ମାହାଙ୍ଗା ୨୫/୦୬: ମାହାଙ୍ଗା ନିର୍ବାଚନ ମଣ୍ଡଳୀର ପୋଡାମରାଇ ସ୍ଥିତ ସେବା ପ୍ରକୋଷ୍ଠ ପରିସରରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଭାରତୀୟ ଜନତା ପାର୍ଟ ମାହାଙ୍ଗା ତରଫରୁ ଅର୍ପଣ କରାଯାଇଛି । ବିଜେପି ନେତା ଶାରଦା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଳିଦାନ ଦିବସ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ପୂର୍ବତନ ସରପଂଚ ଜିତେନ୍ଦ୍ର ଶତପଥୀ ସମ୍ମାନୀତ ଅତିଥି ଭାବେ କଟକଜିଲ୍ଲା ବିଜେପି ଉପସଭାପତି ମନୋରଂଜନ ନାୟକ, ମୁଖ୍ୟବକ୍ତା କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ବିଶ୍ୱନାଥ ଜେନା ଯୋଗଦେଇ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିବା ସହ ଭାରତୀୟ ଜନସଂଘର ପ୍ରତିଷ୍ଠା କରିବା ଏବଂ ଭାରତୀୟ ରାଜନୀତିରେ ଡଃ ମୁଖାର୍ଜୀଙ୍କ ଅବଦାସ ଅତୁଳନୀୟ ବୋଲି ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗ୍ରାମ ରଥ,ସୁନିଲ ସେଠୀ, ସୂର୍ଯ୍ୟକାନ୍ତ ଖଟୁଆ, ପବିତ୍ର କୁମାର ରାଉତ,କୁସୁପୁର ସେବାସମବାୟସମିତି ଲିଃ ନିଦେ୍ର୍ଦଶକ ସୁଶାନ୍ତ କୁମାର ଦାସ, ରାଜେନ୍ଦ୍ର ପ୍ରଧାନ, ବିଷ୍ଣୁ ପ୍ରଧାନ, ସୌମ୍ୟରଂଜନ ଖଟୁଆଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ସଭାପତି ନିଜର ବକ୍ତବ୍ୟ ମାଧ୍ୟମରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ସଂପର୍କରେ ଆଲୋକପାତ କରିବା ସହ ଜନସଂଘ ପ୍ରତିଷ୍ଠାରେ ତାଙ୍କର ଭୂମିକା ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।
