Odisha news

ମାଲକାନଗିରିରେ କରୋନା ସଂକ୍ରମିତ ସଂଖ୍ଯା ୧୮୪ କୁ ଟପିଲା : ନୂତନ ସଂକ୍ରମିତ ରୋଗୀ ୧୪,ଲକ୍ ଡାଉନ ଜୁଲାଇ ୧୯ ପର୍ଯ୍ଯନ୍ତ

0
ମାଲକାନଗିରି!ତା:୧୩.୭.୨୦୨୦ : ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ଯା ଦ୍ରୁତ ଗତିରି ବୃଦ୍ଧୁ ପାଉଛି;ଯାହାକି ମାଲକାନଗିରି ଜିଲ୍ଲ ପ୍ରତି ଉଦବେଗ ଜନକ ଘଟଣା !ଧୀରେ ଧୀରେ ସଂକ୍ରମିତ ବଢିବାର କାରଣ କିଛି ଶ୍ରମିକ ଗଳା ବାଟ ଦେଇ ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିବା ଏବଂ ଅନ୍ଯାନ୍ଯ ରାଜ୍ଯରୁ ସଂକ୍ରମିତ ହୋଇ ଆସିଥିବା ବିଏସଏଫ ଯବାନମାନେ ମାଲକାନଗିରି ପୌରାଞ୍ଚଳରେ ଅବାଧରେ ବିଚରଣ କରି ବିଭିନ୍ନ ଦୋକାରୁ ସାମଗ୍ରୀ କ୍ରୟ କରିବା !ଫଳରେ ସଂଗରୋଧ କେନ୍ଦ୍ର ବ୍ଯତୀତ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଦ୍ରୁତ ଗତିରେ ବ୍ଯାପିବାରେ ଲାଗିଛି !
ନେଡି ଗୁଡ କହୁଣିକୁ ବୋହିଲା ପରେ ଜିଲ୍ଲା ପ୍ରଶାସନର ଚେତା ପଶୁଛି!
ଫଳରେ ମାଲକାନଗିରି ପୌରାଞ୍ଚଳକୁ ୨ ଦିନିଆ ୨ ଥର ସଟ୍ ଡାଉନ୍ ଏବଂ ବାଲିମେଳା ଏନଏସିକୁ ଥରେ ସଟ୍ ଡାଉନ୍ କରାଯୀଇଛି!ପୁନଶ୍ଚ ମାଲକାନଗିରି ପୌରାଞ୍ଚଳ ଏବଂ ବାଲିମେଳା ଏନଏସିରେ ପ୍ରତି ଦିନ କରୋନା ସଂକ୍ରମିତଙ୍କ ସଂଖ୍ଯା ଦ୍ରୁତ ବୃଦ୍ଧି ଯୋଗୁଁ ଜିଲ୍ଲା ପ୍ରଶାସନ ଲକ୍ ଡାଉନ ଆଜି ଠାରୁ ଜୁଲାଇ ୧୯ ତାରିଖ ମଧ୍ଯ ରାତ୍ର ପର୍ଯ୍ଯନ୍ତ ଘୋଷଣା କରିଛି !ଏହି ଲକ୍ ଡଉନ୍ ସମୟରେ କୌଣସି ପ୍ରକାର ଯାନବାହାନ,ଟାକ୍ସି,ଅଟୋରିକ୍ସା ଆଦି ଯାତାୟତ କରିପାରିବ ନାହିଁ !
ଆବଶ୍ଯକ ସେବା,ଔଷଧ,ଖାଦ୍ଯ,ତେଜରାତି ଦୋକାନ,କ୍ଷୀର ଦୋକାନ,ପାଉଁରୁଟି ଦୋକାନ,ଫଳ,ପନିପରିବା,ମାଛ,ମାଂସ,ଅଣ୍ଡା,ସାର,ବିହନ ଆଦି ଦୋକାନ ସକାଳ ୭ଟା ଠାରୁ ଅପରାହ୍ନା ୨ଟା ପର୍ଯ୍ଯନ୍ତ ଖୋଲା ରହିବ!ଗ୍ରାହାକମାନେ ସାମାଜିକ ଦୂରତା ରଖି ଏବଂ ମୁହଣରେ ମୁଖା ପିନ୍ଧି କ୍ରୟ କରି ପାରିବେ !ଏହା ବ୍ଯତୀତ ସମସ୍ତ ବ୍ଯବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ !