ମାଲକାନଗିରି : ମାଲକାନଗିରି ପୋଲସ କାଲି ସଂଧ୍ଯା ସମୟରେ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ମାଲକାନଗିରି ବସ ଷ୍ଟାଣ୍ଡରୁ ବିପୁଳ ପରିମାଣର ଗୁଠୁକା ପ୍ଯାକେଟ୍ ଜବତ କରିବା ସହ ୮ ଜଣ ଆସାମୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି !
ସୂଚନା ମୁତାବକ ଏକ ଅଟୋ ରିକ୍ସାରେ ୧୨୪ ବ୍ଯାଗ ଗୁଠୁକା ମାଲକାନଗିରି ବସ ଷ୍ଟାଣ୍ଡକୁ ଅଣାଯାାଇ କାଲିମେଳା ଅଭିମୁଖେ ନେବା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ସଂଧ୍ଯା ପେଟ୍ରୋଲିଂ କରୁଥିବେଳେ ଘଟଣାସ୍ଥଳରେ ପହଞ୍ଚିଥିଲେ !ବ୍ପୁଳ ପରିମାଣର ଗୁଠୁକାର ଆବଶ୍ଯକ କାଗଜ ପତ୍ର ନଥିବାରୁ ଗୁଠୁକା ଏବଂ ଅଟୋ ରିକ୍ସା ସହ ମାଲିକଙ୍କୁ ମଧ୍ଯ ପୋଲିସ ଗିରଫ କରିଥିଲା !ଏହା ସହ ଅନ୍ଯାନ୍ଯ ଗୁଠୁକା ବ୍ଯବସାୟୀଙ୍କୁ ମଧ୍ଯ ଗିରଫ କରାଯାଇଥିଲା !
ମାଲକାନଗିରି ଥାନା କେଶ ନଂ:୪୩୩,୪୩୫,୪୩୬,୪୩୭,୪୩୮ ତାରିଖ:୧୨.୧୨.୨୦ ଧାରା ୪୨୦/୨୭୨/୨୭୩/୩୪ ଅନୁସାରେ ମାମଲା ୮ ଜଣଙ୍କ ନାମରେ ରୁଜୁ କରାଯାଇଥିଲା !ସେହି ଆସାମୀମାନେ ହେଲେ ବିଷ୍ଣୁ ବେହେରା(୩୨),ଟି.ସତ୍ଯନାରାୟଣ ସୁବୁଦ୍ଧି(୪୦),ପି.ବାଲା(୩୨),ଦେବେ ନ୍ଦ୍ର କୁମାର ତ୍ରିପାଠୀ(୩୧),ପ୍ରେମାନନ୍ଦ ପ୍ରଧାନ(୩୦),ସନାତନ ମହାକୁଡ (୪୨),ସୁଶାନ୍ତ ପ୍ରଧାନ(୩୦) !ଆଜି ଏହି ୮ ଜଣ ଆସାମୀଙ୍କୁ ମାଲକାନଗିରି କୋର୍ଟକୁ ଚାଲାଣ କରାଯାଇଛି !
