ତ ବାଲିମେଳା ଏନଏସି ଏବଂ ମାଲକାନଗିରି ପୌରାଞ୍ଚଳରେ ଜିଲ୍ଲାପାଳ ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଚେନମେଣ୍ଟ ଅଞ୍ଚଳ ଘୋଷଣା କରିବା ଫଳରେ ହାତ ଗଣିତା ତେଜରାତି ଏବଂ ଔଷଧ ଦୋକାନକୁ ଖୋଲିବା ପାଇଁ ଅନିମତି ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କରିଛି !ଫଳରେ ଅନ୍ଯାନ୍ଯ ବ୍ଯବସାୟ ପ୍ରତିଷ୍ଠାନ ବନ୍ଦ ରହିବା ଯୋଗୁଁ ଆର୍ଥିକ ମାନଦଣ୍ଡ କ୍ରମଶ ଦୋହଲି ପଡିଛି !କାମ ଧନ୍ଦା ଅଭାବରୁ ଦିନ ମଜୁରିଆ,ଖଟିଖିଆ ଏବଂ ମଧ୍ଯ ବିତ୍ତ ପରିବାରଙ୍କ ଆର୍ଥିକ ଅବସ୍ଥା ବଳକୁ ବେଳ ଶୋଚନୀୟ ହେବାରେ ଲାଗିଛି !ତେବେ ଜିଲ୍ଲା ପ୍ରଶାସନ କେବେ କଣ୍ଟେନମେଣ୍ଟ ଜୋନରୁ ଲୋକମାନଂକୁ ମୁକ୍ତ କରି ଅନ୍ଯ ବିକଳ୍ପ ପନ୍ଥା ଅବଲମ୍ବନ କରିବେ ଆଗାମୀ ଦିନରେ ଜଣା ପଡିବ !କଣ୍ଟନମେଣ୍ଟ ଜୋନ ଘୋଷଣାକୁ ୯ ଦିନ ହେଉଥିବାରୁ ଜନ ସାଧାରଣ ବିରକ୍ତ ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି !
Nalco

Leave A Reply