Odisha news

ପୁଣି ମହାରାଷ୍ଟ୍ର ରାଜନୀତିରେ ଝଡ଼ : ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ପୁଅ ଓ ବିଜେପି ମଧ୍ୟରେ ଫାଟ

0
ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୀତି ରେ ପୁନର୍ବାର ସୃଷ୍ଟି ହେଲା ଫାଟ l ଏହି କ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଙ୍କ ନେତୃତ୍ୱ ରେ ଶିବସେନା ଓ ବିଜେପି ମଧ୍ୟରେ ଫାଟ ସୃଷ୍ଟି ହେବାର ସଂକେତ ମିଳୁଛି l ମୁଖ୍ୟମନ୍ତ୍ରୀ ସିନ୍ଧେ ଙ୍କ ପୁଅ ଓ ସାଂସଦ ଶ୍ରୀକାନ୍ତ ସିନ୍ଧେ ନିଜ ପଦବୀ ରୁ ଇସ୍ତଫା ଦେବା ପାଇଁ ଚିନ୍ତା କରିଛନ୍ତି l ସେ ଅନେକ ଗୁଡିଏ କଥାକୁ ନେଇ ଅସନ୍ତୋଷ ହୋଇଛନ୍ତି l
ଗୁରୁବାର ଦିନ ଜୁନ ୮ତରିଖ୍ ଦିନ ଡମ୍ବି ବୋଲି ରେ ବିଜେପି ସଦସ୍ୟ ଙ୍କ ର ଗୋଟିଏ ବୈଠକ ହୋଇଥିଲା ଯେଉଁଥିରେ ଶିବସେନା ସଦସ୍ୟ ମାନଙ୍କର ବହିଷ୍କାର କରିବା ପାଇଁ ନିଷ୍ପତି ନିଆ ଯାଇଥିଲା l ଯାହାକୁ ନେଇ ଶ୍ରୀକାନ୍ତ ସିନ୍ଧେ ଅସନ୍ତୋସ ପ୍ରକାଶ କରିଛନ୍ତି l
ଘଟଣାଟି ଏହିପରି , ଜଣେ ମହିଳା ଙ୍କୁ ଅସଦାଚରଣ କରିବା ମାମଲାରେ ବିଜେପି ର ଜଣେ ଅଧିକାରୀ ନନ୍ଦୁ ଯୋଶୀ ଙ୍କ ଉପରେ ଏଫ ଆଇ ଆର ଦର୍ଜ କରଜାଇ ଥିଲା l ଏହାକୁ ନେଇ ନନ୍ଦୁ ଯୋଶୀ ଓ ତାଙ୍କ କାର୍ଯ୍ୟକର୍ତା ଙ୍କ ଆରୋପ ଲାଗିଛି ଯେ ଡମ୍ବି ବାଲି ମାନପାଡ଼ା ପୋଲିସ୍ ଷ୍ଟେସନ ରେ FIR ରୁଜୁ କରିବା ମାମଲା ରେ ଶିବସେନା ର ହାତ ରହିଛି l
ଏହି ମାମଲା ରେ ଶିବସେନା କୁ ବିଜେପି ଅଲଗା କରିବ ବୋଲି ନିଷ୍ପତି ନେଇଛି l ଏହାଛଡା ଅନ୍ୟ୍ ଗୋଟିଏ କାରଣ ରହିଛି ଯେ ବିଜେପି ଗୁରୁବାର ଦିନ ଲୋକସଭା ମତଦାନ ପାଇଁ ୪୮ ଟି ସିଟ ପାଇଁ ନାମାଙ୍କନ ଘୋଷଣା କରିଛି l

Leave A Reply