ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା କୁହୁଣ୍ଡା ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରୁ ଶୁକ୍ରବାର ବିଳମ୍ବିତ ରାତ୍ରରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ୭ ବର୍ଷ ତଳେ ମାହାଙ୍ଗା ଦ୍ୱିପାଂଚଳ କୋଠପଦା ଠାରେ ଏହି ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା । ଏହା ଭିତରେ ତିନି ଥର ଏହି ବ୍ୟାଙ୍କରୁ ଡକାୟତି ହୋଇଥିଲେ ବି ସୁରାକ୍ ପାଉନି ପୋଲିସ । ଶୁକ୍ରବାର ରାତ୍ରରେ ବ୍ୟାଙ୍କର କାନ୍ଥରେ ମେସିନ ଦ୍ୱାରା ମ୍ୟାନ ହୋଲ କରି ତିନି ଜଣ ଡକାୟତ ମାନେ ବ୍ୟାଙ୍କ ଭିତରେ ପ୍ରବେଶ କରିବା ଜଣାପଡିଛି ।
ଆଇ ଆଇସି ରଞ୍ଜନ ପ୍ରଧାନ, ଫାଣ୍ଡି ଅଧିକାରୀ ଜଗନ୍ନାଥ ପ୍ରାଣିଗ୍ରାହୀ ପୋଲିସ ଟିମ୍ ସହିତ ଘଟଣା ସ୍ତଳରେ ପହଂଚି ବ୍ୟାଙ୍କ ଲୁଟ୍ପାଟ୍ ନେଇ ତଦନ୍ତ ଆରମ୍ଭ କରିଥିଲେ । ସିସିଟିଭି ଫୁଟେଜ୍ ଯାଂଚ କରିଥିଲେ ପୋଲିସ । ବ୍ୟାଙ୍କ ଲୁଟେରାମାନେ କଟର ମେସିନ, କାଙ୍କ ମାରତୁଲ ଆଦି ବ୍ୟବହାର କରି ବ୍ୟାଙ୍କର ଆଇରନ ଚେଷ୍ଟ ସହିତ ବିଭିନ୍ନ ଲକର ଓ ଗୋଦରେଜ ଆଦି ଭଙ୍ଗାରୁଜା କରିଛନ୍ତି । ଏହି ବ୍ୟାଙ୍କରେ ରାତ୍ର କାଳିନ ସିକୁ୍ୟରିଟି ବ୍ୟବସ୍ଥା ନଥିବାରୁ ଏହିଭଳି ଘଟଣା ବାରମ୍ବାର ଘଟୁଛି ବୋଲି ଅଭିଯୋଗ ହେଉଛି