Odisha news

ମୟୂରଭଞ୍ଜର ଗଣପର୍ବ ମକର ପାଇଁ ବେତନଟୀ ଏବଂ ବୈଶିଙ୍ଗା ଅଞ୍ଚଳ ଚଳଚଞ୍ଚଳ

0

ବେତନଟୀ : ଖରିଫ ଧାନ ଅମଳର ପରେ ପରେ ମକର ସଂକ୍ରାନ୍ତି ପାଇଁ ସାରା ମୟୂରଭଞ୍ଜ ଏକ ପ୍ରକାରର ଉତ୍ସବ ମୁଖର ହୋଇଥାଏ। ବିଗତ ଦୁଇ ବର୍ଷ ମହାମାରୀ କରୋନା ପ୍ରଭାବରେ ଏହି ଉତ୍ସବ କିଛି ମାତ୍ରାରେ ଫିକା ପଡିଯାଇଥିଲା। ଚଳିତ ବର୍ଷ ୨୦୨୩ ରେ ଏହି ମକର ପର୍ବ ହର୍ଷ ଉଲ୍ଲାସରେ ପାଳନ କରାଯିବାର ଆଶା କରାଯାଉଛି। ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ସମସ୍ତେ ନବ ବସ୍ତ୍ର ପରିଧାନ କରିବା ସହିତ ନୃତ୍ୟଗୀତରେ ମସଗୁଲ ହୋଇ ଥାଆନ୍ତି। ଏଥି ପାଇଁ ଦୋକାନ ,ବଜାର , ହାଟ ମାନଙ୍କରେ ଗଣ ପର୍ବ ମକର ନିମନ୍ତେ ମୂଖ୍ୟତଃ ଚୁଡା, ତିଳଉ , ଗୁଡ, ଫଳମୂଳ ଇତ୍ୟାଦି କିଣା ବିକା କରାଯାଉଥିବାର ଦେଖାଯାଇଥାଏ। କରୋନା ରୋଗୀଙ୍କ ପରିମାଣ ନିୟନ୍ତ୍ରଣ ଥିବା ଯୋଗୁଁ ବିଭିନ୍ନ ଉତ୍ସବ ଅତି ଧୁମଧାମରେ ପାଳିତ ହେଉଥିବା ବେଳେ ଏହି ବର୍ଷ ମକର ସଂକ୍ରାନ୍ତି ମଧ୍ୟ ଅତି ହର୍ଷ ଉଲ୍ଲାସରେ ପାଳିତ ହେବ ବୋଲି ଜଣାଯାଇଛି। ଏହି ଉତ୍ସବରେ ଆଦିବାସୀ ମାନଙ୍କର ଆଉ ଏକ ପରମ୍ପରା ଦାମୋଦର ଯାତ୍ରା ମଧ୍ୟ ପାଳନ କରାଯାଇଥାଏ । ଏହି ଦିନ ଆଦିବାସୀ ସମ୍ପ୍ରଦାୟର ପିତୃ ପୁରୁଷଙ୍କ ଅସ୍ଥିକୁ ବିଭିନ୍ନ ନଦୀର ତ୍ରୀବେଣୀ ସଂଗମରେ ବିସର୍ଜନ କରାଯାଇଥାଏ। ସାଧାରଣ ଲୋକଙ୍କ ଘରେ ପିଠା ପଣା , ମକର ଚାଉଳ ପ୍ରସ୍ତୁତି କରାଯାଇଥାଏ।ଏହି  ମକର ପର୍ବ ମୟୂରଭଞ୍ଜ ଜିଲ୍ଲାରେ ଏକ ସପ୍ତାହ ଧରି ପାଳନ କରାଯାଉଥିବା ବେଳେ ଖେଳ କୁଦ ପ୍ରତିଯୋଗିତା ହେବା ସହିତ ଆଦିବାସୀ ଏବଂ କୁଡୁମି ସମ୍ପ୍ରଦାୟର ପରମ୍ପରା ଅନୁଯାୟୀ ଆରାଧ୍ୟ ଦେବୀ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ଶୋଭା ଯାତ୍ରା ନିଆଯାଇ ପୁଷ୍କରିଣୀରେ ବିସର୍ଜନ କରାଯାଇଥାଏ।

IEC 2 years
Leave A Reply