Odisha news

ମାଲକାନଗିରି ପୌରାଞ୍ଚଳ ସଂପୂର୍ଣ୍ଣ କଣ୍ଟେନମେମେଣ୍ଟ ଜୋନ ଘୋଷିତ : ଖାଉଟି ପାଇଁ ସୁବିଧା ସୁଯୋଗ ଶୂନ

0
ମାଲକାନଗିରି !ତା:୧୮.୭.୨୦୨୦ : ମାଲକାନଗିରି ପୌରାଞ୍ଚଳରେ ୧୯ ଗୋଟି ୱାର୍ଡ ରହିଛି ! ଗତ କାଲି ୨୧ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବା ପରେ କୌଣସି ବ୍ଯକ୍ତି କଣ୍ଟେବମେଣ୍ଟ ଜୋନରେ ପ୍ରବେଶ ପ୍ରସ୍ଥାନ ଉପରେ ନିଷେଧ ଜାରି କରା ଯାଇଛି !ସମସ୍ତେ ଘରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ! ନିଜ ନିଜ ୱାର୍ଡରେ ହୋମ ଡେଲି ଭରି ଦେବା ଉପରେ ଗୁରୁତ୍ବ ଦିଆଯାଇଛି !ବାସ୍ତବରେ ଏହା ଅଦ୍ଯାବଧି କାର୍ଯ୍ଯକାରୀ ହୋଇ ପାରି ନାହିଁ !ଜିଲ୍ଲା ପ୍ରଶାସନ ପ୍ରତ୍ଯେକ ୱାର୍ଡରେ ତେଜରାତି ଦୋକାନ,ପନିପରିବା,ମାଛ,ମାଂସ ଦୋକାନ ଖୋଲିବା ଉଚିତ !ଯଦିଓ ମାଲକାନଗିରି ପୌରାଞ୍ଚଳରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି,ଏହାକୁ ରୋକିବା ପାଇଁ ଅନିର୍ଦିଷ୍ଟ କାଳ ପାଇଁ କଟକଣା ଜାରି କରାଯାଇଛି,ଏହି ପଦକ୍ଷେପ ସ୍ବାଗତ ଯୋଗ୍ଯ !ମାତ୍ର
ମଣିଷ ଜୀବନ ଧାରଣ କରିବା ପାଇଁ ମୌଳିକ ସୁବିଧା ଭାବେ ଖାଦ୍ଯ ସାମଗ୍ରୀର ସୁପରିଚାଳନା କରିବା ନିହାତି ଆବଶ୍ଯକ !ବର୍ତ୍ତମାନ ସୁଦ୍ଧା
୧୯ ଗୋଟି ୱାର୍ଡରେ ପ୍ଶାସନ୍କ ସ୍ତରରେ ଏ ସବୁ ସୁବିଧା ହେବାର ପରିଲିଖିତ ହୋଇ ନାହିଁ!କୌଣସି ୱାର୍ଡରେ ପନିପରିବା,ମାଛ,ମାଂସ ଦୋକାନ ଖୋଲିଥିବା ନଜରକୁ ଆସି ନାହିଁ !ତେଜରାତି ଦୋକାନ ଖୋଲିଥିବା ଜଣା ପଡୁ ନାହିଁ !ବାହାରେ ପୋଲିସର କଟକଣା ହେତୁ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀ କିଣିବାରୁ ସାଧାରଣରେ ବଂତିତ ହେଉଥିବା ଦେଖିବାକୁ ମିଳୁଛି !ଲୋକ ାନଂକ ଜୀବନ ଧାରଣ ଲାଗି ଜିଲ୍ଲା ପ୍ରଶାସନ ଅଧୀକ ଗୁରୁତ୍ବ ଦେବା ଉଚିତ !ପୋଲିସ ଲଗାଇ କଚକଣା ଜାରି କରିବା ବା ଫାଇବ ଆଦାୟକରିବା ବା କାହାକୁ ମାରପିଟ କର୍ ନାଲି ଆଖି ଦେଖାଇଲେ ସମସ୍ଯାର ସମାଧାନ ହେବ ନାହିଁ!ବରଂ ସୁପରିଚାଳନା କରିବା ପ୍ରଶାସନର ସୁଦକ୍ଷ ମାପଦଣ୍ତ ହେବା ବିଧେୟ !ଯଦଓ ୱାର୍ଡ ୱାଇଜି ତେଜରାତି ଦୋକାନ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ବା ମାଲକାନଗିରି ପୌର ପରିଷଦ ଅଧିକାରୀ ଅନୁମତି ଦିଅନ୍ତି,ତେବେ ତେଜରାତି ଦୋକାନ ସମ୍ମୁଖରେ କେଉଁ ସାମଗ୍ରୀର କିଗ୍ରା ପ୍ରତି ମୂଲ୍ଯ କେତେ ମୂଲ୍ଯ ସୂଚୀ ଫଳକ ଲେଖିବା ଦୋକାନ ସମ୍ମୁଖରେ ଟାଙ୍ଗିବା ଆବଶ୍ଯକ !
ବିଶେଷ କରି ମାଲକାନଗିରି ପୌରପରିଷଦରେ ଅଦ୍ଯାବଧି କୌଣସି ତେଜରାତି ଦୋକାନରେ ନିତ୍ଯ ବ୍ଯବହାର୍ଯ୍ଯ ସାମଗ୍ରୀର ମୂଲ୍ଯ ସୂଚୀ ଫଳକ ସର୍ବସାଧାଣଙ୍କ ଗୋଚରାର୍ଥେ ଟଙ୍ଗା ଯାଉ ନାହିଁ !ଏହି ନିୟନ ଥିଲେ ମଧ୍ଯ ଜିଲ୍ଲା ଯୋଗାଣ ବିଭାଗର ଉଦାସିନତା ପାଇଁ ଖାଉଟି ସର୍ବଦା ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି ! ବର୍ତ୍ତମାନ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ କ୍ରମନ୍ବୟରେ ମାସ ମାସ ଧରି  ଚାଲିଥିବାରୁ ଲୋକମାନଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡିଥିବା ବେଳେ ଖଉଟି ସାମଗ୍ରୀ ଦର ବ୍ରୁଦ୍ଧି ବେଡି ଉପରେ କୋରଡା ମାଡ ସଦ୍ରୁଶ୍ଯ !
 ତେଜରାତି ଦୋକାନୀମାନେ ଏ ଭଳି ସଂକଟ ସମୟରେ ସୁଯୋଗ ନେଇଳ ନିତ୍ଯ ଖାଉଟି ସାମଗ୍ରୀର ଦରବ୍ରୁଦ୍ଧି କରି  ମନ ଇଛା  ଖାଉଟିମାନଂକୁ ଆର୍ଥିକ ଶୋଷଣ କରିବାକୁ ଦେଖିବାକୁ ମିଳୁଛି !ଏଥି ପ୍ରତି ଜିଲ୍ଲା ପ୍ରଶାସନ ଧ୍ଯାନ ଦେବାକୁ ସାଧାରଣରେ ଦାବୀ ହୋଇଛି !
Nalco
Leave A Reply