Odisha news

ଆଜି ହେଉଛି ପବିତ୍ର ମିଥୁନ ସଂକ୍ରାନ୍ତି, କଣ ରହିଛି ଏହି ଦିନର ମହତ୍ୱ

0

ପ୍ରତ୍ୟେକ ମାସର ସଂକ୍ରାନ୍ତୀ ରେ ସୂର୍ଯ୍ୟଦେବ ରାଶି ପରିବର୍ତନ କରନ୍ତି, ଏବଂ ଆଜି ହେଉଛି ସେହି ଦିନ, ଆଜିର ଦିନରେ ସୂର୍ଯ୍ୟ ଦେବ ମିଥୁନ ରାଶିରେ ପ୍ରବେଶ କରିବେ l ଆଜିର ଦିନଟି ଖୁବ ଗୁରୁତ୍ୱପୂର୍ଣ ଅଟେ l ଓଡ଼ିଶାରେ ଏହି ଦିନ ଟିକୁ ରଜ ସଂକ୍ରାନ୍ତି ଭାବରେ ମଧ୍ୟ ପାଳନ କରାଯାଇ ଥାଏ l ସୂର୍ଯ୍ୟଙ୍କ ର ଆଜିର ଦିନରେ ରାଶି ପରିବର୍ତନ ର ଅନେକ ମହତ୍ୱ ରହିଛି l

–    ସୂର୍ଯ୍ୟ ଦେବ ଆଜିର ଦିନରେ କୃତ୍ତିକା ନକ୍ଷତ୍ର ରୁ ରୋହିଣୀ ନକ୍ଷତ୍ର ରେ ପ୍ରବେଶ କରିବେ l ତେଣୁ ଏହି ସମୟ ରେ ବର୍ଷା ହେବାର ଅଧିକ ସମ୍ଭାବନା ରହିଥାଏ l

– ଏହି ଏହିଦିନ ଠାରୁ ବର୍ଷା ଋତୁର ଆରମ୍ଭ ହୋଇଥାଏ, ଏବଂ ଚାଷୀ ନିଜର ଚାଷ କାର୍ଯ୍ୟ ମଧ୍ୟ ଆରମ୍ଭ କରିଥାଏ l

– ଏହି ସମୟରେ ବିଭିନ୍ନ ରୋଗ ସଂକ୍ରମିତ ହେବାର ଅଧିକ ସମ୍ଭାବନା ମଧ୍ୟ ରହିଥାଏ, ସେଥିପାଇଁ ସ୍ୱାସ୍ଥ୍ୟ ର ବିଶେଷ ଧ୍ୟାନ ରଖିବା ମଧ୍ୟ ଜରୁରୀ ହୋଇଥାଏ l

– ମିଥୁନ ସଂକ୍ରାନ୍ତି ଦିନ ପୂର୍ବଜ ଙ୍କୁ ପୂଜା ତର୍ପଣ କରାଯାଇ ଥାଏ, ଏହାଦ୍ୱାରା ଜୀବନ ର ବିଭିନ୍ନ ବିଘ୍ନ ଦୂର ମଧ୍ୟ ହୋଇଥାଏ l

– ମିଥୁନ ସଂକ୍ରାନ୍ତି ରେ ଗୁଡ଼ ରେ ପ୍ରସ୍ତୁତ ଜିନିଷ ଭଗବାନ ଙ୍କ ନିକଟରେ ଅର୍ପଣ କରାଯାଇ ଥାଏ, ଏବଂ ସୂର୍ଯ୍ୟ ଦେବ ଙ୍କୁ ମଧ୍ୟ ଗୁଡ଼ ରେ ପ୍ରସ୍ତୁତ ମିଠା ଜିନିଷ ପ୍ରସାଦ ଭାବରେ ଅର୍ପଣ ହୁଏ l

– ରଜ ସଂକ୍ରାନ୍ତି ରେ ଭୂଦେବୀ ମାସିକ ଧର୍ମ ହୋଇଥାଏ ତେଣୁ ଏହି ସମୟରେ ଚାଷ କାର୍ଯ୍ୟ ନିଶିଧ ଅଟେ, ଏହିଦିନ ପୃଥିବୀ ମାତା ଙ୍କୁ ପୂଜା କରାଯାଇ ଥାଏ l

Leave A Reply