ବୋରିଗୁମ୍ମା (କେ.ସାକିଲି ଦୋରା)—- ବୋରିଗୁମ୍ମା ବ୍ଲକ ର ବିଭିନ୍ନ ଶୈବପୀଠ ରେ ମହାଶିବରାତ୍ରି ପାଳିତ ହୋଇଯାଇଛି।ବୋରିଗୁମ୍ମା ସ୍ଥିତ ନିଳକଣ୍ଠେଶ୍ୱର ମନ୍ଦିର ରେ ଭୋରୁ ୪.୩୦ ରେ ପାରମ୍ପରିକ ନୀତିକାନ୍ତି କରାଯାଇଥିଲା।ମହାଦେବ ସ୍ନାନ ପରେ ଆଳତି ଓ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭକ୍ତ ମାନେ ନଡ଼ିଆ, କଦଳୀ, କ୍ଷୀର ,ଫୁଲ, ଚନ୍ଦନ ଧରି ଭକ୍ତି ର ମନ୍ଦିର କୁ ଆସି ପୁଜା କରିଥିଲେ।କୋବିଡ଼ ଗାଇଡ଼ ଲାଇନ ଅନୁସାରେ ଭକ୍ତ ମାନେ ପ୍ରଥମେ ହାତ ସାନିଟାଇଜ ପରେ ମୁହଁରେ ମାସ୍କ ପିନ୍ଧି ମନ୍ଦିର କୁ ପ୍ରଵେଶ କରୁଥିଲେ। ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଥାନା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ ମନ୍ଦିର ରେ ନିଜେ ଉପସ୍ଥିତ ରହି ଭକ୍ତ ମାନେ କିପରି ଭାବରେ ମହାଦେବ ଙ୍କ ଦର୍ଶନ କରିପାରିବ ତାହାର ତଦାରଖ କରୁଥିଲେ।ମହାଶିବରାତ୍ରି ରେ ବହୁ ପୁରୁଷ ଓ ମହିଳା ଉପବାସ ରଖିଥାନ୍ତି।ରାତିରେ ମହାଦୀପ ଉଠିବା ପରେ ସେମାନେ ଫଳ ଆହାର କରିଥାନ୍ତି। ସେହିଭଳି ଭୈରବ ମନ୍ଦିର ପ୍ରାଙ୍ଗଣ ରେ ଥିବା ପାତାଳେଶ୍ୱର ମନ୍ଦିର ରେ ଶ୍ରଦ୍ଧାଳୁ ଙ୍କ ଗହଳି ଦେଖିବାକୁ ମିଳିଥିଲା। ଦାସିରି ସାହି ସ୍ଥିତ ଶିବ ମନ୍ଦିରରେ ସ୍ଥାନୀୟ ଲୋକମାନେ ଯାଇ ମହାଦେବ ଙ୍କୁ ଦର୍ଶନ କରିଥିଲେ।କାଠରଗଡା ସ୍ଥିତ ଶକ୍ତି ପୀଠ ରେ ଦେବ ଦେବ ମହାଦେବ ଙ୍କ ଦର୍ଶନ ପାଇଁ ବ୍ଲକ ଓ ବ୍ଲକ ବାହାରୁ ଭକ୍ତ ଙ୍କ ସୁଅ ଛୁଟିଥିଲା। ଭକ୍ତ ମାନେ ପାହାଡ଼ ଉପରେ ଥିବା ଶିବ ଭଗବାନ ଙ୍କୁ ଦର୍ଶନ କରିଥିଲେ। ସେହିଭଳି ଅନ୍ୟ ଏକ ଶୈବପୀଠ ହେଉଛି ପୋଡାପଦର ର ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ। ସେଠାରେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଙ୍କୁ ଦର୍ଶନ ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ମାନେ ଆସିଥିଲେ। ସେହିଭଳି ବିଜାପୁର, ଅଂଚଳା, କାମାତା, କୁମୁଲି, ବି ସିଂହପୁର ,ରଣସପୁର, ସେମାଲାଗୁଡା, ସସାହାଣ୍ଡି ଓ ଅନ୍ୟାନ୍ୟ ଶୈବପୀଠ ରେ ମହାସମାରୋହ ରେ ମହାଶିବରାତ୍ରି ପାଳିତ ହୋଇଥିଲା।