ସେଲୁନ,ବିୟୁଟିପାର୍ଲର,ଚାହା,ପାନ,ଗୁଟୁକା,ଫାଷ୍ଟ ଫୁଡ୍,ଫଳରସ ଦୋକାନଗୁଡିକ ବନ୍ଦ ରହିବ!ପେଟ୍ରୋଲ ପମ୍ପ,ରନ୍ଧନ ଗ୍ଯାସ୍ ସେବା ଚାଲୁ ରହିବ ! ହୋଟେଲ,ରେଷ୍ଟୁରାଣ୍ଟ ଗୁଡିକରୁ ଖାଦ୍ଯ ନେଇ ପାରିବେ !ସକାଳ ୫ଟା ରୁ ୮ଟା ମଧ୍ଯରେ ଖବର କାଗଜ ହକରମାନେ ବଣ୍ଟନ କରିପାରିବେ !କୌଣସି ସ୍ଥାନରେ ୭ ଜଣରୁ ଅଧିକ ଲୋକ ଏକତ୍ରିତ ହୋଇ ପାରିବେ ନାହିଁ !ଅତ୍ଯାବଶ୍ଯକ ସେବା ପାଇଁ
ଜିଲ୍ଲାପାଳ,ଉପଜିଲ୍ଲାପାଳ,ତହସିଲ,ବ୍ଲକ କାର୍ଯ୍ଯାଳୟ,ପୋଲିସ ସେବା,ପୌରପରିଷଦ,ଏନଏସି,ଅଗ୍ନିଶମ,ବିଦ୍ଯୁତ ସେବା,ଜଳ ଯୋଗାଳ,ବ୍ଯାଙ୍କ,ଏଟିଏମ, ଛାପା ଏବଂ ବୈଦ୍ଯୁତିକ ଗଣ ମାଧ୍ଯମ ସେବା,ଦୂର ସଂଚାର,ଡାକ ସେବା ଜନ ସାଧାରଣଙ୍କ ପାଇଁ ଅବ୍ଯାହତ ରହିବ !
ଆଜି ମାଲକାନଗିରି ଜିଲ୍ଲାରେ ନୂତନ ଭାବରେ ଆଉ ୧୪ ଜଣ କରୋନା ସଂକ୍ରମିତ ବ୍ଯକ୍ତି ଯୋଜି ହୋଇଯାଇଛି !ଫଳରେ କରୋନା ରୋଗୀଂକ ସଂଖ୍ଯା ୧୮୩ରେ ପହଞ୍ଚିଛି !ମାଲକାନଗିରି ପୌରାଞ୍ଚଳରେ
ଆଜି ୭ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବା ବେଳେ ସମସ୍ତେ କରୋନା ସଂକ୍ରମିତଙ୍କ ନିକଟ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିଲେ !ଏ ସବୁ କରୋନା ରୋଗୀ କଣ୍ଟେନମେଣ୍ଟ ଜୋନର ବୋଲି ସୂଚନା ମିଳିଛି ! କାଲିମେଳା ବ୍ଲକର ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନେ ଦିଲ୍ଲୀ ଫେରନ୍ତା!କୋରୁକୋଣ୍ଡା
ବ୍ଲକରୁ ଜଣେ କରୋନା ସଂକ୍ରମିତ ବ୍ଯକ୍ତିକୁ ଚିହ୍ନଟ କରାଯାଇଛି!ସେହି ବ୍ଯକ୍ତି ଜଣଂକ ତାମିଲନାଡୁ ଫେରନ୍ତା !ତାଂକୁ ହୋମ କ୍ବାରେଣ୍ଟାଇନରେ ରଖାଯୀଇଥିଲା !ବାଲିମେଳା ଏନଏସିରର ୨ ଜଣ ଏବଂ ଖଇରପୁଟ ବ୍ଲକରୁ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି !ଏହି ବ୍ଯକ୍ତିମାନେ ସଂକ୍ରମିତ ଜିଲ୍ଲାରୁ ମାଲକାନଗିରି ଜିଲ୍ଲାକୁ ଆସିଥିଲେ !ସେହିପରି ବାଲିମେଳା ଏନଏସିରୁ ଜଣକୁ ଚିହ୍ନ କରାଯାଇଛି,ଯାହା ଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା !

Leave A Reply