Odisha news

ସୁଟିଂ ପାଇଁ କଶ୍ମୀରରେ ମାହିରା

0

ବିଗ୍‌ ବସ୍‌ ୧୩ ଶୋ’ ପରେ ମାହିରା ଶର୍ମା ଏବେ ନିଜ କାମ ଉପରେ ଧ୍ୟାନ ଦେଉଛନ୍ତି । ସେ ଅ ପ ୍‌ କ ମି ଙ୍ଗ ୍‌ ପ୍ରୋଜେକଫର ସୁଟିଂ ପାଇଁ କଶ୍ମୀର ଯାଇଛନ୍ତି । ସେ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ କଶ୍ମୀର ଡଲ୍‌ ହ୍ରଦର କିଛି ଭିଡିଓ ସେୟାର କରି ହିଣ୍ଟ୍‌ସ ଦେଇଛନ୍ତି । ମାହିରା ଏକ ଇଣ୍ଟରଭୁ୍ୟରେ କଶ୍ମୀର ସହ ଥିବା ତାଙ୍କର ସ୍ମୃତି ଓ ନିଜ କାମ ଉପରେ ଚର୍ଚ୍ଚା କରିଛନ୍ତି । ସେ କହିଛନ୍ତି, ଜମ୍ମୁ ମୋ ହୋମ୍‌ ଟାଉନ୍‌ କିନ୍ତୁ ଏହି ସମମୟରେ ସେଠାକୁ ଯାଇପାରିବି ନାହିଁ । ସୁଟିଂ ସମୟରେ ପୁରୁଣା ସ୍ମୃତିକୁ ମନେ ପକାଇପାରିବି । ମୁଁ ବହୁତ ଖୁସି ଅଛି । ସମୟ ମିଳିଲେ ସମ୍ପର୍କୀୟଙ୍କୁ ଦେଖାକରିବି । କିଛିଦିନ ଆଗରୁ ମାହିରା ବିଏଫ୍‌ଏଫ୍‌ ପାରସ ଛାବଡ଼ାଙ୍କ ସହିତ ଚର୍ଚ୍ଚାରେ ଥିଲେ । ଉଭୟଙ୍କ ବନ୍ଧୁତ୍ୱ ଲୋକଙ୍କ ଧ୍ୟାନ ଆକର୍ଷିତ କରିଥିଲା ।ପାରସ୍‌ଙ୍କ ଜନ୍ମଦିନରେ ମାହିରାଙ୍କୁ ଦେଖା କରିବାକୁ ଆସିଥିଲେ ।

Leave A Reply